ନିର୍ବାଚନ ଲଢ଼ିବା ପାଇଁ କିଡ଼ନୀ ବିକ୍ରି କରିବା ପାଇଁ ଅନୁମତି ମାଗିଲେ ପ୍ରାର୍ଥୀ

ଟଙ୍କା ନଥିଲେ ବର୍ତ୍ତମାନ ସମୟରେ ନିର୍ବାଚନ ଜିତିବା କେତେ ମୁସ୍କିଲ ସେକଥା ସମସ୍ତଙ୍କୁ ଭଲଭାବରେ ଜଣା । ଗୋଟିଏ ପଟେ ନିର୍ବାଚନ ଜିତିବା ପାଇଁ ନେତାମାନେ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନ୍ୟପଟେ ଏପରି ଜଣେ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ଚାହୁଁଛନ୍ତି, ଯାହାଙ୍କ ହାତରେ ସମ୍ବଳ ନାହିଁ ।

ଟଙ୍କା ନଥିବାରୁ ମଧ୍ୟପ୍ରଦେଶ ବାଲାଘାଟ ଲୋକସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ କିଶୋର ସମରିତେ ନିର୍ବାଚନ ଲଢ଼ିବା ପାଇଁ ଚାହୁଁଛନ୍ତି । ହେଲେ ନିର୍ବାଚନୀ ଖର୍ଚ୍ଚ ଉଠାଇବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ତେଣୁ ସେ ନିର୍ବାଚନୀ ଖର୍ଚ୍ଚ ପାଇଁ କିଡ଼ନୀ ବିକ୍ରି କରିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି । ଆଉ ଏଥିପାଇଁ ନିର୍ବାଚନ କମିସନଙ୍କ ପାଖରୁ ଅନୁମତି ମାଗିଛନ୍ତି ।

ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି କିଶୋର ସମରିତେ । ଲୋକସଭା ନିର୍ବାଚନ ପାଇଁ କୌଣସି ପ୍ରାର୍ଥୀଙ୍କ ସର୍ବାଧିକ ବ୍ୟୟ ସୀମା ୭୫ ଲଧ ଟଙ୍କା । କିନ୍ତୁ ନିର୍ବାଚନ ଲଢ଼ିବା ପାଇଁ ତାଙ୍କ ପାଖରେ ଏତେ ଟଙ୍କା ନାହିଁ । ଅନ୍ୟ ଆଶୟୀ ପ୍ରାର୍ଥୀଙ୍କ ନିକଟରେ ହଜାର ହଜାର କୋଟିର ସମ୍ପତ୍ତି ରହିଛି । ନିର୍ବାଚନକୁ ମାତ୍ର ଅଳ୍ପ ସମୟ ଥିବାରୁ ଟଙ୍କା ଠୁଳ କରିବା କାଠିକର ପାଠ । ତେଣୁ କିଶୋର ସମରିତେରେ ନିର୍ବାଚନ କମିସନଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ୭୫ ଲକ୍ଷ୍ୟ ଟଙ୍କା ସାହାଯ୍ୟ ଦିଆଯାଉ, କିମ୍ବା ବ୍ୟାଙ୍କରୁ ଋଣ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉ ।ଏପରି ନେହଲେ କିଡ଼ନୀ ବ୍ରିକି କରିବା ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି । ସୂଚନା ଅନୁସାରେ ୧୦ ବର୍ଷ ପରେ ନିର୍ବାଚନ ଲଢ଼ିବେ କିଶୋର ।

Share

Leave a Reply

Your email address will not be published. Required fields are marked *

one × two =