ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ୨୦୨୩ର ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍ ପ୍ରସ୍ତୁତ

ଭୁବନେଶ୍ୱର: ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍ ଚମ୍ପିଆନ୍‌ସିପ୍‌ର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରିଥିବା ବେଳେ ଆକର୍ଷଣୀୟ ରେସ୍ ପାଇଁ ମାଡ୍ରାସ୍ ଇଟଂରନ୍ୟାସନାଲ୍ ସର୍କିଟ୍ (ଏମ୍‌ଆଇସି) ପ୍ରସ୍ତୁତ ରହିଛି ।
ହୋଣ୍ଡାର ବାସ୍ତବ ରେସିଂ ଡିଏନ୍‌ଏକୁ ବଜାୟ ରଖି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ଯୁବକ ପ୍ରତିଯୋଗୀମାନେ ଚତୁର୍ଥ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ପରବର୍ତି ପିଢ଼ିର ଚାଳକମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ମୋଟୋ ରେସ୍‌-୩ ମେସିନ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ରେ ସେମାନଙ୍କ ଦକ୍ଷତାକୁ ପ୍ରତିପାଦନ କରିଥିଲେ । ଚାଳକମାନଙ୍କ ରେସ୍ ଦକ୍ଷତା ବଢ଼ାଇବା ଲାଗି ଏହି ରେସିଂ ମେସିନ୍‌କୁ ସ୍ୱତନ୍ତ୍ର ଭାବେ ବିକାଶ କରାଯାଇଛି ।
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ଚତୁର୍ଥ ପର୍ଯ୍ୟାୟର ପ୍ରଥମ ରେସ୍‌ରେ କେଭିନ୍ କ୍ୱିଂଟାଲ୍ ନିଜ ଚମତ୍କାର ପ୍ରଦର୍ଶନ ବଜାୟ ରଖିଛନ୍ତି । ସେ ରେସ୍‌ରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମୋହସିନ ପି ଦ୍ୱିତୀୟ ଏବଂ ରାହିଶ ଖତ୍ରି ତୃତୀୟ ସ୍ଥାନରେ ରହିଛନ୍ତି ।
ନିଜର ଆନ୍ତର୍ଜାତିକ ଅଭିଜ୍ଞତାକୁ ଭଲ ଭାବେ ବ୍ୟବହାର କରି କେଭିନ୍ କ୍ୱିଂଟାଲ୍ ରେସ୍ ୨ରେ ଚମତ୍କାର ରେସ୍ କରି ନିଜର ଅଗ୍ରଣୀ ସ୍ଥାନ ବଜାୟ ରଖିବା ସହ ପ୍ରଥମ ହୋଇଥିଲେ । ଅନ୍ୟ ପକ୍ଷରେ ମୋହସିନ୍ ପି. ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଜୋହାନ୍ ରେଭିସ୍ ଏମାନୁଏଲ୍ ତୃତୀୟ ସ୍ଥାନରେ ରହି ନିଜର ପ୍ରଥମ କୋଡିୟମ୍ ଫିନିସ୍ ହାସଲ କରିଥିଲେ ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଚଳିତ ବର୍ଷ ଚମ୍ପିଆନ୍‌ସିପ୍‌ର ଚୂଡ଼ାନ୍ତ ପର୍ଯ୍ୟାୟରେ ଆମେ ପହଂଚିଛନ୍ତି । ଆମ ଯୁବ ଚାଳକମାନଙ୍କ ନିରନ୍ତର ଉନ୍ନତି ଓ ବିଜୟକୁ ସୁନିଶ୍ଚିତ କରିବା ଲାଗି ଆମ ପ୍ରତିଭାବାନ ଚାଳକମାନଙ୍କୁ ସହାୟତା ଓ ତାଲିମ ପ୍ରଦାନ କରିବା ଲାଗି ଆମ ପ୍ରଶିକ୍ଷକମାନେ ପ୍ରତିବଦ୍ଧ ରହିଛନ୍ତି । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ଚୂଡ଼ାନ୍ତ ପର୍ଯ୍ୟାୟରେ ଚାଳକମାନଙ୍କ ଉସାହ ଉଚ୍ଚ ସ୍ତରରେ ରହିଛି । ରୋମାଂଚକ ରେସ୍ ଓ କଡ଼ା ପ୍ରତିଦ୍ୱନ୍ଦ୍ୱିତା ସହ ଚଳିତ ସପ୍ତାହରେ ଚମତ୍କାର ରେସ୍ ଦେଖିବାକୁ ଆମେ ଚାହିରହିଛୁ ।’’
ପଂଚମ ପର୍ଯ୍ୟାୟରେ ଶୀର୍ଷ ସ୍ଥାନ ଦଖଲ କରିବା ଲାଗି ଚାଳକମାନେ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଶା କରାଯାଉଛି । ଚମ୍ପିଆନ୍‌ସିପ୍‌ରେ ସାରା ଦେଶର ୧୨ ଜଣ ପ୍ରତିଭାବାନ ଚାଳକ ଭାଗ ନେବେ ।
Watch the race live on 21st October & 22nd October on Honda Racing India (Facebook & Instagram page)

Share

Leave a Reply

Your email address will not be published. Required fields are marked *

twelve − 3 =