ବିଜେପୁରର ବିକାଶ ମୋର ଦାୟିତ୍ୱ : ନବୀନ

ବରଗଡ () ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି ପ୍ରଚାରର ସରିଲା । ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିନି ଦଳର ପ୍ରମୁଖ ନେତାମାନେ ପୂରା ଦମରେ ଲାଗିପଡିଥିଲେ । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡରେ ମାରାଥନ ପ୍ରଚାର କରିଛନ୍ତି । ଆଜି ସେ ନିଜ ନିର୍ବାଚନମଣ୍ଡଳୀ ବିଜେପୁରରେ ପ୍ରଚାର କରିଛନ୍ତି ।

ବିଜେପୁରରେ କବି ଗଙ୍ଗାଧର ମେହେରଙ୍କ ପବିତ୍ର ମାଟିକୁ ମୋର ନମସ୍କାର କରି ଅଭିଭାଷଣ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି ଯେ, ଗତ ଉପ ନିର୍ବାଚନ ବେଳେ ମୁଁ ବିଜେପୁର ଆସିଥିଲି । ଆପଣଙ୍କର ସ୍ନେହ ଓ ଆଦର ମୋତେ ବହୁତ ଭଲ ଲାଗିଥିଲା । ଆପଣଙ୍କ ଅଂଚଳରୁ ବହୁ ବନ୍ଧୁମାନେ ମୋତେ ବିଜେପୁରରୁ ଲଢିବାକୁ ଅନୁରୋଧ କରିଥିଲେ । ଆଉ ଆପଣଙ୍କ ଅନୁରୋଧ କ୍ରମେ ମୁଁ ଏଠାରୁ ଲଢିବାକୁ ନିଷ୍ପତି ନେଲି ।

ବିଜେପରୁ ସଭା ମଞ୍ଚରୁ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । ‘କାଳିଆରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । ହେଲେ କେନ୍ଦ୍ର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ନବୀନ । ବିଜେପୁରର ବିକାଶ ମୋର ଦାୟିତ୍ବ । ଆପଣମାନେ ମୋର ପରିବାର ।’ ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ ଏବଂ ସାଂସଦ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଧାୟକ ପ୍ରାର୍ଥୀ ଭାବେ ତାଙ୍କୁ (ନବୀନ ପଟ୍ଟନାୟକ) ବିପୁଳ ମାତ୍ରାରେ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଏହାପୂର୍ବରୁ ବରଗଡ ନିର୍ବାଚନୀ ସଭାରେ ସେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଥିଲେ। ବରଗଡ ଧନୁଯାତ୍ରା ପଡିଆରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସେ ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ। ବୁଣାକାରଙ୍କ ଉପରେ ଜିଏସି ଲଗାଇଲେ କେନ୍ଦ୍ର ସରକାର । ଏମଏସପି ଦୁଇଗୁଣା ପାଇଁ କହିଥିଲେ, ଦୀର୍ଘ ଦିନର ଅପେକ୍ଷା ପରେ ବି ନିଷ୍ପତ୍ତି ନିଆଗଲା ନାହିଁ । ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ସରକାର ଦାବି କଲାପରେ ବି କିଛି ହେଲାନାହିଁ । ଚାଷୀଙ୍କ ପାଇଁ ବିଧାସଭାରେ ହାଉସ କମିଟି କରି ଦିଲ୍ଲୀ ଗଲେ ତଥାପି କିଛି ମିଳିଲା ନାହିଁ । ୨ ବର୍ଷ ହୋଇଗଲା କିନ୍ତୁ ୨ ମିନିଟ ସମୟ ଦେଇପାରିଲେ ନାହିଁ । କୋଶଳି ଭାଷାକୁ ସ୍ବୀକୃତି ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ହୋଇଥିଲା । ସେଥିରେ ମଧ୍ୟ ସେ ଚୁପ୍ ରହିଲେ । ଦୁଇ ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେମାନେ ବି ଓଡ଼ିଶା ପକ୍ଷ ନେଇ ମୁହଁ ଖୋଲିଲେ ନାହିଁ ।

Share

Leave a Reply

Your email address will not be published. Required fields are marked *

fifteen − 10 =