ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଗ୍ରାମୀଣ ଓ ଅର୍ଧ-ସହରାଚଂଳ ଗ୍ରାହକମାନଙ୍କ ପାଇଁ ପ୍ରିମିୟମ୍ ବ୍ୟାଙ୍କିଙ୍ଗ୍ ସେବା ‘ସମ୍ପନ୍ନ’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଅଭିବୃଦ୍ଧି ଓ ପ୍ରଗତି ଉପରେ ଗୁରୁତ୍ୱ ଦେଉଥିବା ଗ୍ରାମାଚଂଳ ଓ ଅର୍ଧ ସହରାଚଂଳର ଗ୍ରାହକମାନଙ୍କ ପାଇଁ ଏକ ପ୍ରିମିୟମ୍ ବ୍ୟାଙ୍କିଙ୍ଗ୍ ସେବା ‘ସମ୍ପନ୍ନ’ର ଶୁଭାରମ୍ଭ କରାଯାଇଛି । ଗ୍ରାମାଚଂଳ ଓ ଅର୍ଧ ସହରାଚଂଳ ପାଇଁ ଗ୍ରାହକ କୈନ୍ଦ୍ରୀକ ମଡେଲ୍ ବିକାଶ କରିବାର ଆକ୍ସିସ୍ ବ୍ୟାଙ୍କର ରହିଥିବା ପ୍ରତିବଦ୍ଧତା ଅନୁସାରେ ଏହି ସେବାର ଶୁଭାରମ୍ଭ କରାଯାଇଛି । ନୂଆ ପିଢ଼ିର ଭାରତକୁ ସେବା ପ୍ରଦାନ କରିବା ପାଇଁ ଆକ୍ସିସ୍ ବ୍ୟାଙ୍କର ରହିଥିବା ମିସନର ଏକ ଅଂଶ ହେଉଛି ସମ୍ପନ୍ନ ଓ ଏହା ଜରିଆରେ ସେମାନଙ୍କ ନିକଟରେ ସହଜ ଆର୍ଥିକ ସମାଧାନ ପହଂଚାଇବାକୁ ସୁନିଶ୍ଚିତ କରାଯାଇପାରିବ ।
ସମ୍ପନ୍ନ ଜରିଆରେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ କୃଷି ଉପକରଣ ଓ କିଟନାଶକ, ବିହନ ଭଳି କୃଷି ଇନ୍‌ପୁଟ୍ ଉପରେ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯିବ ଏବଂ ଫସଲ ପରାମର୍ଶ, ପାଣିପାଗ ପୂର୍ବାନୁମାନ, ମଣ୍ଡି ମୂଲ୍ୟ ବିଷୟରେ ବାସ୍ତବ ସମୟ ସୂଚନା ଆଦି ମୂଲ୍ୟ ଯୁକ୍ତ ସେବା ପ୍ରଦାନ କରାଯିବ । କୃଷି ଋଣ, ସୁନା ଋଣ, ଟ୍ରାକ୍ଟର ପାଣ୍ଠି, ଗାଡ଼ି ଓ ଦୁଇଚକିଆ ଋଣ ପ୍ରୋସେସିଂ ଫି’ ଉପରେ ସେମାନଙ୍କୁ ରିହାତି ପ୍ରଦାନ କରାଯିବ । ଆବଶ୍ୟକ ଆର୍ଥିକ ସମ୍ବଳ ଜରିଆରେ ଗ୍ରାହକମାନଙ୍କ ବିବିଧ ଆବଶ୍ୟକତା ପୂରଣ କରିବାକୁ ସୁନିଶ୍ଚିତ କରିବା ପାଇଁ ସମ୍ପନ୍ନକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।
ଏହା ବ୍ୟତୀତ ସମ୍ପନ୍ନ ପକ୍ଷରୁ ପରିବାର ବ୍ୟାଙ୍କିଙ୍ଗ୍ କାର୍ଯ୍ୟକ୍ରମ ମଧ୍ୟ ପ୍ରଦାନ କରାଯିବ ଯେଉଁଥିରେ ଲକର ରିହାତି, ଉଚ୍ଚ ଖାତା କାରବାର ସୀମା ସହିତ ମାଗଣା ଡେବିଟ୍ ଓ କ୍ରେଡିଟ୍ କାର୍ଡ, ରିହାତି ଡିମାଟ୍ ସେବା, ଉତ୍ସର୍ଗୀକୃତ ରିଲେସନସିପ୍ ମ୍ୟାନେଜର ଭଳି ସୁବିଧା ମିଳିବ । ଏଥିରେ ଅନେକ ପ୍ରକାର ପ୍ରିମିୟମ୍ ସୁବିଧା ମଧ୍ୟ ସାମିଲ ରହିଛି ଯେଉଁଥିରେ ୭ ଦିନିଆ ୩୦୦୦ ଟଙ୍କାର ହସ୍‌ପି କ୍ୟାସ୍ ସୁବିଧା, ଚବିଶ ଘଂଟା ଜରୁରୀକାଳୀନ ଡାକ୍ତର ପରାମର୍ଶ ଓ ମାଗଣାରେ ସମ୍ପୂର୍ଣ୍ଣ ଶରୀର ଯାଂଚ ସୁବିଧା ରହିଛି ।
ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ଭାରତ ବ୍ୟାଙ୍କିଙ୍ଗ୍ ମୁଖ୍ୟ ଶ୍ରୀ ମୁନିଷ ଶାରଦା ଓ ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ବ୍ରାଂଚ୍ ବ୍ୟାଙ୍କିଙ୍ଗ, ରିଟେଲ୍ ଲାଇବିଲିଟି ଆଣ୍ଡ୍ ପ୍ରଡକ୍ଟସ ମୁଖ୍ୟ ଶ୍ରୀ ରବି ନାରାୟଣ କହିଛନ୍ତି ଯେ, “ସମ୍ପନ୍ନର ଶୁଭାରମ୍ଭ ସହିତ ଗ୍ରାମାଚଂଳ ଓ ଅର୍ଧ ସହରାଚଂଳରେ ବାସ କରୁଥିବା ଆମ ଗ୍ରାହକମାନଙ୍କ ପାଖରେ ଆମେ ପ୍ରିମିୟମ୍ ବ୍ୟାଙ୍କିଙ୍ଗ୍ ସେବା ପହଂଚାଇବାକୁ ଚାହୁଛୁ । କୃଷି ଇନପୁଟ୍‌ରେ ଲାଭ ପ୍ରଦାନ କରିବା ଏବଂ କୃଷି ଅଭିବୃଦ୍ଧିକୁ ସୁଦୃଢ଼ କରି ଆମେ ଚାଷୀ ସମ୍ପ୍ରଦାୟର ଉନ୍ନତି ଓ ଉତ୍ପାଦକତାରେ ଭାଗିଦାରୀ ହେବାକୁ ଉଦ୍ୟମ କରୁଛୁ । ଗ୍ରାହକ କୈନ୍ଦ୍ରୀକ ଉତ୍ପାଦ ଓ ଦୂରଦୂରାନ୍ତ ଅଂଚଳରେ ପ୍ରବେଶ ଜରିଆରେ ଭାରତ ବ୍ୟାଙ୍କିଙ୍ଗ ଫ୍ରାଂଚାଇଜି ଗଠନ କରିବା ପ୍ରତି ଆମର ରହିଥିବା ପ୍ରତିବଦ୍ଧତା ଅନୁସାରେ ସମ୍ପନ୍ନର ଶୁଭାରମ୍ଭ କରଯାଇଛି ।’’
ସମ୍ପନ୍ନ ଜରିଆରେ ଆକ୍ସିସ୍ ବ୍ୟାଙ୍କ ଚାଷୀ, ମର୍ଚାଂଟ, ଲଘୁ ସଂସ୍ଥା ଆଦିଙ୍କ ପାଖରେ ପହଂଚି ନିଜ ଉତ୍ପାଦ ଜରିଆରେ ସେମାନଙ୍କ ସ୍ୱପ୍ନ ଓ ଅଭିଳାଷ ପୂରଣ କରି ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବାକୁ ଚାହୁଛି । ଏକ ସୁଲଭ ଉପସ୍ଥିତି ସ୍ଥାପନ କରିବା ଏବଂ ଦୁର୍ଗମ ଅଂଚଳରେ ସେବାର ମାନରେ ଉନ୍ନତି ଆଣିବା ପାଇଁ ବ୍ୟାଙ୍କ ଏହାର ବିଜନେସ୍ କରେସ୍‌ପଣ୍ଡେଂଟ୍ ମଡେଲ୍‌କୁ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି ।

Share

Leave a Reply

Your email address will not be published. Required fields are marked *

19 + eleven =