ଆଜିଠୁ ଶ୍ରୀଲଙ୍କାରେ ୧୦ ଘଣ୍ଟିଆ ବିଦ୍ୟୁତ କାଟ୍; ଘୋଷଣା କଲା ବିଦ୍ୟୁତ ବିଭାଗ

ଶ୍ରୀଲଙ୍କାରେ ଦୈନିକ ୧୦ ଘଣ୍ଟା ବିଦ୍ୟୁତ କାଟ । ଆଜିଠୁ ଶ୍ରୀଲଙ୍କାରେ ୧୦ ଘଣ୍ଟିଆ ବିଦ୍ୟୁତ କାଟ ହେବା ନେଇ ଘୋଷଣା କରିଛି ବିଦ୍ୟୁତ ବିଭାଗ। ମାର୍ଚ୍ଚ ପ୍ରଥମ ସପ୍ତାହରେ ଦୈନିକ ୭ ଘଣ୍ଟା ପାଇଁ ବିଦ୍ୟୁତ କାଟ କରିବାକୁ ଘୋଷଣା କରିଥିଲା ଶ୍ରୀଲଙ୍କା ସରକାର। ଏବେ ଏହା ଦୈନିକ ୧୦ ଘଣ୍ଟାକୁ ବୃଦ୍ଧି ପାଇଛି। ବିଦ୍ୟୁତ ଉତ୍ପାଦନ ପାଇଁ ଦେଶରେ ମୁଖ୍ୟତଃ କୋଇଲା ଓ ତେଲର ଅଭାବ ଦେଖାଦେଇଛି।

ବିଦେଶୀ ମୁଦ୍ରା ସଙ୍କଟ କାରଣରୁ ବାହାରୁ ତେଲ ଆମଦାନୀ କରିବା ସମ୍ଭବ ହୋଇପାରୁନି। ଆସନ୍ତା ଦୁଇ ଦିନ ପାଇଁ ଦେଶରେ ଡିଜେଲ ନଥିବା କହିଛି ସିଲନ ପେଟ୍ରୋଲିୟମ କର୍ପୋରେସନ । ଏହାସହ ଦେଶରେ ପ୍ରାୟ ୪୦ ପ୍ରତିଶତ ବିଦ୍ୟୁତ ଉତ୍ପାଦନ ହାଇଡ୍ରୋ ଇଲେକ୍ଟିସିଟି ଉପରେ ନିର୍ଭର କରେ। ମାତ୍ର ବର୍ଷା ଅଭାବ କାରଣରୁ ବହୁ ଜଳାଶୟ ଶୁଖିଲା ପଡିଛି।

Share

Leave a Reply

Your email address will not be published. Required fields are marked *

5 × 1 =