ରାଜଧାନୀରୁ ଆଉ ୧୫୯ ପଜିଟିଭ

ଭୁବନେଶ୍ବର()  ଆଜି  ଭୁବନେଶ୍ୱରରୁ ୧୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫୯ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୧୮ ଓ ସ୍ଥାନୀୟ ଅଞ୍ଚଳରୁ ୪୧ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୧୦୨ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୨୧୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୧୧ଜଣ ସୁସ୍ଥ ହୋଇଛନ୍ତି ଓ ୧୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୧୧୨୫ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 1 =