ଭାରତ ଉପରେ ସାରା ବିଶ୍ୱର ନଜର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ସାରା ବିଶ୍ୱର ନଜର ଏବେ ଭାରତ ଉପରେ ରହିଛି କହିଲେ ପ୍ରଧାନମନ୍ତ୍ରୀ । ମହାମାରୀର ସଫଳ ମୁକାବିଲା ସାରା ବିଶ୍ୱର ନଜର ବଦଳାଇ ଦେଇଛି । ବିଶ୍ୱର ସର୍ବବୃହତ୍ତ ଟିକା ଅଭିଯାନ ଭାରତ ସଫଳତାର ସହ କରିଛି । ସାରା ଦେଶର ଶହେ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଟିକା ଦେଇଛୁ । କେବଳ ଦେଶବାସୀ ନୁହେଁ ବରଂ ୧୫୦ ଦେଶକୁ ଆମେ ଟିକା ଯୋଗାଇଛୁ । ଏଥିପାଇଁ ପୂରା ତାକତ ସହ ଭାରତ ଏବେ ଆଗେଇ ଚାଲିଛି । ସାରା ଦୁନିଆ ଏବେ ଭାରତର ସମୃଦ୍ଧିରେ ନିଜ ସମୃଦ୍ଧି ଦେଖୁଛି । ନିରାଶାରେ ବୁଡିଥିବା କିଛି ଲୋକ ଦେଶର ପ୍ରଗତିକୁ ସହି ପାରୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − eight =