ଟାଟା ପ୍ରୋଜେକ୍ଟକୁ କଳାହାଣ୍ଡି ମେଡିକାଲ କୋଠା ନିର୍ମାଣ ଦାଇତ୍ୱ

କଟକ ଶିଶୁ ଭବନରେ ବହୁମୁଖୀ କମ୍ପ୍ଲେକ୍ସ

ଭୁବନେଶ୍ୱର () କଳାହାଣ୍ଡିଠାରେ ୧୦୦ ସ୍ଥାନ ବିଶିଷ୍ଟ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ନିର୍ମାଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତବାକୁ କ୍ୟାବିନେଟ ଅନୁମୋଦନ କରିଛି । ଏହି କୋଠା ନିର୍ମାଣରେ ସମୁଦାୟ ୨୨୦.୭୪ କୋଟି ଟଙ୍କା ବ୍ୟୟ କରାଯିବ । ଟାଟା ପ୍ରୋଜେକ୍ଟ ଲିମିଟେଡ଼ ଏହି କାର୍ଯ୍ୟକୁ ଦୁଇ ବର୍ଷ ମଧ୍ୟରେ ବିନା ମୂଲ୍ୟ ବୃଦ୍ଧିରେ ସମ୍ପୂର୍ଣ୍ଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କଳାହାଣ୍ଡିରେ ଟର୍ଣ୍ଣକି ମାଧ୍ୟମରେ ଏହି ଭେଷଜ ବିଦ୍ୟାଳୟ ଓ ଡାକ୍ତରଖାନା ସ୍ଥାପନ କରିବା ପାଇଁ ନିତୀଗତ ଭାବେ ନିଷ୍ପତି ହୋଇଛି ।
ଟର୍ଣ୍ଣ କି ଚୁକ୍ତିରେ କୋଠା ନିର୍ମାଣ ଜନିତ ଓ କୋଠା ପାଇଁ ଆନୁସଂଗିକ ବ୍ୟବସ୍ଥା ଗୋଟିଏ ଜାଗାରେ ବ୍ୟବସ୍ଥା କରାଯାଉଛି । ଭୂତଳସ୍ଥିତ ଆକଳନଠାରୁ ଆରମ୍ଭ କରି ପରିସର ପାଚେରୀ କାନ୍ଥ ନିର୍ମାଣ, ଆନୁସଙ୍ଗିକ ରାସ୍ତା ଓ ନାଳ, ସ୍ଥାପତ୍ୟ, ଉପାଙ୍କନ, କୋଠାର ନିର୍ମାଣ, ଜଳଯୋଗାଣ, ଯାନ୍ତ୍ରିକ ଓ ବୈଦ୍ୟୁତିକ, ଅଗ୍ନି ପ୍ରତିରୋଧ, ବହିର୍ଜଳ ଯୋଗାଣ, ନାଳ ନର୍ଦ୍ଦମା, ବାହ୍ୟ ବୈଦ୍ୟୁତିକ କାର୍ଯ୍ୟ ଯଥା ଟ୍ରାନ୍ସଫରମର, ଡି.ଜି. ସେଟ ଓ ଆସବାବ ପତ୍ର ଇତ୍ୟାଦି ସମସ୍ତ କାର୍ଯ୍ୟ ଏହି ଠିକା ପ୍ରଣାଳୀର ଅନ୍ତର୍ଗତ । ଏହି ସମସ୍ତ କାର୍ଯ୍ୟ କେବଳ ଜଣେ ଠିକାଦାରକୁ ଦିଆଯିବ ଯାହାରକି ଏ ସମସ୍ତ ପାରଙ୍ଗମତା ନିଜ ପାଖରେ ଥିବ ଏବଂ ନିଜର କାର୍ଯ୍ୟ ଦକ୍ଷତା ଯୋଗୁ ସମିତି ସମୟ ମଧ୍ୟରେ ତାକୁ ବିନା ମୂଲ୍ୟ ବୃଦ୍ଧିରେ ସମ୍ପାଦନ କରି ପାରିବାର କ୍ଷମତା ଥିବ ।
ଏହି କାର୍ଯ୍ୟ ପାଇଁ ୨୦୨.୩୯କୋଟି ଟଙ୍କା ଆକଳନର ଟର୍ଣ୍ଣ କି ଆକାରରେ ନିବିଦା ଆମନ୍ତ୍ରଣ କରାଯାଇଥିଲା । ଏଥି ସକାଶେ ଚାରି ଜଣ ଠିକାଦାର ଆବେଦନ କରିଥିଲେ । ତନ୍ମଧ୍ୟରୁ ତିନି ଜଣ ଠିକାଦାର ଯୋଗ୍ୟ ବିବେଚିତ ହୋଇଥିଲେ । ତିନି ଜଣ ଠିକାଦାର ଯଥା ଏନ.ସି.ସି ଲିମିଟେଡ଼, ସାପୋରଜି ପାଲୋନଜୀ କମ୍ପାନୀ ପ୍ରାଇଭେଟ ଲିମିଟେଡ଼, ଟାଟା ପ୍ରୋଜେକ୍ଟସ ଲିମିଟେଡ଼ ମଧ୍ୟରୁ ଟାଟା ପ୍ରୋଜେକ୍ଟସ ଲିମିଟେଡ଼ ସର୍ବନିମ୍ନ ମାନ ୨୨୦.୭୪ କୋଟି ଟଙ୍କାରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ, କଟକସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତୋକତର ଶିଶୁ ସଂସ୍ଥାନଠାରେ ବହୁମୁଖୀ ବ୍ୟବହାରିକ କମ୍ପେ୍ଲକ୍ସ ଓ ସ୍ନାତୋକତର ଛାତ୍ରବାସ ନିର୍ମାଣ ନିମନ୍ତେ ଆସିଥିବା ଠିକା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବ୍ରିଜ ଆଣ୍ଡ ରୁଫ୍ (କୋ) ଇଣ୍ଡିଆ ଲିମିଟେଡ଼ ପ୍ରାୟ ୧୧୭ କୋଟି ଟଙ୍କା ବ୍ୟୟ ଅଟକଳରେ କରିବା ପାଇଁ ପ୍ରସ୍ତାବ ଦେଇଛି । ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବ ଓ ବିନା ମୂଲ୍ୟ ବୃଦ୍ଧିରେ କାର୍ଯ୍ୟ କରିବାକୁ ରାଜି ହୋଇଛି । ଏହି ବହୁମୁଖୀ ବ୍ୟବହାରିକ ପ୍ରାସାଦ ଟର୍ଣ୍ଣ କି ମାଧ୍ୟମରେ ସ୍ଥାପନ କରିବା ନିମନ୍ତେ ନୀତିଗତ ଭାବେ ନିଷ୍ପତି ହୋଇଛି ।
ଟର୍ଣ୍ଣ କି ଚୁକ୍ତିରେ କୋଠା ନିର୍ମାଣ ଜନିତ ଓ କୋଠା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଗୋଟିଏ ଜାଗାରେ ବ୍ୟବସ୍ଥା କରାଯାଉଛି । ଭୂତଳସ୍ଥିତ ଆକଳନଠାରୁଆରମ୍ଭ କରି ପରିସର ପାଚୋରୀ କାନ୍ଥ ନିର୍ମାଣ, ଆନୁସଙ୍ଗିକ ରାସ୍ତା ଓ ନାଳ ସ୍ଥାପତ୍ୟ, ଉପାଙ୍କନ, କୋଠାର ନିର୍ମାଣ, ଜଳଯୋଗାଣ, ଯାନ୍ତ୍ରିକ ଓ ବୈଦ୍ୟୁତିକ, ଅଗ୍ନି ପ୍ରତିରୋଧ, ବର୍ହିଜଳ ଯୋଗାଣ, ନାଳ ନର୍ଦ୍ଦମା, ବାହ୍ୟ ବୈଦ୍ୟୁତିକ କାର୍ଯ୍ୟ ଯଥା ଟ୍ରାନ୍ସଫରମର, ଡି.ଜି. ସେଟ ଓ ଆସବାବ ପତ୍ର ଇତ୍ୟାଦି ସମସ୍ତ କାର୍ଯ୍ୟ ଏହି ଠିକା ପ୍ରଣାଳୀର ଅନ୍ତର୍ଗତ । ଏହି ସମସ୍ତ କାର୍ଯ୍ୟ କେବଳ ଜଣେ ଠିକାଦାରକୁ ଦିଆଯିବ ଯାହାର କି ଏ ସମସ୍ତ ପାରଙ୍ଗମତା ନିଜ ପାଖରେ ଥିବ ଏବଂ ନିର୍ଦ୍ଦିଷ୍ଟ ସମୟ ପରିଧି ମଧ୍ୟରେ ତାକୁ ବିନା ମୂଲ୍ୟ ବୃଦ୍ଧିରେ ସମ୍ପାଦନ କରି ପାରିବାର କ୍ଷମତା ଥିବ ।
ଏହି କାର୍ଯ୍ୟ ସକାଶେ ୯୯କୋଟି ୮୫ ଲକ୍ଷ ଟଙ୍କା ଆକଳନ ଟର୍ଣ୍ଣକି ଆକାରରେ ନିବିଦା ଆମନ୍ତ୍ରଣ କରାଯାଇଥିଲା । ଏଥି ସକାଶେ ତିନି ଜଣ ଠିକାଦାର ଆବେଦନ କରିଥିଲେ ଓ ତନ୍ମଧ୍ୟରୁ ଦୁଇ ଜଣ ଠିକାଦାର ଯୋଗ୍ୟ ବିବେଚିତ ହୋଇଥିଲେ । ଦୁଇ ଜଣ ଠିକାଦାର ଯଥା ବ୍ରିଜ ଆଣ୍ଡ ରୁଫ (କୋ) ଇଣ୍ଡିଆ ଲିମିଟେଡ଼, ସମ୍ପେ୍ଲକ୍ସ ଇନଫ୍ରାଷ୍ଟ୍ରକଚର ଲିମିଟେଡ଼ ମଧ୍ୟରୁ ବ୍ରିଜ ଆଣ୍ଡ ରୁଫ (କୋ) ଇଣ୍ଡିଆ ଲିମିଟେଡ଼ ନିମ୍ନତମ ୧୧୬.୯୨ କୋଟି ଟଙ୍କାରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ  ବୋଲି ସେ କହିଥିଲେ ।
Share

Leave a Reply

Your email address will not be published. Required fields are marked *

one × one =