ଭାରତ ଅଭିମୁଖେ ୫ ଲଢୁଆ ରାଫେଲ ବିମାନ

ନୂଆଦିଲ୍ଲୀ()  ଭାରତ ଅଭିମୁଖେ ବାହାରିଲା ୫ଟି ଲଢୁଆ ରାଫେଲ ବିମାନ  । ଫ୍ରାନ୍ସରୁ ସମ୍ପୃକ୍ତ ୫ଟି ରାଫେଲ ବିମାନ ଯାତ୍ରା ଆରମ୍ଭ କରିଛି ।  ୩ଟି ଡବଲ ସିଟର ଓ ୨ଟି ସିଙ୍ଗଲ ସିଟର ରାଫେଲ ବିମାନ ଭାରତ ଅଭିମୁଖେ ବାହାରିଛି ।  ୩୬ଟି ରାଫେଲ ବିମାନ ପାଇଁ ମୋଟ ୫୯ ହଜାର କୋଟିର ଚୁକ୍ତି ହୋଇଥିବା ଜଣାଯାଇଛି ।

୭ଜଣ ଭାରତୀୟ ପାଇଲଟ୍ ଏହି ପାଞ୍ଚଟି ଯୁଦ୍ଧ ବିମାନକୁ  ଉଡ଼ାଉଥିବା ବେଳେ ଏହା ବୁଧବ‌ାର ଦିନ ଅମ୍ବାଲା ଏୟାରବେସରେ ଅବତରଣ କରିବ ବୋଲି ଜଣା ପଡ଼ିଛି। ଏହି ୫ଟି ଯୁଦ୍ଧ ବିମାନ ମଙ୍ଗଳବାର ୟୁଏଇରେ କିଛି ସମୟ ରହିବା ସହ ସେଠାରୁ ପୁଣି ଥରେ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଅଲ ଡାଫ୍ରା ଏୟାରବେସର ଦାୟିତ୍ବ ଫ୍ରାନ୍ସ ଏୟାରଫୋର୍ସ ଉପରେ ରହିଛି। ଏଠାରେ, ରାଫେଲ ବିମାନଗୁଡ଼ିକର ଯାଞ୍ଚ ଏବଂ ଇନ୍ଧନ ଭରିବା କାର୍ୟ୍ୟ କରାଯିବ  । ଏହା ପରେ ପାଞ୍ଚଟି ରାଫେଲ ବିମାନ ଜୁଲାଇ ୨୯ ସକାଳେ ଭାରତରେ ପହଞ୍ଚିବ । ସରକାରୀ ସୂତ୍ରରୁ ପ୍ରକାଶ ଯେ, ଦେଶର ସୀମା ବିବାଦକୁ ଦୃଷ୍ଟିରେ ରଖି ପ୍ରକୃତ ନିୟନ୍ତ୍ରଣ ରେଖାରେ ନିଜର କାର୍ୟ୍ୟକ୍ଷମତାକୁ ବଢ଼ାଇବା ପାଇଁ ଭାରତୀୟ ବାୟୁସେନାର ପ୍ରୟାସର ଏକ ଅଂଶ ଭାବରେ ରାଫେଲ ଜେଟ୍ ଲଦାଖ ସେକ୍ଟରରେ ନିୟୋଜିତ ହେବାର ସମ୍ଭାବନା ରହିଛି।

Share

Leave a Reply

Your email address will not be published. Required fields are marked *

three − 3 =