ନିଜ ପରିବାର ଓ ନିଜ ପରିବେଶକୁ ସୁସ୍ଥ ରଖନ୍ତୁ

ଶିଶୁମାନଙ୍କର ଅଧାରୁ ଅଧିକ ରୋଗ ଏବଂ ମୃତ୍ୟୁ, ଖାଦ୍ୟ, ପାଣି ବା ଅପରିଷ୍କାର ହାତ ମାଧ୍ୟମରେ ପାଟି ପଟେ ଶରୀର ମଧ୍ୟକୁ ଯାଉଥିବା କୀଟାଣୁମାନଙ୍କ ଦ୍ଵାରା ହୋଇଥାଏ । ଏଥିପାଇଁ ଆମେ ନିଜେ ସଚେତନ ହେବା ସହ ଲୋକଙ୍କୁ ସଚେତନ କରିବା । ତେବେ ସୁସ୍ଥ ଓ ନିରୋଗ ରହିବା ପାଇଁ କିଛି ଦିଗ ପ୍ରତିଧ୍ୟାନ ଦେବା ଉଚିତ୍ ।

ଫଳ, ପନିପରିବା ଏବଂ କଞ୍ଚା ଖିଆଯାଉଥିବା ଖାଦ୍ୟକୁ ଖାଇବା ଏବଂ ରାନ୍ଧିବା ପୂର୍ବରୁ ଧୋଇବା ଜରୁରୀ ଅଟେ । ରନ୍ଧା ଯାଇଥିବା ଭୋଜନକୁ ତୁରନ୍ତ ଖାଇଦେବା ଦରକାର ବା ପୁଣିଥରେ ଖାଇବା ପୂର୍ବରୁ ସଂପୂର୍ଣ୍ଣ ଭାବେ ଗରମ କରିବା ଦରକାର । ଖାଦ୍ୟ, ବାସନକୁସନ ଏବଂ ରୋଷେଇ ଘରକୁ ପରିଷ୍କାର ରଖିବା ଉଚିତ୍ । ଖାଦ୍ୟକୁ ବାସନକୁସନ ଦ୍ଵାରା ଢାଙ୍କି କରି ରଖିବା ଉଚିତ୍ ।

ଘରର ସମସ୍ତ ମଇଳାକୁ ସୁରକ୍ଷିତ ଭାବେ ନିଷ୍କାସନ କରିବା ଦ୍ଵାରା ରୋଗର ବ୍ୟାପକତାକୁ ହ୍ରାସ କରାଯାଇପାରେ । ପିଇବା ପାଣିକୁ ପରିଷ୍କାର ପାତ୍ରରେ ଢାଙ୍କି ରଖନ୍ତୁ । ଅପରିଷ୍କାର ହାତ ପାଣିରେ ବୁଡାନ୍ତୁ ନାହିଁ । ପାତ୍ରରୁ ପାଣି ବାହାର କରିବା ପାଇଁ ଲମ୍ବା ବେଣ୍ଟ ଥିବା ସଫା ଡଙ୍କି  ବ୍ୟବହାର କରନ୍ତୁ । ପାଣି ରଖିବା ପାଇଁ ପାତ୍ରରେ ନାଳ ଲଗାନ୍ତୁ । କାହାକୁ ପାଣିର ଏହି ପାତ୍ରରେ ହାତ ବୁଡାଇବାକୁ କିମ୍ବା ମୁହଁ ଲଗାଇ ପାଣି ପିଇବାକୁ ଦିଅନ୍ତୁ ନାହିଁ । ନିଜେ ବ୍ୟବହାର କରୁଥିବା ପାଣି ଠାରୁ ପଶୁପକ୍ଷୀମାନଙ୍କୁ ଦୂରେଇ ରଖନ୍ତୁ । କୂଅ ଗୁଡିକୁ ଢାଙ୍କି ସେଗୁଡିକୁ ସୁରକ୍ଷିତ କୂଅରେ ପରିଣତ କରନ୍ତୁ ବା ହ୍ୟାଣ୍ଡପମ୍ପ ଲଗାନ୍ତୁ । ଜଳ ଉତ୍ସଠାରୁ ପାଇଖାନାକୁ ଅତିକମ୍ ରେ ୧୫ ମିଟର ଦୂର ତଥା ତଳୁଆ ଗଡାଣି ସ୍ଥାନରେ ତିଆରି କରନ୍ତୁ । ଘର ଚାରିପାଖକୁ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ । ନିୟମିତ ବ୍ୟବଧାନରେ ଘର ତଥା ଘର ଚାରିପାଖକୁ ସଫା କରନ୍ତୁ ।

Share

Leave a Reply

Your email address will not be published. Required fields are marked *

nine + 15 =