ରାହୁଲ ଗାନ୍ଧିଙ୍କୁ ଭେଟିଲେ ଶତ୍ରୁଘ୍ନ ସିହ୍ନା

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା ଗୁରୁବାର ଦିଲ୍ଲୀ ଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି । ଆଉ ରାହୁଲଙ୍କ ସହ ସାକ୍ଷାତ ପରେ ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଖୁବଶିଘ୍ର ସେ କଂଗ୍ରେସରେ ସାମିଲ ହେବେ । ଏବଂ ନିର୍ବାଚନ ଲଢିବା ନେଇ ପ୍ରଶ୍ନର ଉତ୍ତରରେ ଶତ୍ରୁଘ୍ନ ସିହ୍ନା କହିଛନ୍ତି, ପରିସ୍ଥିତି ଯାହା ବି ଥାଉ, କିନ୍ତୁ ସେ ଆସନ ପରିବର୍ତ୍ତନ କରିବେ ନାହିଁ । ଅର୍ଥାତ ପାଟନା ସାହିବରୁ ହିଁ ସେ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ନବରାତ୍ରିରେ ନିଜ ସମର୍ଥକ ମାନଙ୍କୁ ସେ ଖୁସି ଖବର ଦେବେ । ଯଦି ପାଟନା ସାହିବରୁ କଂଗ୍ରେସ ଶତ୍ରୁଘ୍ନ ସିହ୍ନାଙ୍କୁ ପ୍ରାର୍ଥୀ କରେ, ତେବେ ତାଙ୍କ ଲଢେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ହେବ ।

ତେବେ ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ସାମିଲ ହେବେ ବୋଲି ଦୀର୍ଘ ଦିନରୁ ଚର୍ଚ୍ଚା ହୋଇଆସୁଥିଲା । କିନ୍ତୁ ଏଥିରେ ବିଳମ୍ବ ହେଉଥିବାରୁ ଏବେ ଚର୍ଚ୍ଚା ଆହୁରି ବଢିଯାଇଛି । ତେବେ ଶତ୍ରୁଘ୍ନଙ୍କୁ କଂଗ୍ରେସ ବିରୋଧ କରାଯାଉଛି କି ? ଏଭଳି ମଧ୍ୟ ପ୍ରଶ୍ନ ସାଧାରଣରେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ତେବେ ବିଜେପି ଶତ୍ରୁଘ୍ନ ସିହ୍ନାଙ୍କୁ ଚଳିତ ନିର୍ବାଚନରେ ଟିକେଟ୍ ନଦେବାରୁ, ସେ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା ।

Share

Leave a Reply

Your email address will not be published. Required fields are marked *

11 + five =