୨୪୬ ପଞ୍ଚାୟତ ପାଇଁ ୫୭.୧୦କୋଟି ମଞ୍ଜୁର

ଭୁବନେଶ୍ୱର, (ନି.ପ୍ର): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୦ଟି ଜିଲ୍ଲାର ୧୧ଟି ବ୍ଲକ ପାଇଁ ୫୭.୧୦କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକଗୁଡିକ ହେଲା ସୁନ୍ଦରଗଡ ଜିଲ୍ଲାର କୋଇରା, ନୟାଗଡ ଜିଲ୍ଲାର ନୟାଗଡ, କେନ୍ଦୁଝର ଜିଲ୍ଲାର ହାଟଡିହି, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର, ନୂଆପଡା ଜିଲ୍ଲାର ଖରିଆର, ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା, ପୁରୀ ଜିଲ୍ଲାର ଡେଲାଙ୍ଗ, ମୟୁରଭଞ୍ଜ ଜିଲ୍ଲାର ଯଶିପୁର ଓ ସମଖୁଣ୍ଟା ବ୍ଲକ, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକ ।
ଶୁକ୍ରବାର ମୁଖ୍ୟମନ୍ତ୍ରୀ କୋଇରା ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୧୨୧ଟି ପ୍ରକଳ୍ପ, ନୟାଗଡ ବ୍ଲକର ୨୯ଟି ପଞ୍ଚାୟତ ପାଇଁ ୭.୨୩କୋଟି ଟଙ୍କାରେ ୪୦୭ଟି ପ୍ରକଳ୍ପ, ହାଟଡିହି ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୭.୨୮କୋଟି ଟଙ୍କାରେ ୩୦୮ଟି ପ୍ରକଳ୍ପ, ଜଳେଶ୍ୱର ବ୍ଲକର ୩୫ଟି ପଞ୍ଚାୟତ ପାଇଁ ୨୧୮ଟି ପ୍ରକଳ୍ପ, କୋଷାଗୁମୁଡା ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୫.୬୪କୋଟି ଟଙ୍କାରେ ୨୭୧ଟି ପ୍ରକଳ୍ପ, ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୫.୫୯କୋଟି ଟଙ୍କାରେ ୨୨୬ଟି ପ୍ରକଳ୍ପ, ଯଶିପୁର ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୪.୯୯କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପ, ସମଖୁଣ୍ଟା ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୩.୩୬କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ, ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୩.୭୫କୋଟି ଟଙ୍କାରେ ୯୮ଟି ପ୍ରକଳ୍ପ ଏବଂ କୋଟଗଡ ବ୍ଲକର ୧୫ଟି ପଞ୍ଚାୟତ ପାଇଁ ୩କୋଟି ଟଙ୍କାରେ ୯୧ଟି ପ୍ରକଳ୍ପ – ଏହିପରି ସମୁଦାୟ ୧୧ଟି ବ୍ଲକର ୨୪୬ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୫୭.୧୦କୋଟି ଟଙ୍କାରେ ୨୩୦୨ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।
ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୨୯ଟି ବ୍ଲକର ୪୯୮୪ଟି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ୪୫,୭୧୪ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ୧୧୩୦.୫୯କୋଟି ଟଙ୍କା ମଞ୍ଜୁର କରାଯାଇଛି ।
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୁହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି ।
ସୂଚନାଯୋଗ୍ୟ ଯେ ଆଜିର ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ଦେଢ଼ଲକ୍ଷରୁ ଅଧିକ ଲୋକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
Share

Leave a Reply

Your email address will not be published. Required fields are marked *

1 × four =