ଟାଟା ଆସେଟ୍ ମ୍ୟାନେଜମେଂଟ୍ ପକ୍ଷରୁ ସୁନା ଓ ରୁପାକୁ ନେଇ ଚାରିଟି ନୂଆ ଫଣ୍ଡ୍ ଅଫରର ଶୁଭାରମ୍ଭ

ଭୁବନେଶ୍ୱର: ଟାଟା ଆସେଟ୍ ମ୍ୟାନେଜମେଂଟ୍ ପକ୍ଷରୁ ୨ଟି ଫଣ୍ଡ୍ ଅଫ୍ ଫଣ୍ଡ୍ (ଏଫ୍‌ଓଏଫ୍‌) ଏବଂ ୨ଟି ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ (ଇଟିଏଫ୍‌)ର ଶୁଭାରମ୍ଭ କରାଯାଇଛି । ତାହା ହେଉଛଇ ଟାଟା ଗୋଲ୍ଡ ଇଟିଏଫ୍ ଓପନ୍ ଏଣ୍ଡେଡ୍ ଏକ୍ସଚେଂଜ୍ ଟ୍ରେଡେଣ୍ଡ୍ ଫଣ୍ଡ ଯାହା ଦେଶ ଭିତରେ ସୁନା ମୂଲ୍ୟକୁ ଟ୍ରାକିଂ କରିବ । ଏହାର ନୂଆ ଫଣ୍ଡ୍ ଅଫର ୨୦୨୪ ଜାନୁଆରି ୨ରୁ ୯ ତାରିଖ ପର୍ଯ୍ୟନ୍ତ ଖୋଲାରହିବ । ଟାଟା ଗୋଲ୍ଡ ଇଟିଏଫ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ହେଉଛି ଏକ ଓପନ ଏଣ୍ଡେଡ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ସ୍କିମ୍ ଯେଉଥରେ ଟାଟା ଗୋଲ୍ଡ ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍‌ରେ ନିବେଶ କରାଯିବ । ଏହାର ନୂଆ ଫଣ୍ଡ୍ ଅଫର ୨୦୨୪ ଜାନୁଆରି ୨ରୁ ୧୬ ପର୍ଯ୍ୟନ୍ତ ଖୋଲାରହିବ ।
ସେହିପରି, ଟାଟା ସିଲ୍‌ଭର ଇଟିଏଫ୍ ହେଉଛି ଏକ ଓପନ୍ ଏଣ୍ଡେଡ୍ ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ ଯାହା ଦେଶ ଭିତରେ ରୁପା ଦାମ୍ ଉପରେ ନଜର ରଖିବ । ଏହାର ନୂଆ ଫଣ୍ଡ୍ ଅଫର ୨୦୨୪ ଜାନୁଆରି ୨ରୁ ୯ ପର୍ଯ୍ୟନ୍ତ ଖୋଲାରହିବ । ଟାଟା ସିଲ୍‌ଭର୍ ଇଟିଏଫ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ହେଉଛି ଏକ ଓପନ୍ ଏଣ୍ଡେଡ୍ ଫଣ୍ଡ୍ ଅଫ୍ ଫଣ୍ଡ୍ ସ୍କିମ୍ ଯେଉଁଥିରେ ଟାଟା ସିଲ୍‌ଭର୍ ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍‌ରେ ନିବେଶ କରାଯିବ । ଏହାର ନୂଆ ଫଣ୍ଡ୍ ଅଫର୍ ୨୦୨୪ ଜାନୁଆରି ୨ରୁ ୧୬ ପର୍ଯ୍ୟନ୍ତ ଖୋଲାରହିବ ।
ଏହି ପାଣ୍ଠିଗୁଡ଼ିକ ନିବେଶକମାନଙ୍କୁ ସୁନା ଓ ରୁପାରେ ରହିଥିବା ଲାଭ ପ୍ରଦାନ କରିବ । ଏହା ଏଭଳି ଏକ ସଂପତି ଶ୍ରେଣୀ ଯେଉଁଥିରେ କାରବାର ଖର୍ଚ କମ୍ ଥିବା ବେଳେ ଯେକୌଣସି ସମୟରେ ତାହାକୁ ନଗଦ ରାଶିରେ ପରିଣତ କରିହେବ ଏବଂ ଏହାକୁ ପରିଚାଳନା କରିବା ଖର୍ଚ୍ଚ ମଧ୍ୟ ବହୁତ କମ୍ ।
ଏ ସମ୍ପର୍କରେ ଟାଟା ଆସେଟ୍ ମ୍ୟାନେଜମେଂଟ୍‌ର ବ୍ୟବସାୟ ମୁଖ୍ୟ-ଇନଷ୍ଟିଚ୍ୟୁସନାଲ୍ କ୍ଲାଏଂଟ୍‌ସ, ବ୍ୟାଙ୍କିଙ୍ଗ ଆଣ୍ଡ୍ ଅଲଟରନେଟିଭ୍ ଇନଭେଷ୍ଟମେଂଟ୍ ଆନନ୍ଦ ବର୍ଦରାଜନ କହିଛନ୍ତି ଯେ, “ଯେତେବେଳେ ବିପଦ କେତେ ଆପଣ ଜାଣିନାହାନ୍ତି, ସେହି ସମୟରେ ବିବିଧତା ଆଣନ୍ତୁ । ଯେତେବେଳେ ଆପଣ ବିପଦ ବିଷୟରେ ଜାଣିବେ ସେହି ସମୟରେ ହେଜ୍ କରନ୍ତୁ । ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁ ନିବେଶକମାନଙ୍କୁ ବିପଦକୁ ହେଜ୍ କରିବାରେ ସହାୟକ ହେବ । ମୁଦ୍ରାସ୍ଫୀତି ଓ ବିନିମୟ ମୁଦ୍ରା ମୂଲ୍ୟରେ ଅସ୍ଥିରତା ବିରୋଧରେ ସ୍ଥିରତା ପ୍ରଦାନ କରିବାରେ ଏହା ସହାୟକହେବ । ଇକ୍ୱିଟି ଓ ଡେବଟ୍ ବଜାର ଅସ୍ଥିର ରହିବା ସମୟରେ ଏହା ସହାୟକ ହୋଇପାରିବ । ଯଦି ସୁନା ମୂଲ୍ୟ ଉଚ୍ଚ ରହିଛି ଏବଂ ଆଗକୁ ଆହୁରି ବଢ଼ିବାକୁ ଯାଉଛି ତେବେ ନିଜର କରିବାରେ ତାହା ହେଉଛି ଏକ ଶ୍ରେଷ୍ଠ ସଂପତି । ବର୍ଦ୍ଧିତ ଚାହିଦା ଓ କମ୍ ଯୋଗାଣ ଯୋଗୁଁ ଯେକୌଣସି ନିବେଶକଙ୍କ ପୋର୍ଟଫୋଲିଓରେ ଏହା ରହିବା ଦରକାର ।”

Share

Leave a Reply

Your email address will not be published. Required fields are marked *

three × 1 =