ଏସ୍‌ବିଆଇ ଲାଇଫ୍ ପକ୍ଷରୁ ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ତ୍ରେୟମାସିକରେ ୧୬,୨୬୨ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଜୀବନ ବୀମା କଂପାନି ଏସ୍‌ବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ତ୍ରୈମାସିକରେ ୧୬,୨୬୨ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରିଛି ଯାହା ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା ଶେଷ ତ୍ରୈମାସିକରେ ୧୩,୦୮୮ କୋଟି ଟଙ୍କା ଥିଲା । ଏହି ସମୟରେ ସିଙ୍ଗଲ ପ୍ରିମିୟମ୍‌ରେ ୨୮ ପ୍ରତିଶତ ବୃଦ୍ଧି ଘଟିଛି ।
ସୁରକ୍ଷା ଉପରେ ସ୍ପଷ୍ଟ ଗୁରୁତ୍ୱ ପ୍ରଦାନ କରାଯାଇଥିବାରୁ ଏସବିଆଇ ଲାଇଫ୍‌ର ସୁରକ୍ଷା ଉତ୍ପାଦରୁ ନୂଆ ବ୍ୟବସାୟ ପ୍ରିମିୟମ୍ ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ୧,୯୯୬ କୋଟି ଟଙ୍କା ହୋଇଛି । ଏଥିରେ ୨୫ ପ୍ରତିଶତର ବୃଦ୍ଧି ଘଟିଛି । ସୁରକ୍ଷା ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍ ଏହି ସମୟରେ ୪୩୧ କୋଟି ଟଙ୍କା ହୋଇଛି । ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିମୟ୍ ୨୦ ପ୍ରତିଶତ ବୃଦ୍ଧି ପାଇ ୧୦,୧୬୫ କୋଟି ଟଙ୍କା ହୋଇଛି ।
୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ଏସ୍‌ବିଆଇ ଲାଇଫ୍‌ର ଟିକସ ପରବର୍ତୀ ଲାଭ ୭୬୧ କୋଟି ଟଙ୍କା ରହିଛି ।
୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା କଂପାନିର ସଲ୍‌ଭେନ୍ସି ଅନୁପାତ ୨.୧୨ ରହିଛି ଯାହା ବୈଧାନିକ ଆବଶ୍ୟକତା ୧.୫୦ଠାରୁ ଅଧିକ ।
୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ଏସବିଆଇ ଲାଇଫ୍‌ର ପରିଚାଳନା ଅଧୀନ ସଂପତି (ଏୟୁଏମ୍‌) ୨୨% ବୃଦ୍ଧି ପାଇ ୩,୪୫,୧୪୭ କୋଟି ଟଙ୍କା ହୋଇଛି ଯାହା ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା ୨,୮୨,୬୩୨ କୋଟି ଟଙ୍କା ଥିଲା । ଏଥିରେ ଡେବଟ୍ ଓ ଇକ୍ୱିଟିର ମିଶ୍ରଣ ୬୮:୩୨ ରହିଛି । ୯୫ ପ୍ରତିଶତରୁ ଅଧିକ ଡେବଟ୍ ଉପକରଣ ଏଏଏ ଓ ସୋଭରେନ ଉପକରଣରେ ନିବେଶ କରାଯାଇଛି ।
କଂପାନିର ସାରା ଦେଶରେ ୧,୦୧୧ କାର୍ଯ୍ୟାଳୟ ରହିଥିବା ବେଳେ ୩୦୫,୩୨୦ ପ୍ରଶିକ୍ଷୀତ ବୀମା ପ୍ରଫେସନାଲମାନଙ୍କ ଏକ ବିବିଧ ବଂଟନ ନେଟ୍‌ୱର୍କ ରହିଛି ଯେଉଁଥିରେ ରହିଛନ୍ତି ବ୍ୟାଙ୍କଆସ୍ୟୁରାନ୍ସ ଚ୍ୟାନେଲ୍‌, ଏଜେନ୍ସି ଚ୍ୟାନେଲ୍‌, କର୍ପୋରେଟ୍ ଏଜେଂଟ୍‌, ବ୍ରୋକର, ପଏଂଟ୍ ଅଫ୍ ସେଲ୍‌ସ ପର୍ସନ, ବୀମା ମାର୍କେଟିଂ ସଂସ୍ଥା, ୱେବ ଏଗ୍ରିଗେଟର ଓ ପ୍ରତ୍ୟକ୍ଷ ବ୍ୟବସାୟ ।

Share

Leave a Reply

Your email address will not be published. Required fields are marked *

1 × 4 =