ହିଞ୍ଜିଳିକାଟୁରେ ନୂଆ ସିଆରସି ଓ ଡିଭିଜନ ଅଫିସ ଉଦଘାଟିତ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ହିଞ୍ଜିଳିକାଟୁଠାରେ ନୂତନ ଉପଭୋକ୍ତା ସମ୍ପର୍କ କେନ୍ଦ୍ର(ସିଆରସି) ଓ ଡିଭିଜନ ଅଫିସ ଉଦଘାଟିତ ହୋଇଛି । ଏହି ଉଦଘାଟନୀ କାର‌୍ୟ୍ୟକ୍ରମରେ ବୋର୍ଡ ସଦସ୍ୟ ନରେନ୍ଦ୍ର ନାଥ ମିଶ୍ର, ଅଶୋକ କୁମାର ତ୍ରିପାଠୀ ଓ ଟିପିଏସ୍ଓଡିଏଲର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ଉପଭୋକ୍ତାଙ୍କୁ ସହଜ ଓ ସମୟ ଉପଯୋଗୀ ସେବା ଯୋଗାଇ ଦେବା କ୍ଷେତ୍ରରେ ଏହି ସମ୍ପର୍କ କେନ୍ଦ୍ର ଓ ଡିଭିଜନ ଅଫିସ ପ୍ରମୁଖ ଭୂମିକା ଗ୍ରହଣ କରିବ। ବିଦ୍ୟୁତ ସେବାକୁ ଅଧିକ ପ୍ରଭାବଶାଳୀ କରିବା କ୍ଷେତ୍ର ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବା ସହ ଉପଭୋକ୍ତାଙ୍କୁ ଏକ ସୁଖଦ ଅନୁଭୂତି ପ୍ରଦାନ କରିବାରେ ସହାୟକ ହେବ।

ସେହିଭଳି ନୂଆ କରି ଚାଲୁ ହୋଇଥିବା ସିଆରସି ଅଭିଜ୍ଞ କର୍ମଚାରୀଙ୍କ ଟିମ ଦ୍ୱାରା ପରିଚାଳିତ ହେବ। ସେଠାରେ ବିଭିନ୍ନ ପ୍ରକାରର ନୂତନ ବୈଷୟିକ ବିଦ୍ୟା ମାଧମରେ କାର‌୍ୟ୍ୟ ସୁବିଧା ମିଳିବ । ଅନ୍ୟପକ୍ଷରେ ନୂଆ ଡିଭିଜନ ଅଫିସ ବିଦ୍ୟୁତ ସେବା ଯୋଗାଣ ଓ ଉପଭୋକ୍ତଙ୍କ ସହ ଯୋଗାଯୋଗ କ୍ଷେତ୍ରରେ ଏକ ଅଗ୍ରଣୀ ହବ୍ ଭାବେ କାର‌୍ୟ୍ୟ କରିବ। ଡିଭିଜନ ଅଫିସ ଉପଭୋକ୍ତାଙ୍କ ଆବଶ୍ୟକତା ଓ ଚାହିଦାକୁ ପ୍ରାଥମିକତା ଦେଇ କାର‌୍ୟ୍ୟ ସମ୍ପାଦନ କରିବ।

ହିଞ୍ଜିଳିକାଟୁର ନୂଆ ସିଆରସିକୁ ମିଶାଇ ଟିପିଏସ୍ଓଡିଏଲର ସମୁଦାୟ ୫ଟି ସିଆରସି ରହିଛି। ପୂର୍ବରୁ ବ୍ରହ୍ମପୁର (ସମସ୍ତ ମହିଳା କର୍ମଚାରୀ), ଜୟପୁର, ପାରଳାଖେମୁଣ୍ଡି ଓ ରାୟଗଡ଼ାଠାରେ ସିଆରସି ରହିଥିଲା।

Share

Leave a Reply

Your email address will not be published. Required fields are marked *

12 − three =