ରାଜ୍ୟ ଦାବି ଆଗରେ ଶେଷରେ ମୁଣ୍ଡ ନୁଆଇଁଲା ଏନଟିପିସି

ଝାରସୁଗୁଡା () ରାଜ୍ୟ ସରକାରଙ୍କ ଦାବିକୁ ଶେଷରେ ମାନିବାକୁ ବାଧ୍ୟ ହୋଇଛି ଏନଟିପିସି । ତଦନୁଯାୟୀ ଝାରସୁଗୁଡା ଜିଲ୍ଲା ଲାଖନପୁର ବ୍ଲକରେ ଏନଟିପିସି ଲାରା ପ୍ରକଳ୍ପ ଦ୍ବାରା ବିସ୍ଥାପିତ ଗ୍ରାମରେ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟ କରିବ। ଲାରା ସୁପର ଥର୍ମାଲ ପାୱାର ପ୍ରକଳ୍ପ ପାଇଁ ଲାଖନପୁର ବ୍ଲକର 6ଟି ଗ୍ରାମପଂଚୟତରେ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ କମ୍ପାନୀ ରାଜିଥିବା ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି କମ୍ପାନୀର ବରିଷ୍ଠ ଅଧିକାରୀ ଜଣାଇଛନ୍ତି ।

ଲାଖନପୁର ବ୍ଲକର କଣ୍ଡେଇକେଲା, ରେମତା, କନକତୋରା, ଚାରପାଲି, ପିଠିଣ୍ଡା ଓ ବଡୀମାଲ ଗ୍ରାମପଂଚୟତରେ ଏହିସବୁ ବିକାଶମୂଳକ କାର୍ଯ୍ୟ ହେବ । ଏହିସବୁ ଗାଁରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ଆବଶ୍ୟକ ଖର୍ଚ୍ଚର ହିସାବ ମାଗିଛି ଏନଟିପିସି । ଲାରା ପ୍ରକଳ୍ପର ପ୍ରଥମ ୟୁନିଟ ଓଡିଶା ସୀମାଠାରୁ 2 କିଲୋମିଟର ଦୂରରେ କାର୍ଯ୍ୟକ୍ଷମ ହୋଇଛି ।

ଏହି ପ୍ରକଳ୍ପ 6ଟି ପଂଚାୟତର 27ଟି ଗାଁରେ ପରିବେଶ ପ୍ରଦୂଷଣ ଓ ଗୁରୁତ୍ତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । କାରଣ ଏହିସବୁ ଗାଁ କାରଖାନାର 10 କିଲୋମିଟର ପରିସୀମା ମଧ୍ୟରେ ରହୁଛି । 2012ରେ ପ୍ରକଳ୍ପ ଆରମ୍ଭ ସମୟରୁ ଗ୍ରାମବାସୀ ଏହାର ବିରୋଧ କରି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରିଥିଲେ ।

ଅଭିଯୋଗ ହୁଏଯେ ଛତିଶଗଡ଼ ସରକାର ଓ କେନ୍ଦ୍ର ସରକାର ଓଡ଼ିଶାର ପ୍ରଭାବିତ ଗ୍ରାମବାସୀଙ୍କ ଦାବିକୁ ଅଣଦେଖା କରି ପ୍ରକଳ୍ପ ଆରମ୍ଭ କରୁଥିଲେ । ଛତିଶଗଡ଼ର ପ୍ରଭାବିତ ଗ୍ରାମକୁ ନେଇ ଗ୍ରାମସଭା କରାଗଲା । ସେଠାକୁ ଓଡିଶା ସୀମାନ୍ତ ଗାଁକୁ ଡକାଗଲା ନାହିଁ । ଲାରା ପ୍ରକଳ୍ପ ପାଇଁ ପରିବେଶ ପ୍ରଦୂଷଣ ଆଇନର ଉଲଂଘନ ହୋଇଛି । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବରଗଡ଼ ସାଂସଦ ପ୍ରଭାସ ସିଂ ଏହାକୁ ସଂସଦରେ ଉଠାଇଥିଲେ ।

Share

Leave a Reply

Your email address will not be published. Required fields are marked *

11 + nineteen =