ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ଇଣ୍ଡିଆ ପକ୍ଷରୁ ବିଏସ୍‌ଏଫ୍‌ଆଇରେ ଭାରତର ୨୫ ଶ୍ରେଷ୍ଠ କର୍ମକ୍ଷେତ୍ର ମଧ୍ୟରେ ଭାରତର ଫାଇନାନ୍ସିଆଲ ଇନକ୍ଲୁଜନ୍ ଲିମିଟେଡ୍‌କୁ ମାନ୍ୟତା

ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ୧୦୦% ସହାୟକ ସଂସ୍ଥା ଭାରତ ଫାଇନାନ୍ସିଆଲ୍ ଇନ୍‌କ୍ଲୁଜନ୍ ଲିମିଟେଡ୍ (ବିଏଫ୍‌ଆଇଏଲ୍‌)କୁ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ଇଣ୍ଡିଆ ପକ୍ଷରୁ ବିଏଫ୍‌ଏସ୍‌ଆଇ (ବ୍ୟାଙ୍କିଙ୍ଗ, ଆର୍ଥିକ ସେବା ଓ ବୀମା) କ୍ଷେତ୍ରରେ ଭାରତର ଶ୍ରେଷ୍ଠ ୨୫ କର୍ମସ୍ଥଳ ମଧ୍ୟରେ ମାନ୍ୟତା ପ୍ରଦାନ କରାଯାଇଛି । ଲଗାତାର ଷଷ୍ଠ ବର୍ଷ ପାଇଁ ଏହି ମାନ୍ୟତା ହାସଲ କରି କର୍ମକ୍ଷେତ୍ରରେ ଏକ ନିର୍ଦିଷ୍ଟ ଓ ଅସଲିପଣର ସଂସ୍କୃତି ସ୍ଥାପନ କରିବା ଲାଗି ବିଏଫ୍‌ଆଇଏଲ୍‌ର ରହିଥିବା ପ୍ରତିବଦ୍ଧତାକୁ ଏହା ପ୍ରଦର୍ଶିତ କରିଛି ।
କର୍ମଚାରୀ ସଂପୃକ୍ତି, ପ୍ରଶଂସା ଏବଂ ବିକାଶକୁ ଉତ୍ସାହିତ କରିବା ଲାଗି ଏକ କର୍ମ ସଂସ୍କୃତି ଗଠନ କରିବାର ସମର୍ପଣ ଭାବକୁ ବିଏଫ୍‌ଆଇଏଲ୍‌ର ଏହି ଉପଲବ୍ଧି ପ୍ରମାଣିତ କରୁଛି । ପ୍ରେରଣା, ସହଯୋଗିତା, ସ୍ୱଚ୍ଛତା, କ୍ୟାରିୟରରେ ଅଭିବୃଦ୍ଧି ସୁଯୋଗ, ଯଥାର୍ଥତା, କାର୍ଯ୍ୟରେ କୌତୁକ ସଂସ୍କୃତି, ସମ୍ମାନ ଏବଂ ପ୍ରଶଂସା ଭଳି ବିଭିନ୍ନ ପ୍ରକାର ଉଲ୍ଲେଖନୀୟ ଗୁଣ ପ୍ରଦର୍ଶିତ କରିଥିବାରୁ କଂପାନିକୁ ପ୍ରଶଂସା କରାଯାଉଛି ।
ନିଜ କର୍ମକ୍ଷେତ୍ରରେ ସଂସ୍କୃତିକୁ ଅନୁଶୀଳନ, ତୁଳନା ଓ ସେଥିରେ ଉନ୍ନତି ଆଣିବା ଲାଗି ୧୫୦ରୁ ଅଧିକ ରାଷ୍ଟ୍ରର ୧୦୦ ନିୟୁତରୁ ରୁ ଅଧିକ କର୍ମଚାରୀ ପ୍ରତିବର୍ଷ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ସହିତ ସହଯୋଗିତା ସ୍ଥାପନ କରୁଛନ୍ତି । ଏକ ବ୍ୟାପକ ଅନୁଶୀଳନ ପ୍ର୍ରକ୍ର୍ରିୟା ଯାହ ଉଚ୍ଚ ବିଶ୍ୱାସ, ଉଚ୍ଚ ପ୍ରଦର୍ଶନ ସଂସ୍କୃତି ସ୍ଥାପନ କରିବା ଉପରେ ଗୁରୁତ୍ୱାରୋପ କରୁଛି, ତାହା ଦେଇ ଗତି କରିବା ପରେ ବିଏଫ୍‌ଆଇଏଲ୍‌କୁ ବିଏଫ୍‌ଏସ୍‌ଆଇ କ୍ଷେତ୍ରରେ ଭାରତର ଶ୍ରେଷ୍ଠ କର୍ମସ୍ଥଳ ମାନ୍ୟତା ପ୍ରଦାନ କରାଯାଇଛି । ଉଚ୍ଚ-ବିଶ୍ୱାସ, ଉଚ୍ଚ-ପ୍ରଦର୍ଶନ ସଂସ୍କୃତି ସ୍ଥାପନ କରୁଥିବା ଏବଂ ମାନବିକ ସୁଯୋଗକୁ ବ୍ୟାପକ କରୁଥିବା ଏକ କର୍ମସ୍ଥଳ ସୃଷ୍ଟି କରିବାରେ ରହିଥିବା ଅନୁଭୂତି ଅନ୍ତରକୁ ଦୂର କରିବା ଦିଗରେ ବିଏଫ୍‌ଆଇଏଲ୍‌ର ଉଦ୍ୟମକୁ ଏହି ପୁରସ୍କାର ମାନ୍ୟତା ପ୍ରଦାନ କରୁଛି ।
ଏହି ସଫଳତା ସମ୍ପର୍କରେ ବିଏଫ୍‌ଆଇଏଲ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଜେ ଶ୍ରୀଧରନ କହିଛନ୍ତି ଯେ, “ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ୍ ପକ୍ଷରୁ ବିଏଫ୍‌ଏସ୍‌ଆଇ କ୍ଷେତ୍ରରେ ଅନ୍ୟତମ ଶ୍ରେଷ୍ଠ କର୍ମକ୍ଷେତ୍ର ମାନ୍ୟତା ହାସଲ କରିଥିବାରୁ ଆମେ ଗର୍ବିତ । ନବସୃଜନ, ଅଭିବୃଦ୍ଧି ଓ ସହଯୋଗିତାର ପ୍ରସାର କରୁଥିବା ଏକ ସକାରାତ୍ମକ କର୍ମ ପରିବେଶକୁ ସୁଦୃଢ଼ କରିବା ପାଇଁ ଆମ ପ୍ରତିବଦ୍ଧତା ଏହି ସମ୍ମାନଜନକ ମାନ୍ୟତା ଆଣିଦେଇଛି । ଆମର ବିଶ୍ୱାସ ରହିଛି ଯେ ଆମର କର୍ମଚାରୀ ସଂପୃକ୍ତି ଓ ସନ୍ତୋଷ ଆମ ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ପେସାଦାର ଓ ବ୍ୟକ୍ତିଗତ ଜୀବନରେ ଆଗକୁ ବଢ଼ିବା ଲାଗି ସେମାନଙ୍‌ୁକ ଦରକାର ସୁଯୋଗ ଓ ସମ୍ବଳ ପ୍ରଦାନ କରିବା ଉପରେ ଆମେ ଗୁରୁତ୍ୱ ଜାରି ରଖିବୁ । ଏଭଳି ସମ୍ମାନଜନକ ସଂସ୍ଥା ମଧ୍ୟରେ ରହିଥିବାରୁ ଆମେ ଗର୍ବିତ ଏବଂ ବିଏଫ୍‌ଆଇଏଲ୍‌ରେ ଏକ ଉତ୍କର୍ଷ ଓ ନବସୃଜନର ସଂସ୍କୃତି ଗଠନ କରିବାକୁ ଆମେ ଚାହିରହିଛୁ ।’’
ବିଏଫ୍‌ଆଇଏଲ୍‌ର ଚିଫ୍ ପିପୁଲ୍ ଅଫିସର ଶ୍ରୀନିବାସ ରେଡ୍ଡି ଭୁଦୁମୁଲା କହିଛନ୍ତି ଯେ, “ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ଦ୍ୱାରା ବିଏଫ୍‌ଏସ୍‌ଆଇ କ୍ଷେତ୍ରରେ ଅନ୍ୟତମ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା ହାସଲ କରିଥିବାରୁ ଆମେ ଗର୍ବିତ । ଏହି ମାନ୍ୟତା ହେଉଛି ଆମ କର୍ମଚାରୀ ଓ ପ୍ରବନ୍ଧକଙ୍କ କଠିନ ପରିଶ୍ରମ ଓ ସମର୍ପଣ ଭାବର ପ୍ରତିଫଳନ ଯାଯା ବିଏଫ୍‌ଆଇଏଲ୍‌ରେ ଉଚ୍ଚ ପ୍ରଦର୍ଶନ ଓ ବନ୍ଧୁତ୍ୱର ଏକ ସଂସ୍କୃତିକୁ ସୁଦୃଢ଼ କରୁଛି । ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅନ୍ତରକୁ ଦୂର କରିବା ଏବଂ ଗ୍ରାମୀଣ ଯୁବକଙ୍କୁ ଆମ ସହିତ ସେମାନଙ୍କ ଅଭିଳାଷକୁ ପୂରଣ କରିବା ଲାଗି ସମାନ ସୁଯୋଗ ପ୍ରଦାନ କରିବା କ୍ଷେତ୍ରରେ ଏକ ଅନ୍ତର୍ଭୁକ୍ତୀକରଣ କର୍ମକ୍ଷେତ୍ର ସୃଷ୍ଟି କରୁଥିବାରୁ ଆମେ ଗର୍ବିତ । ଆମର ପ୍ରଭାବଶାଳୀ ନେତୃତ୍ୱ ଓ ଦୃଢ଼ ଉତରାଧିକାରୀ ଯୋଜନା ପ୍ରଥାକୁ ଏହି ମାନ୍ୟତା ସ୍ୱୀକୃତି ପ୍ରଦାନ କରୁଛି ।’’
ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ଇଣ୍ଡିଆ ପକ୍ଷରୁ ବିଏଫ୍‌ଏସ୍‌ଆଇ କ୍ଷେତ୍ରରେ ଭାରତର ଶ୍ରେଷ୍ଠ କର୍ମକ୍ଷେତ୍ର ମାନ୍ୟତା ହାସଲ କରିଥିବା ବେଳେ ଶିଳ୍ପରେ ଅନ୍ୟ କଂପାନିଗୁଡ଼ିକ ଲାଗି ବିଏଫଆଇଏଲ୍ ମାନଦଣ୍ଡ ଧାର୍ଯ୍ୟ କରିଛି ଏବଂ ଏହାର କର୍ମଚାରୀମାନଙ୍କ ଲାଗି ଏକ ଉଲ୍ଲେଖନୀୟ କର୍ମ ପରିବେଶ ପ୍ରଦାନ କରିବାର ଉତ୍ସର୍ଗୀକୃତ ଭାବକୁ ପ୍ରଦର୍ଶିତ କରିିଛି ।

Share

Leave a Reply

Your email address will not be published. Required fields are marked *

2 + 8 =