ସବୁ ଶ୍ରେଣୀର ଲୋକଙ୍କ ପାଇଁ ମାଗଣା ଚକ୍ଷୁ ଚିକିତ୍ସା – ସୁନେତ୍ର

ଭୁବନେଶ୍ବର () ରାଜ୍ୟରେ ଚକ୍ଷୁ ସମସ୍ୟା ଦୂର କରିବାକୁ ଆଜି ସରକାର ଆରମ୍ଭ କରିଛନ୍ତି ସୁନେତ୍ର ଯୋଜନା । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ସମ୍ପର୍କରେ ଗତ ବର୍ଷ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ଆଜି ଏହାର ଶୁଭାରମ୍ଭ ହୋଇଛି । ରାଜ୍ୟର ସବୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଏହି ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ ହେବ ।

ଏହି ଯୋଜନାରେ 2023 ସୁଦ୍ଧା ସମସ୍ତଙ୍କୁ ଉତ୍ତମ ଚକ୍ଷୁ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ 5 ବର୍ଷରେ 680 କୋଟି ଟଙ୍କା ଖର୍ଚ୍ଚ କରାଯିବ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ସରକାରଙ୍କ ଏହି ଯୋଜନାକୁ କିଛି ମହିଳା ଓ ଛାତ୍ରୀ ପ୍ରଶଂସା କରିଥିଲେ । ଏହି ଯୋଜନାରେ ରାଜ୍ୟର ସବୁ ସ୍କ୍ରୁଲର ଛାତ୍ରଛାତ୍ରୀଙ୍କ ପ୍ରତିବର୍ଷ ମାଗଣା ଚକ୍ଷୁ ପରୀକ୍ଷା କରାଯିବ ।

ଏହି ଯୋଜନାର ସୁଫଳ ପାଇବାକୁ କୌଣସି କାଗଜପତ୍ର କି ପଞ୍ଜିକରଣର ଆବଶ୍ୟକତା ନାହିଁ । ଛାତ୍ରଛାତ୍ରୀଙ୍କ ଚକ୍ଷୁ ସମସ୍ୟା ଥିଲେ ମାଗଣା ଚଷମା ସହ ମାଗଣାରେ ଆବଶ୍ୟକ ଚିକିତ୍ସା ସୁବିଧା ଦିଆଯିବ । ବୟସ୍କ ଲୋକଙ୍କ ମାଗଣା ମୋତିଆବିନ୍ଦୁ ଚିକିତ୍ସା ମଧ୍ୟ ହୋଇପାରିବ । ଏହି ଯୋଜନାରେ ଆଜି ସୁଦ୍ଧା 58ହଜାର 125 ଜଣ ମାଗଣା ଚସମା ପାଇଛନ୍ତି । 19819 ଜଣ ଛାତ୍ରଛାତ୍ରୀ ଏବଂ 38ହଜାର 306ଜଣ ବୟଷ୍କ ବ୍ୟକ୍ତି ପାଇଛନ୍ତି ଚସମା  । ଆଜି ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହେଉଥିବା ପିଠା ଯୋଜନାରେ ଏହି ଚଷମା ବଣ୍ଟନ କରାଯାଇଛି  । 314 ବ୍ଲକର 1102 ଗ୍ରାମ ପଂଚାୟତରେ ହିତାଧିକାରୀ ଏହି ସୁବିଧା ପାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

9 − 2 =