ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

କଳିଙ୍ଗନଗର: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) ପ୍ଲାଂଟ୍‌ରେ ଥିବା ସମ୍ପୂର୍ଣ୍ଣା କିଚେନ୍ ପରିସରରେ ଟିଏସ୍‌କେର ଇଞ୍ଜିନିୟରିଂ ଏବଂ ପ୍ରୋଜେକ୍ଟ ଟିମ୍ ପକ୍ଷରୁ ମହିଳା କର୍ମଜୀବୀମାନଙ୍କ ପାଇଁ ଆନ୍ତର୍ଜାତୀୟ ମହିଳା ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଓ ଠିକା କର୍ମଚାରୀଙ୍କ ସମେତ ୨୦୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ଅଭିଜ୍ଞତା ଉପସ୍ଥାପନା ଅଧିବେଶନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଏହି ଅବସରରେ ଗୁରୁବାର ଦିନ ଟିଏସ୍‌କେର ଜେଡିସି ଆଇରନ୍ ମେକିଂ ଓ ଟିଏସ୍‌କେର ବତିଗତ ସ୍ୱାସ୍ଥ୍ୟ କେନ୍ଦ୍ର (ଓଏଚ୍‌ଏସ୍‌) ସହଯୋଗରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ କର୍ମଚାରୀ ଓ ଠିକା କର୍ମଚାରୀଙ୍କ ସମେତ ୧୯୫ ଜଣ ମହିଳା ଉପକୃତ ହୋଇଥିଲେ । ଟାଟା ଷ୍ଟିଲ୍ କଳିଙ୍ଗନଗର ୱାର୍କର୍ସ ୟୁନିୟନ୍ (ଟିଏସ୍‌କେଡବ୍ଲୁୟୁ)ର ସଭାପତି ରବୀନ୍ଦ୍ର ଜାମୁଦା ଓ ଟିଏସ୍‌କେଡବ୍ଲୁୟୁର ସମ୍ପାଦକ ଦାମୋଦର ସୋୟେଙ୍କ ଉପସ୍ଥିତିରେ ଏହି ସ୍ୱାସ୍ଥ୍ୟ ଶିବିରକୁ ଜେଡିସି ଆଇରନ ମେକିଂର ଅଧ୍ୟକ୍ଷ ୱାଇଜିଏସ୍ ପ୍ରସାଦ ଉଦ୍‌ଘାଟନ କରିଥିଲେ।

Share

Leave a Reply

Your email address will not be published. Required fields are marked *

12 + sixteen =