ଜୁନ ୧୭ ସୁଦ୍ଧା ସରିବ ଶ୍ରୀମନ୍ଦିରର ମରାମତି କାର୍ଯ୍ୟ

ପୁରୀ: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଗସ୍ତ କରି ଶ୍ରୀଜିୟୁଙ୍କ ଦର୍ଶନ କରିଛନ୍ତି । ବାତ୍ୟା ଜନିତ ଶ୍ରୀମନ୍ଦିର କ୍ଷତି ସଂପର୍କରେ ସମୀକ୍ଷା କରିବା ପୂର୍ବରୁ ନବୀନ ଅପରାହ୍ଣ ୪ଟା ୩୦ରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଦର୍ଶନ ପରେ ନବୀନ ଶ୍ରୀମନ୍ଦିର ପରିସର ବୁଲି ଦେଖିଥିଲେ । ନବୀନ କ୍ଷତିଗ୍ରସ୍ତ ଜୟବିଜୟ ଦ୍ୱାର ଦେଖିଛନ୍ତି । ବାତ୍ୟାରେ କେତେ ପରିମାଣରେ କ୍ଷୟକ୍ଷତି ଘଟିଛି ସେ ନେଇ ନବୀନ ସମୀକ୍ଷା କରିଛନ୍ତି ।

ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ଶ୍ରମନ୍ଦିର ବେଢା ଓ କ୍ଷତିଗ୍ରସ୍ତ ଜୟବିଜୟ ଦ୍ୱାର ବୁଲି ଦେଖିଛନ୍ତି । ବାତ୍ୟା ଯୋଗୁଁ ଶ୍ରୀମନ୍ଦିରରେ ହୋଇଥିବା କ୍ଷତି ନେଇ ସମୀକ୍ଷା କରିଛନ୍ତିୟ ମନ୍ଦିରରୁ ବାହାରିବା ପୂର୍ବରୁ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ପ୍ରତିକ୍ରିୟାରେ ନବୀନ କହିଛନ୍ତି, ଶ୍ରୀମନ୍ଦିର ସ୍ଥିତି ଦେଖିବାକୁ ଅ ।ସିିଥିଲିୟ କ୍ଷୟକ୍ଷତି ନେଇ ଏଏସ୍ଅ ।ଇ ଅଧିକାରୀଙ୍କ ସହ ଅ ।ଲୋଚନା କରିଛି । ଅ ।ଗାମୀ ଜୁନ୍ ୧୭ ସୁଦ୍ଧା ଶ୍ରୀମନ୍ଦିର ମରାମତି କାର୍ଯ୍ୟ ସାରିବାକୁ ଗୁରୁତ୍ୱ ଦିଅ ।ଯାଇଛି ବୋଲି ନବୀନ କହିଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ବାତ୍ୟାରେ ଭାଙ୍ଗି ଯାଇଥିବା ଜୟ ବିଜୟ ମୂର୍ତ୍ତି ପୁନଃନିର୍ମାଣ ହେବ । ଭାଙ୍ଗି ଯାଇଥିବା ୨ଟି ସିଂହମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିରର କ୍ଷୟକ୍ଷତି ନେଇ ମଧ୍ୟ ଆଲୋଚନା ହୋଇଛି । ସମସ୍ତ କାମ ଜୁନ ୧୭ ସୁଦ୍ଧା ସାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − ten =