ପାରାଦ୍ବୀରେ ହେବ ସୁପର ସ୍ପେଶାଲିଟି ହସ୍ପିଟାଲ

ନୂଆଦିଲ୍ଲୀ () ପାରାଦୀପ ସମେତ ଦେଶର ସମସ୍ତ ବୃହତ ବନ୍ଦରରେ ଏକ ନୂଆ ଢ଼ାଂଚାର ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଗୋଲ୍ଡେନ ସେର ମୋଡେଲ ଢ଼ାଂଚାରେ ପ୍ରସ୍ତୁତ ହେବାକୁଥିବା ଏହି ହସ୍ପିଟାଲ ପ୍ରକଳ୍ପ ସମୂହକୁ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ ଫାଇନାନ୍ସ କମିଟି ବିଧିବଦ୍ଧ ଭାବେ ଅନୁମୋଦନ କରିଛନ୍ତି । ପ୍ରଥମେ ମୁମ୍ବାଇ ପୋର୍ଟ ଟ୍ରଷ୍ଟ ହସ୍ପିଟାଲ ଏହି ଗୋଲ୍ଡେନ ସେର ମୋଡେଲ ଢ଼ାଂଚାରେ ନିର୍ମାଣ କରାଯିବ । ଯାହାକି ଚଳିତ ମାସ ୧୧ ତାରିଖରେ ଅନୁମୋଦିତ ହୋଇଛି ।

କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ଏକ ସୂଚନା ଅନୁଯାୟୀ ପାରାଦୀପ ବନ୍ଦର ଲାଗି ପ୍ରସ୍ତାବିତ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରକଳ୍ପର Due Diligence Transaction Structure Report ଏବଂ ଅନ୍ୟାନ୍ୟ ଆବଶ୍ୟକ ରିପୋର୍ଟ ସମ୍ପୃକ୍ତ କନସଲଟେଂଟ ପ୍ରସ୍ତୁତ କରୁଛନ୍ତି  । ଚଳିତ ମାସ ଶେଷ ସୁଦ୍ଧା ଏହି ରିପୋର୍ଟ ଜାହାଜ ମନ୍ତ୍ରଣାଳୟ ନିକଟରେ ଦାଖଲ ହେବ ।

ପୂର୍ବରୁ କେନ୍ଦ୍ର ସରକାର ଭୁବନେଶ୍ବରର ଦୁଇଟି ଘରୋଇ ହସ୍ପିଟାଲ ସହାୟତାରେ ପିପିପି ଢ଼ାଂଚାରେ ପାରାଦୀପଠାରେ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ଲାଗି ଯୋଜନା କରିଥିଲେ ମଧ୍ୟ ସମ୍ପୃକ୍ତ ଘରୋଇ ହସ୍ପିଟାଲମାନେ ଏଥିଲାଗି ଆଗ୍ରହ ପ୍ରକାଶ କରିନଥିଲେ । ଫଳରେ ଜାହାଜ ମନ୍ତ୍ରଣାଳୟ ବନ୍ଦର କର୍ମଚାରୀ ଏବଂ ବନ୍ଦରାଂଚଳର ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଗୋଲ୍ଡେନ ସେର ମୋଡେଲ ଢ଼ାଂଚାରେ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ ପାଇଁ ସ୍ଥିର କରିଛନ୍ତି । ଏଣୁ ଏହି ହସ୍ପିଟାଲ ପ୍ରକଳ୍ପ ଫାଙ୍କା ପ୍ରତିଶୃତି ନୁହେଁ ବୋଲି ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

two − 2 =