ଡିସିବି ବ୍ୟାଙ୍କ ପକ୍ଷରୁ ଚିନ୍ତାମୁକ୍ତ ଆନ୍ତର୍ଜାତିକ ଭ୍ରମଣ ପାଇଁ ଟ୍ରାଭେଲ୍‌ସ୍ମାର୍ଟ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ପିଢ଼ିର ଘରୋଇ ବ୍ୟାଙ୍କ ଡିସିବି ବ୍ୟାଙ୍କ ପକ୍ଷରୁ ଆନ୍ତର୍ଜାତିକ ଛୁଟିଦିନ, ବ୍ୟବସାୟ ଟ୍ରିପ୍ ଓ କାର୍ଯ୍ୟ ଛୁଟି ଆଦି ପାଇଁ ଡିସିବି ଟ୍ରାଭେଲ୍‌ସ୍ମାର୍ଟ କାର୍ଡର ଶୁଭାରମ୍ଭ କରାଯାଇଛି ।
ଭାରତରେ ବ୍ୟବହାର କରିବା ବେଳେ ଡିସିବି ଟ୍ରାଭେଲସ୍ମାର୍ଟ ହେଉଛି ଏକ ଡେବିଟ୍ କାର୍ଡ । ଏହା ସ୍ୱତନ୍ତ୍ର ବିଦେଶୀ ମୁଦ୍ରା କିଣିବା, ବୀମା ଆବଶ୍ୟକତା ବିନା ଚିନ୍ତାମୁକ୍ତ ଗମନାଗମନ ଏବଂ ଗ୍ରାହକମାନଙ୍କୁ ଡିସିବି ସଂଚୟ ବ୍ୟାଙ୍କ ଖାତାରେ ଥିବାଣ୍ୱାଲାନ୍ସ ଉପରେ ଆକର୍ଷଣୀୟ ସୁଧ ଭଳି ତିନି ପ୍ରକାର ସୁବିଧା ପ୍ରଦାନ କରୁଛି ।
ଡିସିବି ଟ୍ରାଭେଲ୍ ସ୍ମାର୍ଟ ଆନ୍ତର୍ଜାତକ ଗମନାଗମନ ଉପରେ ଗମନାଗମନ ବୀମା ସହିତ ବ୍ୟାଗ ହଜିବା, ବିମାନ ବିଳମ୍ବ ହେବା, ବ୍ୟକ୍ତିଗତ କାଗଜପତ୍ର ହଜିଯିବା ଉପରେ ବୀମା ସୁରକ୍ଷା ପ୍ରଦାନ କରୁଛି । ଦୁର୍ଘଟଣା (ସଡ଼କ, ରେଳ କିମ୍ବା ବିମାନ) ଜନିତ ମୃତ୍ୟୁ ଉପରେ ଏହା ୧,୦୦,୦୦୦ ଟଙ୍କାର ବୀମା ରାଶି ପ୍ରଦାନ କରୁଛି ଏବଂ ୨,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ କାର୍ଡ ହଜିବା ସୁରକ୍ଷ ଦେଉଛି । ଭିସା ପକ୍ଷରୁ ନିୟମିତ ବ୍ୟବଧାନରେ ପ୍ରଦାନ କରାଯାଉଥିବା ସ୍ୱତନ୍ତ୍ର ରିହାତି ଓ ଅଫରକୁ କାର୍ଡଧାରୀ ହାସଲ କରିପାରିବେ ।
ଅନ୍ୟ ଟ୍ରାଭେଲ୍ କିମ୍ବା ଫୋରେକ୍ସ କାର୍ଡ ଯେଉଁଥିରେ ଗନ୍ତବ୍ୟ ରାଷ୍ଟ୍ରରେ ପ୍ରଚଳିତ ମୁଦ୍ରା ଭର୍ତି କରିବାକୁ ପଡ଼େ ନାହିଁ । ଡିସିବି ଟ୍ରାଭେଲ୍‌ସ୍ମାର୍ଟ ହେଉଛି ଏକ ନିୟମିତ ଡେବିଟ୍ କାର୍ଡ ଭଳି ଯେଉଁଥିରେ ଖାତାରେ ଥିବା ବାଲାନ୍ସ ଉପରେ ଆକର୍ଷଣୀୟ ସୁଧ ମିଳିବ । ଗ୍ରାହକ ବିଦେଶରେ ଯେଉଁଠାରେ କାର୍ଡ ବ୍ୟବହାର କରିବେ କିମ୍ବା ସ୍ୱାଇପ୍ କରିବେ ସେଠାରେ ସେହି ଦେଶର ମୁଦ୍ରା ସ୍ୱୟଂକ୍ରିୟ ଭାବେ ଚୟନ ହେବ ଏବଂ ସଂଚୟ ଖାତାରୁ ଅର୍ଥରାଶି କଟିବ । ଖାତାର ବଳକା ରାଶି ଉପରେ ପୂର୍ବଭଳି ସୁଧ ମିଳିବା ଜାରି ରହିବ ।
ଡିସିବି ବ୍ୟାଙ୍କର ରିଟେଲ୍ ବ୍ୟାଙ୍କିଙ୍ଗ୍ ମୁଖ୍ୟ ପ୍ରବୀଣ କୁଟ୍ଟି କହିଛନ୍ତି ଯେ, “ଭାରତୀୟ ଯାତ୍ରୀମାନେ ଆନ୍ତର୍ଜାତିକ ଅନୁଭୂତି ବିକଳ୍ପ ଚୟନ କରୁଛନ୍ତି । ଲମ୍ବା ଓ ଅଳ୍ପ ଦିନର ଛୁଟି, ଷ୍ଟେକେସନ, ବ୍ୟବସାୟ ଭ୍ରମଣ ଏବଂ ମେଡିକାଲ୍ ସୁବିଧା ପାଇଁ ଭ୍ରମଣ ବଢ଼ିବାରେ ଲାଗିଛି । ଡିସିବି ଟ୍ରାଭେଲ୍‌ସ୍ମାର୍ଟ ହେଉଛି ଏକ ଉପଯୋଗୀ ଆନ୍ତର୍ଜାତିକ କାର୍ଡ ଯାହାର ସୁବିଧାକୁ ଯାତ୍ରୀମାନେ ପସନ୍ଦ କରିବେ । ଯାତ୍ରୀମାନେ କାର୍ଡକୁ ଲୋଡ୍ କରିବା, ବ୍ୟାଙ୍କ ଖାତା ସହ ଯୋଡ଼ିବା ଏବଂ ଚଢ଼ା ବିଦେଶୀ ମୁଦ୍ରା ବିନିମୟ ଫି ଏବଂ ମାର୍କ ଫି’ ଦେବାର ଚାପ ନେଇଥାନ୍ତି । ତେଣୁ, ଡିସିବି ଟ୍ରାଭେଲସ୍ମାର୍ଟ ଆନ୍ତର୍ଜାତିକ ଯାତାୟାତକୁ ସହଜ ଓ ଚାପମୁକ୍ତ କରିଛି ।’’
“ପୁନଶ୍ଚ, ବୀମା ଓ ପ୍ରାକ୍‌-ମୁଦ୍ରା ପରିବର୍ତନ ଆବଶ୍ୟକତା ବିନା ଡିସିବି ଟ୍ରାଭେଲ୍‌ସ୍ମାର୍ଟ କାର୍ଡ ଯାତ୍ରୀଙ୍କ ଉପଯୁକ୍ତ ସାଥୀରେ ପରିଣତ ହୋଇଛି । ଏହି ଉତ୍ପାଦ ଜରିଆରେ ଆମେ ଆମ ଗାହକମାନଙ୍କ ଲାଗି ଏକ ସ୍ୱତନ୍ତ୍ର ଟ୍ରାଭେଲ୍ ଅନୁଭୂତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି ।’’

Share

Leave a Reply

Your email address will not be published. Required fields are marked *

three × 5 =