ଟାଟା ଏଆଇଏର ନୂଆ ବ୍ରାଣ୍ଡ୍ ଅଭିଯାନ “ହର ୱକ୍ତ କେ ଲିଏ ତୟାର” ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା କଂପାନି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ନୂଆ ବ୍ରାଣ୍ଡ୍ ବିଷୟବସ୍ତୁ “ହର ୱକ୍ତ କେ ଲିଏ ତୟାର”କୁ ଉନ୍ମୋଚନ କରାଯାଇଛି । ବିବିଧ ସମାଧାନ ସହ ଗ୍ରାହକଙ୍କ ସହିତ ଯୋଡ଼ିହୋଇରହିବା ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଥିବା ବେଳେ ଏକ ଚିନ୍ତାମୁକ୍ତ-ଜୀବନ ବଂଚିବାରେ ତାହା ସହାୟକ ହେବ । ପୂର୍ବରୁ ଥିବା ବିଷୟବସ୍ତୁ “ରକ୍ଷାକରଣ କି ରୀତ୍‌” ସ୍ଥାନରେ ଏହା କାମ କରିବ । ଏହା ଜରିଆରେ ଗ୍ରାହକମାନଙ୍କ ଜୀବନରେ ମୂଲ୍ୟ ଯୋଗ କରିବା ଏବଂ ସେମାନଙ୍କ ଜୀବନରେ ଏକାଧିକ ସ୍ୱତନ୍ତ୍ର ମୁହୂର୍ତ ସୃଷ୍ଟି କରିବାରେ ଟାଟା ଏଆଇଏକୁ ତାହା ସକ୍ଷମ କରିବ ।
ଗ୍ରାହକମାନଙ୍କୁ ନେଇ ବ୍ୟାପକ ଗବେଷଣା କରିବା ପରେ ଏହି ଟ୍ୟାଗ୍‌ଲାଇନ୍‌କୁ ପ୍ରସ୍ତୁତ କରାଯାଇଛି । ଲିଙ୍ଗ, ବୟସ, ଭୌଗୋଳିକ ସ୍ଥାନ ଭିନ୍ନ ସବୁ ପ୍ରକାର ଗ୍ରାହକମାନଙ୍କ ଲାଗି “ହର ୱକ୍ତ କେ ଲିଏ ତୟାର” ଉପଯୁକ୍ତ ସାବ୍ୟସ୍ତ ହୋଇଛି । ହିନ୍ଦୀ, ଇଂରାଜି ଓ ଅନ୍ୟ ଛଅଟି ଆଂଚଳିକ ଭାଷାରେ ଏହାକୁ ପ୍ରସ୍ତୁତ କରାଯାଇଥିବାରୁ ସମଗ୍ର ଭାରତରେ ତାହା ପହଂଚିପାରିବ ।
ଓଗିଲ୍‌ଭି ଇଣ୍ଡିଆ ଏହି ପରିକଳ୍ପନାକୁ ପ୍ରସ୍ତୁତ କରିଛି । କଂପାନିର ବ୍ରାଣ୍ଡ୍ ଆମ୍ବାସାଡର ନୀରଜ ଚୋପ୍ରାଙ୍କ ସହ ଏହି ବିଷୟ କେନ୍ଦ୍ରୀଭୂତ ରହିଛି । ଏଥିରେ ନୀରଜଙ୍କୁ ଭାଗ୍ୟ-ଭବିଷ୍ୟ କହୁଥିବା ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ । ଅତି ମଜାଳିଆ ଢଙ୍ଗରେ ବ୍ରାଣ୍ଡ୍‌ର ବାର୍ତାକୁ ପ୍ରଦାନ କରିବା ଲାଗି ଉଦ୍ୟମ କରାଯାଇଛି ଯାହା ଗ୍ରାହକମାନଙ୍କୁ ସଚେତନ କରି ସେମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଅଭିଳାଷ ପୂରଣ କରିବ । ଏହି ଅଭିଯାନକୁ ଜାରି କରାଯିବା ପରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୯୬ ପ୍ରତିଶତ ଲୋକ ତାହାକୁ ପସନ୍ଦ କରିଛନ୍ତି ।
ଏ ସମ୍ପର୍କରେ ଟାଟା ଏଆଇଏର ମୁଖ୍ୟ ମାର୍କେଟିଂ ଅଧିକାରୀ ଗିରିଶ କାଲ୍‌ରା କହିଛନ୍ତି ଯେ, “ହର ୱକ୍ତ କେ ଲିଏ ତୟାର” ହେଉଛି ଏକ ସ୍ପଷ୍ଟ ଓ ପ୍ରଭାବଶାଳୀ ବିଷୟବସ୍ତୁ ଯାହା ଗ୍ରାହକମାନଙ୍କ ସହ ଯୋଡ଼ି ହେବାରେ ଆମ ଗୁରୁତ୍ୱକୁ ଜଣାଉଥିବା ବେଳେ ଏକ ଚିନ୍ତାମୁକ୍ତ ଜୀବନ ବଂଚିବାରେ ସେମାନଙ୍କୁ ସଶକ୍ତ କରୁଛି । ଅଭିନବ ବୀମା ସମାଧାନ, ସଂପତି ସୃଷ୍ଟି, ୱେଲନେସ୍‌, ଅବସରକାଳୀନ ସମାଧାନ ପ୍ରଦାନ କରିବା ଲାଗି ରହିଥିବା ଉଦ୍ୟମ ସହ ଏହା ବେଶ ଖାପଖାଉଛି । ଏହି ଅଭିଯାନ ବେଶ ସ୍ୱତନ୍ତ୍ର କାରଣ ଏଥିରେ ଆମ ବ୍ରାଣ୍ଡ୍ ଆମ୍ବାସାଡର ନୀରଜ ଚୋପ୍ରାାଙ୍କୁ ପୂର୍ବରୁ କେବେ ଦେଖାଯାଇନଥିବା ଭଳି ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ । ଗତ ଦୁଇ ବର୍ଷ ଧରି ନୀରଜଙ୍କ ସହ ଆମ ସହଯୋଗିତା ବେଶ ଉତ୍ସାହପ୍ରଦ ଥିବା ବେଳେ ଉଭୟଙ୍କ ପାଇଁ ପୂର୍ଣ୍ଣତା ଭଳି ରହିଛି । ଆଗାମୀ ଦିନରେ ତାହା ବଜାୟ ରଖିବାକୁ ଆମେ ପ୍ରତିବଦ୍ଧ ରହିଛୁ । ସେ ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ।”
ଓଗିଲ୍‌ଭି ଇଣ୍ଡିଆର ସିସିଓ ସୁରେଶ ନାୟକ କହିଛନ୍ତି ଯେ, “ଲୋକମାନଙ୍କୁ ସବୁ ବେଳେ ପ୍ରସ୍ତୁତ ରଖିବାର ଭାବନାକୁ ନେଇ ଟାଟା ଏଆଇଏ ଏହି ବିଷୟବସ୍ତୁ ଉପସ୍ଥାପନ କରିଛି । ଟାଟା ଏଆଇଏର ବୀମା ଯୋଜନା ମାଧ୍ୟମରେ କିଭଳି ଲୋକମାନେ ଚିନ୍ତାମୁକ୍ତ ଜୀବନ ବିଚାଉଛନ୍ତି ତାହା ଜାଣି ଭାଗ୍ୟର ଆକଳନ କରୁଥିବା ବ୍ୟକ୍ତି କିଭଳି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତାହାକୁ ଏହି ଅଭିଯାନରେ ଦର୍ଶାଯାଇଛି । ଏଥିପାଇଁ ନୀରଜ ଚୋପ୍ରାଙ୍କ ଭଳି ଉଚ୍ଚମାନର କ୍ରୀଡ଼ାବିତଙ୍କଠାରୁ ଆଉ ଭଲ ବ୍ୟକ୍ତି କିଏ ହୋଇପାରେ । ଜାଭେଲିନରେ ନୀରଜ ପ୍ରତିଭାଙ୍କୁ ଦେଶ ଅନେକ ଥର ଦେଖିଛି । ଏହି ଅଭିଯାନରେ ତାଙ୍କର ଚମତ୍କାର ଅଭିନୟ କଳା ଦେଖିବାକୁ ମିଳିବ । ତାଙ୍କୁ ଚାରିଟି ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ ଯାହା ଦର୍ଶକଙ୍କୁ ଭଲ ଲାଗିବ ।”

Share

Leave a Reply

Your email address will not be published. Required fields are marked *

thirteen − three =