ବନ୍ଧା ହେଲେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଭଉଣୀ

୧୮ ଜଣ ମହିଳାଙ୍କୁ ବାହା ହେବା ସହିତ ଠକେଇ କରିଥିବା ନକଲି ଡାକ୍ତର ରମେଶ ସ୍ୱାଇଁକୁ ସହଯୋଗ କରୁଥିବା ଅଭିଯୋଗରେ ତାଙ୍କ ଭଉଣୀଙ୍କୁ ଗିରଫ କରିଛି ପୋଲିସ । ରମେଶଙ୍କ ଭଉଣୀଙ୍କୁ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ପଚରାଉଚରା କରାଯାଉଥିଲା । ଜେରା ପରେ ଠକେଇ ପ୍ରମାଣ ମିଳିବା ପରେ ଭଉଣୀକୁ ରଶ୍ମୀତାକୁ ଗିରଫ କରାଯାଇଛି । ଠକେଇ କରିଥିବା ଟଙ୍କା ଏବଂ ସୁନା ଗହଣା କୁଆଡେ ଗଲା ସେ ନେଇ ଖୋଳତାଡ କରୁଥିଲା ପୋଲିସ । କେନ୍ଦ୍ରାପଡା ଇଶ୍ୱରପୁରରେ ଚଢାଉ କରି ରମେଶ ସ୍ୱାଇଁଙ୍କ ଭଉଣୀକୁ ଉଠାଇ ଆଣିଥିଲା କମିଶନରେଟ ପୋଲିସ । ଯେତେଥର ମହିଳାଙ୍କୁ ବାହା ହୋଇ ରମେଶ ଟଙ୍କା ଓ ଅଳଙ୍କାର ଆଣୁଥିଲେ ସେଥିରେ ରହୁଥିଲା ଭଉଣୀ ରଶ୍ମୀତାଙ୍କ ଭାଗ ।
ରସିକିଆ ରମେଶଙ୍କର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଆଜି ଏକ ଠକେଇ ମାମଲାରେ ଢେଙ୍କାନାଳ ଖୁଣ୍ଟୁଣୀ ସ୍ଥିତ ଫାର୍ମ ହାଉସରେ ଚଢାଉ ହୋଇଛି । ଭୁବନେଶ୍ୱରରୁ ଏକ ଟିମ ଚଢାଉ କରୁଛି । ଆନ୍ଧ୍ରପ୍ରଦେଶର ଜଣେ ନର୍ସରୀ ବ୍ୟବସାୟୀଙ୍କୁ ସାଢେ ୪ ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ । ରମେଶ ନିଜକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ କହି ଚାରା ଅର୍ଡର କରିଥିଲା । ଖାଲି ସେତିକି ନୁହେଁ ନକଲି ଡାକ୍ତର ରମେଶ ସ୍ୱାଇଁର କ୍ଲିନିକରେ ରହିଛି ରହସ୍ୟମୟ ଅନ୍ଧାରୀ ଭୂତଳ ଗପ୍ତ କୋଠରୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାସଭବନରେ ଥିବା କ୍ଲିନିକ ଭିତରେ ଅନ୍ଧାରୀ ଗୁପ୍ତ ଭୂତଳ ଘରକୁ ନେଇ ଏବେ ଚର୍ଚ୍ଚା । ସେଇ ଘରକୁ ସିଡି ପକାଇ ଭିତରକୁ ଯାଉଥିଲେ ନକଲି ଡାକ୍ତର । ସେଠାରେ ରମେଶ ଅପରେସନ କରୁଥିଲେ । ମାଟ୍ରିକ ଫେଲ ରମେଶ ସେହି ଅଞ୍ଚଳରେ ପାଲଟିଥିଲେ ଜଣେ ଅଭିଜ୍ଞ ଜଣାସୁଣା ଡାକ୍ତର ।

Share

Leave a Reply

Your email address will not be published. Required fields are marked *

five × two =