କେଶ ଝଡୁଛି କି? ଖାଆନ୍ତୁ ଏହି ଜିନିଷ…

ମହିଳା ହେଉ ବା ପୁରୁଷ ସମସ୍ତେ ଚାହାନ୍ତି ନିଜ ହେଲ୍ଥ ଏବଂ ଲୁକ୍ କୁ ସବୁବେଳେ ପରଫେକ୍ଟ ରଖିବା ପାଇଁ। ଏଥିପାଇଁ ଆମେ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥାଉ । ତାହା ତ୍ବଚା ପାଇଁ ହେଉ କି ଶରୀରର ଫିଟନେସ୍ ପାଇଁ । ହେଲେ ଆଜିକାଲି ପ୍ରାୟେ ସମସ୍ତଙ୍କଠାରେ ଗୋଟେ ସମାନ ଅସୁବିଧା ଦେଖିବାକୁ ମିଳୁଛି । ଯାହା ଏବେ ଘରେ ଘରେ ଚିନ୍ତାର କାରଣ ପାଲଟିଛି । ସେ ହେଉଛି ଆମ କେଶ । ଆଜ୍ଞା ହଁ କେଶ ଝଡିବା ଅସୁବିଧାରେ ଏବେ ପ୍ରାୟେ ଆମେ ସମସ୍ତେ ଜଡିତ । ଆଜିକାଲି କେଶ ଝଡ଼ିବା ଅନେକଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ହୋଇଗଲାଣି । ବୟଷ୍କ ବ୍ୟକ୍ତି ହେଉ କିମ୍ବା ଯୁବକ କେଶ ଝଡିବା ଅସୁବିଧାରେ ସମସ୍ତେ ପଡୁଛନ୍ତି । ବୟସ ଥାଉ ଥାଉ କେତେକ ବ୍ୟକ୍ତି ଚନ୍ଦା ହୋଇ ଯାଉଛନ୍ତି। ଯାହା କମ୍ ବୟସରେ ବୃଦ୍ଧାବସ୍ଥାର ଭ୍ରମ ସୃଷ୍ଟି କରୁଛି ।
ଏହାର ମୁଖ୍ୟ କାରଣ ହେଉଛି ନିଜର ଖାଦ୍ୟ ପାନୀୟ । ବିଶେଷ କରି ପୁଷ୍ଟିସାର ଖାଦ୍ୟ ଆମ କେଶକୁ ମଜବୁତ୍ ରଖିବାରେ ବେଶ ଫଳପ୍ରଦ ହୋଇଥାଏ । ତେଣୁ ପୁଷ୍ଟିସାର ଖାଦ୍ୟ କମ୍ କେଶ ଖାଇବା ଦ୍ବାରା କେଶ ଝଡିଥାଏ । ଏହା ସହ ବଜାରରେ ମିଳୁଥିବା ବିଭିନ୍ନ କେମିକାଲ ପ୍ରଡକ୍ଟସ୍ ପାଇଁ ବେଶ୍ କ୍ଷତିକାରଣ ପ୍ରମାଣିତ ହୋଇଥାଏ । ଯଦି ଆପଣ ଏହି କେଶ ଝଡିବା ସମସ୍ୟାରେ ପଡିଛନ୍ତି, ତେବେ ଚିନ୍ତା କରିବା ଆଦୌ ଦରକାର ନାହିଁ । ଏମିତି କିଛି ଉପାୟ ରହିଛି ଯାହା ଆପଣଙ୍କ କେଶ ଝଡିବା କମ୍ କରିବାରେ ବେଶ ସହାୟକ ହେବ ।
ପ୍ରୋଟିନ୍
ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କେଶ ମୂଳ ଅଧିକ ମଜବୁତ୍ ରହିଥାଏ। ମାଂସ ଓ ଅଣ୍ଡାରେ ବହୁ ପରିମାଣରେ ପ୍ରୋଟିନ୍ ରହିଛି। ଅଣ୍ଡାରେ ୧୧ରୁ ୧୪ ପ୍ରତିଶତ ପ୍ରୋଟିନ୍ ରହିଥିବା ବେଳେ ମାତ୍ର ୧୦୦ ଗ୍ରାମ୍ ମାଂସରେ ୨୦ରୁ ୨୨ ଗ୍ରାମ୍ ପ୍ରୋଟିନ୍ ରହିଛି। ତେଣୁ ଆମିଷ ଖାଦ୍ୟ କେଶ ପାଇଁ ଭଲ ହୋଇଥାଏ ।
ଡାଲି
ଡାଲିରେ ଭିଟାମିନ୍ ବି’ ଏବଂ ଆଣ୍ଟିଅକ୍ସିଡାଣ୍ଟ୍ର ମାତ୍ରା ଅଧିକ ରହିଥାଏ । ସେହିପରି ଡାଲିରେ ଥିବା ଡାଇଟାରୀ ଫାଇବର୍ ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଥାଏ । ଏଥିରେ ଥିବା ଭିଟାମିନ୍ କେଶକୁ ମଜବୁତ ରଖିବାରେ ସହାୟକ ହୋଇଥାଏ।
ଦୁଗ୍ଧଜାତୀୟ ଖାଦ୍ୟ
କ୍ଷୀର, ପନିର ଏବଂ ଅନ୍ୟ ସବୁ ଦୁଗ୍ଧ ଜାତୀୟ ଖାଦ୍ୟରେ ପ୍ରୋଟିନ୍, କ୍ୟାଲ୍ସିୟମ୍ ଏବଂ ରାଇବୋଫ୍ଲୋବିନ ରହିଥାଏ । ଏହା ଛଡ଼ା ଦୁଗ୍ଧଜାତୀୟ ଖାଦ୍ୟରେ ଭିଟାମିନ୍ ଏ’, ଡି’, କେ’ ଏବଂ ଈ’ ସହିତ ଫସ୍ଫରସ୍, ମ୍ୟାଗ୍ନେସିୟମ୍ ଓ ଆୟୋଡିନ ପରି କିଛି ଦ୍ରବ୍ୟ ରହିଥାଏ, ଯାହା ଆପଣ ନିୟମିତ ଖାଇଲେ କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

two × 5 =