ଏଂଟ୍ରୋ ହେଲ୍‌ଥକେୟାର ସଲ୍ୟୁସନ୍ସ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ଫେବ୍ରୁଆରି ୯ରେ ଖୋଲିବ

ଭୁବନେଶ୍ୱର: ଏଂଟ୍ରୋ ହେଲ୍‌ଥକେୟାର ସଲ୍ୟୁସନ୍ସ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ୨୦୨୪ ଫେବ୍ରୁଆରି ୯ରେ ଖୋଲିବ । ଏହି ଅଫର ୨୦୨୪ ଫେବ୍ରୁଆରି ୧୩, ମଙ୍ଗଳବାର ବନ୍ଦ ହେବ । ଆଙ୍କର ନିବେଶକମାନେ ବିଡ୍‌ର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୨୦୨୪ ଫେବ୍ରୁଆରି ୮, ଶୁକ୍ରବାର ବିଡ୍ ଦାଖଲ କରିପାରିବେ ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୧୧୯୫ ଟଙ୍କାରୁ ୧୨୫୮ ଟଙ୍କା ମଧ୍ୟରେ ରହିବ । ନିବେଶକମାନେ ସର୍ବନିମ୍ନ ୧୧ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୧୧ଟି ଲେଖାଏଁ ସେୟାରକୁ ଗୁଣିତକ ହିସାବରେ ଯୋଡ଼ିପାରିବେ ।
ଅଫର ଫର୍ ସେଲ୍‌ରେ ପ୍ରଭାତ ଅଗ୍ରୱାଲଙ୍କ ଦ୍ୱାରା ୪୭,୬୯,୪୭୫ ଇକ୍ୱିଟି ସେୟାର, ପ୍ରେମ ସେଠୀଙ୍କ ଦ୍ୱାରା ୩୧୩,୪୭୨ ଇକ୍ୱିଟି ସେୟାର, ଅର୍ବିମେଡ ଏସିଆ ୩ ମରିସସ୍ ଲିମିଟେଡ୍ ଦ୍ୱାରା ୩୮,୧୫,୫୮୦ ଇକ୍ୱିଟି ସେୟାର, ଚେଥାନ ଏମ୍ ପିଙ୍କ ୪,୪୦୧ ଇକ୍ୱିଟି ସେୟାର, ଦୀପେଶ ଟି ଗାଲାଙ୍କ ୧୩୨୦ ଇକ୍ୱିଟି ସେୟାର, ହେମନ୍ତ ଜୋସ୍ ବାରୋସଙ୍କ ୮,୮୦୨ ଇକ୍ୱିଟି ସେୟାର, ହେମନ୍ତ ଜଗିଙ୍କ ୪,୪୦୧ ଇକ୍ୱିଟି ସେୟାର, କେ.ଆର.ଭି.ଏସ୍‌.ବରପ୍ରସାଦଙ୍କ ୨,୨୦୧ ଇକ୍ୱିଟି ସେୟାର, କେ.ଇ.ପ୍ରକାଶଙ୍କ ୩୯,୬୧୦ ଇକ୍ୱିଟି ସେୟାର, ଲବୁ ସହଦେବଙ୍କ ୧,୩୨୦ ଇକ୍ୱିଟି ସେୟାର, ମନୋଜ କେ ସାଙ୍ଗାନୀଙ୍କ ୧୨,୧୦୩ ଇକ୍ୱିଟି ସେୟାର, ମିଲେନିୟମ ମେଡିକେୟାର ପ୍ରାଇଭେଟ୍ ଲିମିଟେଡ୍‌ର ୮,୮୦୨ ଇକ୍ୱିଟି ସେୟାର, କେ.ନବୀନ କୁମାର ଗୁପ୍ତାଙ୍କ ୨,୨୦୧ ଇକ୍ୱିଟି ସେୟାର, ନୋଭାକେୟାର ଡ୍ରଗ୍ ସ୍ପେସିଆଲିଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ର ୪୨,୨୫୦ ଇକ୍ୱିଟି ସେୟାର, ପେଟ୍ରୋସ୍ ଡାଏମାଂଟାଇଡଓ୍ ଦ୍ୱାରା ୧୫,୦୭୪ ଇକ୍ୱିଟି ସେୟାର, ପ୍ରଶାନ୍ତ ରବିନ୍ଦ୍ର କୁମାରଙ୍କ ଦ୍ୱାରା ୧୩,୨୦୩ ଇକ୍ୱିଟି ସେୟାର, ସୁରଜ ପ୍ରକାଶ ଆତରେଜାଙ୍କ ଦ୍ୱାରା ୧୧୦୨ ଇକ୍ୱିଟି ସେୟାର, ଭେଙ୍କଟରମଣ ଶିବ କୁମାର ୟାନାମାଦଲାଙ୍କ ଦ୍ୱାରା ୧୩୨୦ ଇକ୍ୱିଟି ସେୟାର ଏବଂ ବିକ୍ରମାଦିତ୍ୟ ଆମ୍ବ୍ରେଙ୍କ ଦ୍ୱାରା ୧୨,୧୦୩ ଇକ୍ୱିଟି ସେୟାର ବିକ୍ରିର ପ୍ରସ୍ତାବ ରହିଛି ।
ସଂଗୃହୀତ ପାଣ୍ଠିକୁ କମ୍ପାନି ଦ୍ୱାରା ଉପଲବ୍ଧ କେତେକ ଋଣର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଋଣ ପରିଶୋଧ/ପ୍ରାକ୍ ଦେୟ ଦିଗରେ, ୨୦୨୫ ଏବଂ ୨୦୨୬ ଆର୍ôଥକ ବର୍ଷରେ କମ୍ପାନି ଏବଂ ଏହାର ସହାୟକ ସଂସ୍ଥାଗୁଡ଼ିକର ଦୀର୍ଘମିଆଦୀ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ, ଅଧିଗ୍ରହଣ ମାଧ୍ୟମରେ ଅଭିବୃଦ୍ଧି ହାସଲ ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଡ୍ୟାମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟସ୍ ଲିମିଟେଡ ।

Share

Leave a Reply

Your email address will not be published. Required fields are marked *

19 − 7 =