ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଦେଶରେ ୧୫୦ତମ ସୋ’ରୁମ୍ ଉଦ୍‌ଘାଟନ

ଭୁବନେଶ୍ୱର: ଅଗ୍ରଣୀ ଗହଣା ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଦୋର ୧୫୦ତମ ଷ୍ଟୋର ଉଦ୍‌ଘାଟନ କରାଯାଇଛି । କଂପାନି ପକ୍ଷରୁ କୋଲକାତାର କାଙ୍କୁରିଗାଛି ଓ ହାତୀବାଗାନରେ ଦୁଇଟି ନୂଆ ଷ୍ଟୋର ସ୍ଥାପନ କରାଯାଇଛି । ଏହି ଅବସରରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ବ୍ରାଣ୍ଡ୍ ଆମ୍ବାସାଡର ବିଦ୍ୟା ବାଲନ, କଂପାନିର ଏମ୍‌ଡି ଓ ସିଇଓ ଶୁଭଙ୍କର ସେନ୍‌, ନିର୍ଦ୍ଦେଶିକା ଓ ଡିଜାଇନ ତଥା ମାର୍କେଟିଂ ମୁଖ୍ୟ ଜୋଇତା ସେନ୍ ଉପସ୍ଥିତ ଥିଲେ । କାଙ୍କୁରଗାଛି ସୋ’ରୁମ୍‌କୁ କଂପାନି ପକ୍ଷରୁ ୨୧୦୦ ବର୍ଗଫୁଟରୁ ଅଧିକ ସ୍ଥାନରେ ସ୍ଥାପନ କରାଯାଇଥିବା ବେଳେ ହାତୀବାଗାନ ଷ୍ଟୋର ୧୧,୫୦୦ ବର୍ଗଫୁଟରୁ ଅଧିକ ସ୍ଥାନରେ ସ୍ଥାପନ କରାଯାଇଛି । ଏହା ହେଉଛି ସାରା ଦେଶରେ କଂପାନିର ସବୁଠୁ ବଡ଼ ଷ୍ଟୋର୍ । ଗ୍ରାହକମାନଙ୍କୁ ଗହଣା କିଣାର ବିଳାସପୂର୍ଣ୍ଣ ଅନୁଭବ ପ୍ରଦାନ କରିବା ଲାଗି ଏହି ଦୁଇ ସୋ’ରୁମ୍‌କୁ ପ୍ରସ୍ତୁତ କରାଯାଇଛି ।
ଏହି ଅବସରରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ସଗୁନ ସମ୍ଭାର ଅଧୀନରେ ଆକର୍ଷୀୟ ସମସାମୟିକ ହାଲୁକା ଗହଣାଠାରୁ ଆରମ୍ଭ କରି ରାଜକୀୟ ପରମ୍ପରା ଗହଣାକୁୁ ଉନ୍ମୋଚନ କରାଯାଇଛି । ଏଭରଲାଇଟ୍‌ର ଲୋଟସ୍ ସମ୍ଭାର ପଦ୍ମଫୁଲରୁ ଅନୁପ୍ରାଣିତ ହୋଇଥିବା ବେଳେ ସେଥିରେ ଏନାମେଲ ଓ ମିନାକରୀ କାମ ରହିଛି । ସେହିପରି ସିଗ୍ନେଚର ସମ୍ଭାର ସେନ୍‌କୋର ଲୋଗୋରୁ ଅନୁପ୍ରାଣିତ ହୋଇଛି ଯେଉଁଥିରେ ହଂସ ଓ ପଦ୍ମର ସ୍ପର୍ଶ ରହିଛି । ସେହିପରି ପାୱାର କଲେକ୍ସନ ଶକ୍ତି ଦ୍ୱାରା ଅନୁପ୍ରାଣିତ ହୋଇଛି ।
ଏହି ଅବସରରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶୁଭଙ୍କର ସେନ୍ କହିଛନ୍ତି ଯେ, “ଆମର ୧୫୦ତମ ସୋ’ରୁମ୍ ଖୋଲିବାର ମାଇଲଖୁଂଟକୁ ପାଳନ କରୁଥିବାରୁ ଆମେ ବେଶ ରୋମାଂଚିତ ଏବଂ ଏହି ସ୍ୱତନ୍ତ୍ର ଅବସରରେ ଆମେ ପାଖରେ ବିଦ୍ୟା ବାଲାନଙ୍କୁ ପାଇଥିବାରୁ ବେଶ କୃତଜ୍ଞ ମନେ କରୁଛୁ । ବିଦ୍ୟା ବାଲନ ହେଉଛନ୍ତି ଭବ୍ୟତା ଓ ସୌନ୍ଦର୍ଯ୍ୟର ପ୍ରତୀକ ଯାହା ବହୁ ବର୍ଷ ଧରି ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି । ନାରୀତ୍ୱ ଓ ସୌନ୍ଦର୍ଯ୍ୟର ଭାବକୁ ପାଳନ କରିବାର ମିଳିତ ପ୍ରତିବଦ୍ଧତାକୁ ନେଇ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ସହ ସେ ଯୋଡ଼ିହୋଇଛନ୍ତି ଏବଂ ସମସାମୟିକ ଭାରତୀୟ ମହିଳାଙ୍କ ସହ ଖାପଖାଉଥିବା ଆମ ଗହଣା ସମ୍ଭାରଗୁଡ଼ିକୁ ଉପସ୍ଥାପନ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ଗ୍ରାହକ ସନ୍ତୁଷ୍ଟିକୁ ସୁନିଶ୍ଚିତ କରି ଆମେ ଆକର୍ଷଣୀୟ ଗହଣା ଯୋଗାଇଦେବା କାମ ଜାରି ରଖିବୁ ।’’
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ନିର୍ଦ୍ଦେଶିକା ଏବଂ ଡିଜାଇନ ଓ ମାର୍କେଟିଂ ମୁଖ୍ୟ ଜୋଇତା ସେନ୍ କହିଛନ୍ତି ଯେ, “୧୫୦ତମ ସୋ’ରୁମ୍‌କୁ ପାଳନ କରିବା ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପାଇଁ କେବଳ ଏକ ମାଇଲଖୁଂଟ ନୁହେଁ ବରଂ ଏହା ହେଉଛି କୋଟି କୋଟି ଲୋକ ପ୍ରତିଧାନ କରିଥିବା ଅତୁଟ ପ୍ରତିବଦ୍ଧତାର ପ୍ରମାଣ । ଆମ ବ୍ରାଣ୍ଡ୍ ଆମ୍ବାସାଡର ବିଦ୍ୟା ବାଲନଙ୍କ ଭବ୍ୟତା ଓ ସୌନ୍ଦର୍ଯ୍ୟ ଏହି ଅବସରରେ ଆହୁରି ଝଟକୁଛି ଯାହା ସୌନ୍ଦର୍ଯ୍ୟ, ପରମ୍ପରା ଓ ଭାରତୀୟ ମହିଳାଙ୍କ ଭାବର ମିଳିତ ମୂଲ୍ୟବୋଧକୁ ପ୍ରତିଫଳିତ କରୁଛି ।’’
ଏହି ଅବସରରେ ବିଦ୍ୟା ବାଲନ କହିଛନ୍ତି ଯେ, “ଦୀର୍ଘ ଦିନ ଧରି ମୁଁ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ସହ ଯୋଡ଼ିହୋଇରହିଛି । ସେନ୍‌କୋର ଯାତ୍ରା ବେଶ ଚମତ୍କାର ଏବଂ ୧୫୦ତମ ସୋ’ରୁମ୍ ମାଇଲଖୁଂଟ ଉତ୍କୃଷ୍ଟ କାରିଗରୀ ଓ ଆକର୍ଷଣୀୟ ଡିଜାଇନ ପ୍ରଦାନ କରିବା ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ଏହା ପ୍ରଦର୍ଶିତ କରୁଛି ଯାହାକୁ ବହୁ ବର୍ଷ ଧରି ଗହଣା ପ୍ରେମୀଙ୍କ ହୃଦୟ ଜିତିପାରିଛି । ଏହି ମାଇଲଖୁଂଟ ଅବସରକୁ ଉପସ୍ଥାପନ କରିବା ଖୁସିର ବିଷୟ ଏବଂ ମୁଁ ଶୁଭଙ୍କର ସେନ, ଜୋଇତା ନେ୍ ଓ ସାରା ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଟିମ୍‌କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।’’

Share

Leave a Reply

Your email address will not be published. Required fields are marked *

two × 1 =