ଆମାଜନ ପକ୍ଷରୁ ଭାରତରେ ବିକ୍ରେତା, ରିଟେଲର, ବ୍ରାଣ୍ଡ୍ ଓ ନିର୍ମାତାଙ୍କ ପାଇଁ ମଲ୍‌ଟି ଚ୍ୟାନେଲ୍ ଫୁଲ୍‌ଫିଲ୍‌ମେଂଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଆମାଜନ ଡଟ୍ ଇନ୍ ପକ୍ଷରୁ ଭାରତରେ ମଲ୍‌ଟି ଚ୍ୟାନେଲ୍ ଫୁଲ୍‌ଫିଲ୍‌ମେଂଟ୍‌ର ଶୁଭାରମ୍ଭ କରାଯାଇଛି । ଦେଶର ସବୁ ପ୍ରକାର ଶିଳ୍ପ କ୍ଷେତ୍ରର ଡି୨ସି ବ୍ରାଣ୍ଡ୍‌, ନିର୍ମାତା ଓ ରିଟେଲରଙ୍କ ସମେତ ଫୁଲଫିଲମେଂଟ୍ ପରିଚାଳନାରେ ଏହା ବୈପ୍ଳବିକ ପରିବର୍ତନ ଆଣିବ ଏବଂ ନିଜସ୍ୱ ୱେବସାଇଟ୍ ସମେତ ବିବିଧ ବିକ୍ରି ଚ୍ୟାନେଲ୍‌ରେ ବରାଦ ହାସଲ କରିବା ଦକ୍ଷତାର ପରିଚାଳନା, ଆମାଜନର ସର୍ବଭାରତୀୟ ଉପସ୍ଥିତି, ଅତ୍ୟାଧୁନିକ ଫୁଲ୍‌ଫିଲମେଂଟ୍ କେନ୍ଦ୍ର ଓ ଲଜିଷ୍ଟିକ୍ ଦକ୍ଷତାକୁ ବ୍ୟବହାର କରି ଗ୍ରାହକମାନଙ୍କ ଅନୁଭୂତିରେ ଉନ୍ନତି ଆଣିବ । ମଲ୍‌ଟି ଚ୍ୟାନେଲ୍ ଫୁଲ୍‌ଫିଲ୍‌ମେଂଟ୍ ଜରିଆରେ ଆମାଜନ୍ ଗ୍ରାହକଙ୍କ ବରାଦ ପୂରଣକୁ ସାର୍ବଜନୀନ କରିପାରିବ ଏବଂ ଆମାଜନ୍‌ର ବ୍ୟାପକ ନେଟ୍‌ୱର୍କକୁ ବ୍ୟବହାର କରି ବ୍ୟାପକ ବଜାରରେ ପହଂଚିବାରେ ବିକ୍ରେତାମାନଙ୍କୁ ସକ୍ଷମ କରିବ ।
ମଲ୍‌ଟି ଚ୍ୟାନେଲ୍ ଫୁଲ୍‌ଫିଲ୍‌ମେଂଟ୍ ବିକ୍ରେତାମାନଙ୍କୁ ଆମାଜନରେ ନଥିବା ଗ୍ରାହକଙ୍କ ବରାଦ ସୃଷ୍ଟି କରିବା, ତାହାକୁ ଟ୍ରାକ୍ କରିବା ଏବଂ ଟିକସ ଇନଭଏସ୍ ସୃଷ୍ଟି କରିବା କାର୍ଯ୍ୟକୁ ସୌଜ କରିବା ସହ ଶୀଘ୍ର ଜିନିଷ ପଠାଇବା ଓ ଡେଲିଭରିକୁ ସୁନିଶ୍ଚିତ କରିପାରିବ । ଏହା ବିକ୍ରେତାଙ୍କ ପାଇଁ ଫୁଲଫିଲ୍‌ମେଂଟ୍ ପ୍ରକ୍ରିୟାର ସରଳୀକରଣ, ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଏବଂ ବିକ୍ରି ବଢ଼ାଇବାର ସୁଯୋଗ ପ୍ରଦାନ କରିବ । ବିକ୍ରେତାମାନେ ସେମାନଙ୍କ ଆମାଜନ ଭିନ୍ନ ବରାଦକୁ ସ୍ୱୟଂକ୍ରିୟ କରିବା ସହ ଫୁଲଫିଲମେଂଟ୍ ପ୍ରକ୍ରିୟାରେ ଥିବା ଜଟିଳତାକୁ ଦୂର କରି ସମ୍ପୂର୍ଣ୍ଣ ବରାଦ ପୂରଣ ପ୍ରକ୍ରିୟାକୁ ସହଜ କରିବ । ବିକ୍ରେତାମାନେ ଏହା ଜରିଆରେ ଏକ ନମନୀୟ, ସୁଲଭ ଓ ବ୍ୟାପକ କରି ହେଉଥିବା ପ୍ରକ୍ରିୟା ଓ ଫୁଲଫିଲମେଂଟ୍ ସମାଧାନର ଲାଭ ପାଇପାରିବେ । ଏଥିରେ ପରିବହନ, ଲାବେଲିଂ, ଷ୍ଟୋରେଜ୍‌, ବରାଦ ପରିଚାଳନା, ପିକ୍‌-ପ୍ୟାକ୍ ଓ ସିପିଙ୍ଗ ସେବା ଭଳି ସୁବିଧା ମିଳିବ ।
“ଡିଜିଟାଇଭେଜନ, ଅଳ୍ପ ଲୋକଙ୍କ ପାଖରେ ପହଂଚିବା, ଇନଭେଟୋରି ଟ୍ରାକିଂ ଏବଂ ଉଚ୍ଚ ପରିବହନ ଖର୍ଚ୍ଚ ଭଳି ସମସ୍ୟା ମଧ୍ୟମ ଓ କ୍ଷୁଦ୍ର ବ୍ରାଣ୍ଡ୍‌ଗୁଡ଼ିକର ସମ୍ପ୍ରସାରଣରେ ବାଧା ସୃଷ୍ଟି କରିଥାଏ । ମଲ୍‌ଟି ଚ୍ୟାନେଲ୍ ଫୁଲ୍‌ଫିଲ୍‌ମେଂଟ୍ ସେମାନଙ୍କ ସମସ୍ତ ଫୁଲ୍‌ଫିଲ୍‌ମେଂଟ୍ ଆବଶ୍ୟକତା ପାଇଁ ବ୍ୟାପକ ଓ ଶ୍ରେଷ୍ଠ ମାନର ସମାଧାନ ଜରିଆରେ ଏହି ଆହ୍ୱାନଗୁଡ଼ିକର ମୁକାବିଲା କରିବ । ଏହା ବିକ୍ରେତାମାନଙ୍କୁ ଉତ୍ପାଦ ବିକାଶ, ମାର୍କେଟିଂ ଓ ଗ୍ରାହକ ସେବା ଭଳି ମୌଳିକ ବ୍ୟବସାୟ ଉପରେ ଧ୍ୟାନ ଦେବାରେ ସହାୟକ ବୋଲି ଆମାଜନ୍ ଇଣ୍ଡିଆର ଫୁଲଫିଲ୍‌ମେଂଟ୍ ଚ୍ୟାନେଲ୍ ଆଣ୍ଡ୍ ଗ୍ଲୋବାଲ୍ ଟ୍ରେଡ୍‌ର ଉପସଭାପତି ବିବେକ ସୋମାରେଡ୍ଡି କହିଛନ୍ତି ।”
ଏହି ଅଭିନବ ଫୁଲଫିଲମେଂଟ୍ ସମାଧାନ ଦ୍ରୁତ ଡେଲିଭରି, ୨୪ ଘଂଟା ଗ୍ରାହକଙ୍କ ବରାଦ ପୂରଣ କରିବା, ଉନ୍ନତ ପ୍ରଯୁକ୍ତି, ଶ୍ରେଷ୍ଠ ମାନର ଫୁଲଫିଲମେଂଟ୍‌, ବ୍ୟାପକ ସ୍ଥାନରେ ଡେଲିଭରି, ଉନ୍ନତ ଟ୍ରାକିଂ ଏବଂ ବ୍ୟାପକ ସହାୟତା ଓ ନିରବଚ୍ଛିନ୍ନ ସମନ୍ୱୟ ଆଦି ସୁବିଧା ପ୍ରଦାନ କରିବ ଯାହା ଫଳରେ ବିକ୍ରେତାମାନେ ଭାରତୀୟ ବଜାରରେ ସଫଳ ହୋଇପାରିବେ । ଆମାଜନର ମଲ୍‌ଟି ଚ୍ୟାନେଲ୍ ଫୁଲଫିଲମେଂଟ୍ ଜରିଆରେ ପ୍ରଭାବଶାଳୀ ଓ ଭରସାଯୋଗ୍ୟ ଫୁଲଫିଟ୍‌ମେଂଟ୍ ନିଶ୍ଚିତ ରୂପେ ବିକ୍ରେତାଙ୍କ ବ୍ରାଣ୍ଡ୍ ପରିଚୟରେ ଉନ୍ନତି ଆଣି ଗ୍ରାହକଙ୍କ ବିଶ୍ୱାସ ଓ ଭରସା ବଢ଼ାଇବ ବୋଲି ବିବେକ କହିଛନ୍ତି ।”
“ଗୋଦାମ ଘର ଏବଂ ଲଜିଷ୍ଟିକ୍ସ ସହଯୋଗୀଙ୍କ ପରିଚାଳନା କରିବା ଆମ ପାଇଁ ଏକ ବ୍ୟୟବହୁଳ ଓ ପରିଚାଳନା ବୋଝ ହୋଇ ସର୍ବଦା ରହିଛି । ଦ୍ରୁତ ଅଭିବୃଦ୍ଧି ସମୟରେ ତାହାକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବା ଲାଗି ଆମ ପାଖରେ ସମୟ ଓ ସମ୍ବଳର ଅଭାବ ଦେଖାଦିଏ । ମଲ୍‌ଟି ଚ୍ୟାନେଲ୍ ଫୁଲ୍‌ଫିଲ୍‌ମେଂଟକୁ କାର୍ଯ୍ୟକାରୀ କରାଯିବାର ଫଳ ସ୍ୱରୂପ ଆମେ ବିବିଧ ପ୍ଲାଟଫର୍ମରେ ଆମେ ଆମାଜନର ଏଣ୍ଡ୍ ଟୁ ଏଣ୍ଡ୍ ଫୁଲଫିଲ୍‌ମେଂଟ୍ ସମାଧାନକୁ ବ୍ୟବହାର କରି ଆମ ଫୁଲ୍‌ଫିଲ୍‌ମେଂଟ୍ ପ୍ରକ୍ରିୟାକୁ ସୁସଂଗଠିତ କରିପାରିଛୁ । କମ୍ ଖର୍ଚ୍ଚ ସହିତ ସେମାନଙ୍କ ପାରଦର୍ଶୀ ଫୁଲଫିଲମେଂଟ୍ ଓ ଡେଲିଭରି ବିଭିନ୍ନ ଫୁଲଫିଲମେଂଟ୍ କେନ୍ଦୟରେ ଇନଭେଟୋଂରି ପରିଚାଳନାରେ ଉନ୍ନତିି ଆଣି ଆମର ଇନଭେଟୋଂରିର ଉତମ ପରିଚାଳନା କରିପାରିବ ବୋଲି ଆମାଜନ୍‌ର ବିକ୍ରେତା ଜୟ ଇନଗ୍ରେଡିଏଂଟ୍‌ସର ନିର୍ଦ୍ଦେଶକ ଜୟାଂଶୁ ଚର୍ତୁବେଦୀ କହିଛନ୍ତି ।’’
ମଲ୍‌ଟି ଚ୍ୟାନେଲ୍ ଫୁଲଫିଲ୍‌ମେଂଟ୍ ସମାଧାନ ବରାଦ ପିଛା ମାତ୍ର ୫୯ ଟଙ୍କାରେ ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

two × five =