ଗୋରା ଏବଂ ଚମକଦାର ତ୍ବଚା ପାଇଁ କରନ୍ତୁ ଏହି କାମ…

ନିଜ ତ୍ବଚାକୁ ଗୋରା ଏବଂ ଚମକଦାର କରିବା ସବୁ ଝିଅଙ୍କ ପସନ୍ଦ । ଆଉ ଏସବୁ ପାଇବା ପାଇଁ ପ୍ରାୟ ସମସ୍ତେ ବଜାରରେ ମିଳୁଥିବା ଦାମୀ ଏବଂ କେମିକାଲ୍ ଯୁକ୍ତ ସାମଗ୍ରୀ ବ୍ୟବହାର କରିଥାନ୍ତି । ତେବେ ତ୍ବଚାରେ ଚମକ ଆଣିବା ପାଇଁ ସୌନ୍ଦର୍ୟ୍ୟ ପ୍ରସାଧାନ ସାମଗ୍ରୀ ସହ ଉତ୍ତମ ଡାଏଟ୍ ମଧ୍ୟ ନିହାତି ଜରୁରୀ । ପ୍ରଦୂଷଣ ଏବଂ ଖାଦ୍ୟ ପାନୀୟରେ ଅନିୟମିତତା ଯୋଗୁଁ ତ୍ବଚାରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ ଜଣାଇବୁ ଯାହା ଦ୍ବାରା ମାତ୍ର ୧ ମିନିଟରେ ତ୍ବଚାକୁ ସୁନ୍ଦର ଏବଂ ଚମକଦାର କରିପାରିବେ ।
– ଯଦି ଆପଣଙ୍କ ଚେହେରାରେ ବ୍ରଣ ହୋଇଛି ତେବେ ଗୋଟିଏ କପ୍ ପାଣିରେ ଏକ ଚାମଚ ସମୁଦଲୁଣ ମିଶାଇଥାନ୍ତୁ । ଏବେ ଏହି ମିଶ୍ରଣକୁ ଏକ ସ୍ପ୍ରେ ବୋତଲରେ ରଖିଦିଅନ୍ତୁ । ଏବେ ଏହି ପାଣିକୁ ବ୍ରଣ ଉପରେ ସ୍ପ୍ରେ କରନ୍ତୁ । ଏପରି ନିୟମିତ କଲେ ବ୍ରଣ ଏବଂ ଏହାର ଚିହ୍ନ ପର୍ୟ୍ୟନ୍ତ ଚାଲିଯିବ ।
– ଝିଅମାନେ ନିଜ ଗାଲକୁ ଗୋଲାପି କରିବା ପାଇଁ ବ୍ଲସର୍ ବ୍ୟବହାର କରିଥାନ୍ତି । କିନ୍ତୁ ଯଦି ଆପଣ ଚାହିଁବେ ତେବେ ଲିପ୍ ବାମ୍ ବ୍ୟବହାର କରି ଗାଲକୁ ଗୋଲାପୀ କରିପାରିବେ । ହେଲେ ଧ୍ୟାନ ରଖନ୍ତୁ ସର୍ବଦା ହର୍ବଲ୍ ଲିପ୍ ବାମ୍ ହିଁ ବ୍ୟବହାର କରନ୍ତୁ । ଏକ ହାଇଲାଇଟର୍ ପରି ଲିପ୍ ବାମ୍ ଆପଣଙ୍କ ଗାଲକୁ ଗୋଲପି କରିବା ସହ ଆକର୍ଷଣୀୟ କରିଥାଏ ।
– ଯଦି ଚେହେରା ଟ୍ୟାନ୍ ପଡିଯାଇଛି ତେବେ ଆଇସ୍ ଟ୍ରେରେ ଗୋଲାପ ଜଳ ରଖି ଫ୍ରିଜରରେ ରଖନ୍ତୁ । ବରଫ ହୋଇଗଲା ପରେ ଏହି ଆଇସ୍ କ୍ୟୁବକୁ ବାହାର କରି ଚେହେରାରେ ମାଲିସ୍ କରନ୍ତୁ । ଏପରି ନିୟମିତ କଲେ ଚେହେରାରେ ଚମକ ଆସିଥାଏ ।
– ପେଗମେଟେସନ୍ ସମସ୍ୟାକୁ ଦୂର କରିବା ପାଇଁ ଆଳୁ ବ୍ୟବହାର କରନ୍ତୁ । ଆଳୁର ଛୋଟ ଖଣ୍ଡେ ନେଇ ଚେହେରାରେ ମାଲିସ୍ କରନ୍ତୁ । ଏପରି କଲେ ପେଗମେଟେସନ୍ ଦୂର ହୋଇଯିବ ।

Share

Leave a Reply

Your email address will not be published. Required fields are marked *

15 + three =