ଟାଟା ଷ୍ଟିଲ୍ ପକ୍ଷରୁ ୩୭୯ ମେଗାୱାଟ୍ ଅକ୍ଷୟ ଶକ୍ତି ସଂଗ୍ରହ ଲାଗି ଟାଟା ପାୱାର ରିନୁଏବଲ୍ ଏନର୍ଜି ଲିମିଟେଡ୍ ସହ ବୁଝାମଣା ସ୍ୱାକ୍ଷର କରାଯିବ

ମୁମ୍ବାଇ: ଟାଟା ଷ୍ଟିଲ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଟାଟା ପାୱାର ରିନୁଏଲବଲ୍ ଏନର୍ଜି ଲିମିଟେଡ୍ (ଟିପିଆର୍‌ଇଏଲ୍‌)ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଟିପି ବର୍ଦ୍ଧମାନ ସୂର୍ଯ୍ୟ ଲିମିଟେଡ୍ (ଟିପିଭିଏସ୍‌ଏଲ୍‌)ର ୨୬ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବା ଲାଗି କଂପାନି ଆଲୋଚନା ଶେଷ କରିଛି । ଟିପିଆରଇଏଲ୍ ଓ ଟିପିଭିଏସ୍‌ଏଲ୍ ସହିତ ଟାଟା ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ବୁଝାମଣା ସ୍ୱାକ୍ଷର କରାଯିବ । ଟିପିଭିଏସଏଲ୍‌ଠାରୁ ୩୭୯ ମେଗାୱାଟ୍ ଅକ୍ଷୟ ଶକ୍ତି ସଂଗ୍ରହ କରିବା ଲାଗି ଟାଟା ଷ୍ଟିଲ୍ ପକ୍ଷରୁ ଏକ ଦୀର୍ଘମିଆଦୀ ସ୍ଥାୟୀ ଟାରିଫ୍ ଚୁକ୍ତି ସ୍ୱାକ୍ଷର କରାଯିବ ଯାହା ଦ୍ୱାରା ୨୫ ବର୍ଷର ଚୁକ୍ତି ଅବଧିରେ ୫୦ ନିୟୁତ ଟନ୍ କାର୍ବନ ନିର୍ଗମନକୁ ରୋକାଯାଇପାରିବ ।

ଟିପିଭିଏସ୍‌ଏଲ୍ ପକ୍ଷରୁ ଏକ ୯୬୬ ମେଗାୱାଟ୍‌ର ସୌର-ପବନ ହାଇବ୍ରିଡ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ ଯାହା ହେବ ଭାରତର ସର୍ବବୃହତ ଶିଳ୍ପ ବିଦ୍ୟୁତ ପ୍ରକଳ୍ପ । ଟାଟା ଷ୍ଟିଲ୍ ଜାମସେଦପୁରରେ ପୂର୍ବରୁ ଥିବା କୋଲଲା ଭିତିକ ବିଦ୍ୟୁତ ଉତ୍ପାଦନର କିଛି ଅଂଶର ଏହା ସ୍ଥାନ ନେବ ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗର ଓ ପଞ୍ଜାବର ଲୁଧିଆନାରେ ଥିବା ଇଲେକ୍ଟ୍ରିକ୍ ଆର୍କ ଫର୍ଣ୍ଣାସ୍‌ର ଆବଶ୍ୟକତାକୁ ମଧ୍ୟ ତାହା ପୂରଣ କରିବ ।

ଏହି ଅବସରରେ ଟାଟା ଷ୍ଟିଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ କହିଛନ୍ତି ଯେ, “ଟାଟା ପାୱାର ରିନୁଏବଲ୍ ଏନର୍ଜି ସହିତ ଆମର ସହଯୋଗିତା ୨୦୪୫ ସୁଦ୍ଧା ନେଟ୍ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବା ପାଇଁ ଟାଟା ଷ୍ଟିଲ୍‌ର ଦୀର୍ଘସ୍ଥାୟୀ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପରିବେଶ ଉପରେ ଆମର ପ୍ରଭାବକୁ କମ୍ କରିବା ଏବଂ ସ୍ୱଚ୍ଛ, ସବୁଜ ଶକ୍ତି ସମାଧାନ ଆଡକୁ ଅଗ୍ରସର ହୋଇ ଏକ ଉତମ ଭବିଷ୍ୟତ ଗଠନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ।’’

ଟାଟା ପାୱାରର ସିଇଓ ଓ ଏମ୍‌ଡି ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ଯେ, “ଟାଟା ଷ୍ଟିଲ୍ ପାଇଁ ଚବିଶ ଘଂଟିଆ ହାଇବ୍ରିଡ୍ ଅକ୍ଷୟ ଶକ୍ତି ପ୍ଲାଂଟ୍ ବିକାଶ କରୁଥିବାରୁ ଟାଟା ପାୱାରରେ ଆମେ ବହୁତ ଖୁସି । ଏହା ହେଉଛି ଦେଶରେ ଅନ୍ୟତମ ସର୍ବବୃହତ ଶିଳ୍ପ ଗ୍ରୁପ୍ କ୍ୟାପ୍‌ଟିଭ୍ କାରଖାନା ଏବଂ କାର୍ବନ ନିର୍ଗମନକୁ କମ୍ କରି ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ ।’’

Share

Leave a Reply

Your email address will not be published. Required fields are marked *

4 × 2 =