ସୋମବାର ଦିନ ନୂଆ ମନ୍ତ୍ରିମଣ୍ଡଳ ନେବ ଶପଥ !

ଭୁବନେଶ୍ବର()  ନୂଆ ମନ୍ତ୍ରୀମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି କଲ୍ପନାଜଳ୍ପନା । ବାରମ୍ବାର ଜିତି ଆସୁଥିବା ପ୍ରାର୍ଥୀମାନେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପାଇଁ ବ୍ୟଗ୍ର ହେଉଥିବାବେଳେ ମନ୍ତ୍ରୀମଣ୍ଡଳରେ ଯୁବ ଓ ମହିଳାଙ୍କୁ ନବୀନ ଅଧିକ ପ୍ରାଧାନ୍ୟ ଦେବେ ବୋଲି ଅନୁମାନ କରାଯାଉଛି । ଆଜି ଅପରାହ୍ନରେ ବିଦ୍ଧିବଧଭାବେ ନିର୍ବାଚନ ଫଳାଫଳ ଓ ବିଜୟୀ ତାଲିକା ନିର୍ବାଚନ ଅଧିକାରୀ ପ୍ରକାଶ କରିବା ପରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ।

ଆସନ୍ତା ସୋମବାର ଦିନ ରାଜ୍ୟରେ ନୂଆ ମନ୍ତ୍ରୀମଣ୍ଡଳ ନେବ ଶପଥ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନ୍ୟୁଜ୍ ଏଜେନ୍ସିକୁ ଏହି ସୂଚନା ଦେଇଛନ୍ତି । ଫଳରେ ଆଜିଠାରୁ ମନ୍ତ୍ରୀମଣ୍ଡଳ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।ଅନ୍ୟପକ୍ଷରେ ଗତଥର ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ କିଛି ଯୁବ ମନ୍ତ୍ରୀଙ୍କୁ ମନ୍ତ୍ରୀ ପଦରୁ ହଟାଯାଇ ସେମାନଙ୍କୁ ସାଙ୍ଗଠନିକ କାର୍ୟ୍ୟରେ ନିୟୋଜିତ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

19 − nine =