ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଭୁବନେଶ୍ୱରରେ ଡିଜିଟାଲ୍ ଶାଖା ଉଦ୍‌ଘାଟିତ

ନୂଆ ଶାଖାରେ ରହିିଛି ଏଟିଏମ୍ ସହ କ୍ୟାସ ରିସାଇକଲର୍ ମେସିନ (ସିଆର୍‌ଏମ୍‌), ଚବିଶ ଘଂଟା ଉପଲବ୍ଧ
ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରର ପଟିଆ କଳାରାହାଙ୍ଗରେ ଏକ ଡିଜିଟାଲ୍ ଶାଖା ସ୍ଥାପନ କରାଯାଇଛି । ସହରରେ ଏହା ହେଉଛି ବ୍ୟାଙ୍କର ଚତୁର୍ଥ ଡିଜିଟାଲ୍ ଶାଖା । ଜେଡ୍‌୧ ସୋସାଇଟିରେ ଖୋଲାଯାଇଥିବା ଏହି ଶାଖାରେ ରହିଛି ଏଟିଏମ୍‌-ତଥା-କ୍ୟାସ୍ ରିସାଇକଲର୍ ମେସିନ୍ (ସିଆରଏମ୍‌) ଯାହା ଗ୍ରାହକମାନଙ୍କୁ ଚବିଶ ଘଂଟା ନଗଦ ଜମା ଓ ଉଠାଣ ସେବା ପ୍ରଦାନ କରିବ । ଏହି ନୂଆ ଶାଖା ସହ ସହରରେ ବ୍ୟାଙ୍କର ମୋଟ ଶାଖା ସଂଖ୍ୟା ୨୯ରେ ପହଂଚିଛି ।
ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନ୍‌ସର୍ ସେଂଟରର ନିର୍ଦ୍ଦେଶକ-ଏକାଡେମିକ୍ ପ୍ରଫେସର ବିଧୂ କେ ମହାନ୍ତି (ଏମ୍‌.ଡି) ଏହି ଶାଖାକୁ ଉଦ୍‌ଘାଟନ କରିଛନ୍ତି ।
ଏହି ଶାଖା ବ୍ୟାପକ ପ୍ରକାର ଖାତା ଯଥା ସଂଚୟ ଓ ଚଳନ୍ତୀ ଖାତା, ବାଣିଜ୍ୟ ଓ ବିଦେଶୀ ମୁଦ୍ରା ବିନିମୟ ସେବା, ରିକରିଂ ଜମା, ବ୍ୟବସାୟ ଋଣ, ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଓ ସୁନା ଋଣ ଭଳି ସେବା ପ୍ରଦାନ କରୁଛି । ଏଥି ସହିତ ରେମିଟାନ୍ସ ଓ କାର୍ଡ ସେବା ପ୍ରଦାନ କରୁଛି । ଏହି ଶାଖାରେ ଲକର ସୁବିଧା ମଧ୍ୟ ରହିଛି । ଏହାର ପରିସରରେ ଲକର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ଡୋର୍‌-ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ ରହିଛି । ନୂଆ ଶାଖା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଏବଂ ମାସର ପ୍ରଥମ, ତୃତୀୟ ଓ ପଂଚମ ଶନିବାର ଦିନ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲା ରହିବ ।
ବ୍ୟାଙ୍କର ଓଡ଼ିଶାରେ ୧୮୦ରୁ ଅଧିକ ଶାଖା ଓ ୩୫୦ ଏଟିଏମ୍‌ର ନେଟ୍‌ୱର୍କ ରହିଛି ।
ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଶାଖା, ଏଟିଏମ୍‌, କଲ୍ ସେଂଟର, ଇଟଂରନେଟ୍ ବ୍ୟାଙ୍କିଙ୍ଗ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଜରିଆରେ ବ୍ୟାପକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି ।

Share

Leave a Reply

Your email address will not be published. Required fields are marked *

thirteen − 9 =