ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା

ଭୁବନେଶ୍ୱର () ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ବାତ୍ୟା ଅମ୍ଫନ କ୍ଷତି ନେଇ ମମତାଙ୍କ ସହ ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନବୀନ ପ୍ରତିଶୃତି ଦେଇଛନ୍ତି ।
ପ୍ରଳୟଙ୍କରୀ ବାତ୍ୟା ଅମ୍ଫନ ଯୋଗୁଁ ପଶ୍ଚିମବଙ୍ଗରେ ଧନଜୀବନ ହାନୀ ସହ ବହୁ କ୍ଷୟକ୍ଷତି ହୋଇଥିଲା । ଗତକାଲି ସେଥିପାଇଁ ପଶ୍ଚିମବଙ୍ଗ ସହ ଯୋଗାଯୋଗ ରଖି ସହାୟତା ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

17 + 18 =