ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର()  ସୋମବାର ରାଜ୍ୟ ସରକାର ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତି । ଶ୍ରୀ ମହାନ୍ତି କୋରାପୁଟର ତକ୍ରାଳୀନ ଜିଲ୍ଲା କୃଷି ଅଧିକାରୀ ଥିଲେ । ଗତ ଜୁଲାଇ ୨ ତାରିଖରେ ଶ୍ରୀ ମହାନ୍ତିଙ୍କ ଗାଡ଼ିରୁ ଭିଜିଲାନ୍ସ ପକ୍ଷରୁ ୧୧ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ସେହି ଦିନ ତାଙ୍କୁ ଭିଜିଲାନ୍ସ ଗିରଫ କରି ଜେଲ ପଠାଇଥିଲା । ତାଙ୍କୁ ନିଲମ୍ବନ କରାଯିବା ସହ ରିମାଣ୍ଡରେ ଆଣି ଜେରା କରାଯାଇଥିଲା । ତାଙ୍କ ଘରେ ଚଢଉ କରାଯାଇ ୩.୫ କୋଟିର ସମ୍ପତ୍ତି ଠାବ କରାଯାଇଥିଲା । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ନିକଟରେ ଆୟୁଷ ନିଦେ୍ର୍ଧଶକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।

Share

Leave a Reply

Your email address will not be published. Required fields are marked *

fourteen − 10 =