ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ପଞ୍ଚମ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରସ୍ତୁତି । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି ।

ନିର୍ବାଚନ ଆୟୋଗଙ୍କୁ ଫେରାଦ ହୋଇଛନ୍ତି ବିଜେଡି ପ୍ରତିନିଧି । ବିଜେପି ରାଜନୈତିକ ହିଂସା ଆପଣାଉଥିବା ବିଜେଡି ଅଭିଯୋଗ କରିଛି। ଅନ୍ୟପଟେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ବିଜେପି କର୍ମୀ । ଅନିୟମିତତା ଓ ପକ୍ଷପାତିତା ଅଭିଯୋଗ ଆଣି ବିଜେପି ଧାରଣା ଦେଇଥିବା ଜଣାପଡିଛି ।

ତେବେ ଆସନ୍ତାକାଲି ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ । ୨୫ଟି ଜିଲ୍ଲାର ୪୮ଟି ବ୍ଲକର ୧୩୧ ଜିଲ୍ଲା ପରିଷଦ ଜୋନ୍‌ ପାଇଁ ମତଦାନ ହେବ । ୧୩ ହଜାର ୫୧୪ ପୁଲିଂ ବୁଥ୍‌ରେ ମତଦାନ କରିବେ ୪୧ଲକ୍ଷରୁ ଅଧିକ ଭୋଟର । ଏଥର ମୈଦାନରେ ଅଛନ୍ତି ୫୨୦ ଜିଲ୍ଲା ପରିଷଦ ପ୍ରାର୍ଥୀ ।

Share

Leave a Reply

Your email address will not be published. Required fields are marked *

4 × two =