ଇଣ୍ଡିଆ ସେଲ୍‌ଟର ଫାଇନାନ୍ସ କର୍ପୋରେସନ ଲିମିଟେଡ୍‌ର ୧୨୦୦ କୋଟି ଟଙ୍କାର ଇନିସିଆଲ ପବ୍ଲିକ୍ ଅଫର ୨୦୨୩ ଡିସେମ୍ବର ୧୩ରେ ଖୋଲିବ

ଭୁବନେଶ୍ୱର: ସୁଲଭ ବାସଗୃହ ଲାଗି ଫାଇନାନ୍ସ ସୁବିଧା ପ୍ରଦାନ କରୁଥିବା ସଂସ୍ଥା ଇଣ୍ଡିଆ ସେଲ୍‌ଟର ଫାଇନାନ୍ସ କର୍ପୋରେସନ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ୨୦୨୩ ଡିସେମ୍ବର ୩ରେ ଖୋଲିବ । ୨୦୨୩ ସେପ୍ଟେମ୍ବର ୩୦ ସୁଦ୍ଧା ସାରା ଭାରତରେ ଏହାର ୨୦୩ ଶାଖା ରହିଛି ।
ଏହି ଅଫରରେ ୧୨୦୦ କୋଟି ଟଙ୍କା ମଧ୍ୟରୁ ୮୦୦ କୋଟି ଟଙ୍କାର ନୂତନ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ୪୦୦ କୋଟି ଟଙ୍କାର ଇକ୍ୱିଟି ସେୟାରକୁ ଅଂଶଧନକାରୀମାନେ ବିକ୍ରି କରିବେ । ଇକ୍ୱିଟି ସେୟାର ପିଛା ଦାମ୍ ୪୬୯ ଟଙ୍କାରୁ ୪୯୩ ଟଙ୍କା ମଧ୍ୟରେ ରହିବ । ନିବେଶକମାନେ ସର୍ବନିମ୍ନ ୩୦ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ଏହାପରେ ୩୦ଟି ଇକ୍ୱିଟି ସେୟାରର ଗୁଣିତକ ହିସାବରେ ଯୋଡ଼ିପାରିବେ ।
ଆଙ୍କର ନିବେଶକମାନେ ୨୦୨୩ ଡିସେମ୍ବର ୧୨, ମଙ୍ଗଳବାର ସୁଦ୍ଧା ବିଡ୍ ଦାଖଲ କରିପାରିବେ । ଏହି ବିଡ୍‌/ଅଫର ୨୦୨୩ ଡିସେମ୍ବର ୧୩ ବୁଧବାର ଖୋଲିବ ଏବଂ ୨୦୨୩ ଡିସେମ୍ବର ୧୫, ଶୁକ୍ରବାର ବନ୍ଦ ହୋଇଯିବ ।
ଏହି ଆଇପିଓରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ସେଥିରୁ ୬୪୦ କୋଟି ଟଙ୍କାକୁ ଭବିଷ୍ୟତ ପାଣ୍ଠି ଆବଶ୍ୟକତା ପୂରଣ କରିବାରେ ଏବଂ ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଅଫର ଫର ସେଲ୍‌ରେ କାଟାଲିଷ୍ଟ ଟ୍ରଷ୍ଟିସିପ୍ ଲିମିଟେଡ୍ ୨୦ ଲକ୍ଷ ଟଙ୍କାର, କାଟାଲିଷ୍ଟ ଟ୍ରଷ୍ଟିସିପ ଲିମିଟେଡ୍‌୧୭୧.୨୯ କୋଟି ଟଙ୍କା, ମାଡିସନ ଇଣ୍ଡିଆ ଅପର୍ଚୁନିଟି -୪ର ୫୪.୪୩ କୋଟି ଟଙ୍କା, ଏମଆଇଓ ଷ୍ଟାରରକର ୩୧.୭୬ କୋଟି ଟଙ୍କା, ନେକ୍ସସ୍ ଭେଂଚର୍ସ-୩ ଲିମିଟେଡ୍‌ର ୧୪୨.୫ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରାଯିବ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଦାଖଲ କରାଯାଇଥିବା ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍‌ରେ ଇକ୍ୱିଟି ସେୟାରଗୁଡ଼ିକୁ ବମ୍ବେ ଷ୍ଟକ ଏକ୍ସଚେଂଜ୍ ଓ ନ୍ୟାସନାଲ ଷ୍ଟକ ଏକ୍ସେଂଚଜ୍‌ରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ସିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, କୋଟାକ ମହିନ୍ଦ୍ରା କ୍ୟାପିଟାଲ କଂପାନି ଲିମିଟେଡ୍ ଏବଂ ଆମ୍ବିଟ୍ ପ୍ରାଇଭେଟ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

two × five =