ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ପଣ୍ଡିତ ଗୁରୁ କୋଲ ଲାକୋ ବୋଦ୍ରାଙ୍କ ୧୦୪ତମ ଜୟନ୍ତୀ ପାଳିତ

କଳିଙ୍ଗନଗର: ଆଦିବାସୀ ଜାତିର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ପ୍ରୟାସ ଜାରି ରଖି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ହୋ ପ୍ରାଚୀନ ସଂସ୍କୃତି ଓ ବିଜ୍ଞାନ କଲ୍ୟାଣ ଫାଉଣ୍ଡେସନ୍ (ଏଚ୍‌ଏସିଏସ୍‌ଡବ୍ଲୁଏଫ୍‌), ଅଙ୍କୁରାପାଳ ସହଯୋଗରେ ବୁଧବାର ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍‌ର ଓଲ୍ଲଳ ପଂଚାୟତର ରାମ୍ପିଲୋ ଗ୍ରାମର ତପୋବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ‘ହୋ’ ଭାଷାର ଲିପି “ୱାରଙ୍ଗ କ୍ଷୀତି’ର ସ୍ରଷ୍ଟା ସ୍ୱର୍ଗତଃ ପଣ୍ଡିତ ଗୁରୁ କୋଲ ଲାକୋ ବୋଦ୍ରାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।

ଏହି ଅବସରରେ ଦାନଗଦି ବ୍ଳକ୍‌ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଟିନା ହାଇବ୍ରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଲ୍ଲଳ ପଂଚାୟତର ସରପଂଚ ଲକ୍ଷ୍ମୀପ୍ରିୟା ଜେନା, ଏଚ୍‌ଏସିଏସ୍‌ଡବ୍ଲୁଏଫ୍‌ର ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ଜାମୁଦା, ତପୋବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମୁକୁନ୍ଦ ହାନ୍ତାଳ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ୟୁନିଟ୍ ମୁଖ୍ୟ ଆଲେନ୍ କିମ୍ ଯୋସେଫ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଓ ଏଚ୍‌ଏସିଏସ୍‌ଡବ୍ଲୁଏଫ୍‌ର ୧୦୦ ସଦସ୍ୟ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଗୁରୁ କୋଲ ଲାକୋ ବୋଦ୍ରାଙ୍କ ଜୀବନ ଓ ଆଦିବାସୀ ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ସଂରକ୍ଷଣ ପ୍ରତି ତାଙ୍କ ଅବଦାନ ବିଷୟରେ ଏଚ୍‌ଏସିଏସ୍‌ଡବ୍ଲୁଏଫ୍‌ର ଆଦିବାସୀ ସଂସ୍କୃତି ବିଶେଷଜ୍ଞ ଶ୍ରୀ ଦର୍ଶନ ଜାରିକା ବର୍ଣ୍ଣନା କରିଥିଲେ ।

ହୋ ଭାଷାର ପ୍ରସାର ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଏଚ୍‌ଏସିଏସ୍‌ଡବ୍ଲୁଏଫ୍‌ର ଦୁଇ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗତ ସପ୍ତାହରେ ଅନୁଷ୍ଠିତ ରଚନା ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଗୁରୁ କୋଲ ଲାକୋ ବୋଦ୍ରାଙ୍କ ଜୀବନୀକୁ ଉପସ୍ଥାପନ କରୁଥିବା ଏକ ସିନେମା ପ୍ରଦର୍ଶନ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ଆଦିବାସୀ ଜାତିର ପ୍ରସାର ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗନଗର ଓ ତାହାର ଆଖପାଖ ଅଂଚଳରେ ୭୨ ଭାଷା କେନ୍ଦ୍ରର ପରିଚାଳନା କରାଯାଇଛି ଯେଉଁଠାରେ ଆଦିବାସୀ ସମୁଦାୟର ୩୦୫୦ରୁ ଅଧିକ ସଦସ୍ୟ ଆଦିବାସୀ ଭାଷା ଶିଖୁଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − seven =