ଶାହାଙ୍କ ମିଶନ ୧୨୦ ଫେଲ

ଭୁବନେଶ୍ବର()  ନବୀନଙ୍କ ତେଜରେ ମୋଦି ହାୱା କାମ ଦେଲା ନାହିଁ । ବିଧାନସଭା ନିର୍ବାଚନକୁ ପୋଛିନେଲା ବିଜେଡି। ପ୍ରଥମେ ମିସନ ୧୨୦ କଥା କହିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ନିର୍ବାଚନ ପରେ ବିଧାନସଭାରେ ୭୦ରୁ ଅଧିକ ଆସନ ଦଖଲ କରି ସରକାର ଗଠନର ସ୍ବପ୍ନ ଦେଖୁଥିଲା ଗେରୁଆ ଦଳ । ୩୦ ଡେଇଁପାରିଲାନି। ନୀତିଶ ଗଙ୍ଗଦେବ ଓ ବସନ୍ତ ପଣ୍ଡା ସାଂସଦ ପ୍ରାର୍ଥୀ। ହେଲେ ବାକି ସମସ୍ତେ ହାରିଗଲେ,

ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ମଧ୍ୟ ପରାଜୟ ହୋଇଛନ୍ତି । ପରିସ୍ଥିତି ଏପରି ହେଲା ଯେ, କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ ମଧ୍ୟ ପରାଜୟର ସ୍ୱାଦ ଚାଖିଛନ୍ତି । ନୂଆଦିଲ୍ଲୀରୁ ଭୁବନେଶ୍ବର ଆସି ଓଡ଼ିଶାରେ ଭାଗ୍ୟ ପରୀକ୍ଷା ଲାଗି ପାଗ ଭିଡିଥିବା ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପରାଜୟ ମୁହଁକୁ ଠେଲି ହୋଇଯାଇଛନ୍ତି । ତେବେ ମନ୍ତ୍ରୀ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ ପ୍ରମୁଖ ନବୀନଙ୍କ ତେଜରେ ମଳିନ ନପଡି ନିଜ ନିର୍ବାଚନମଣ୍ଡଳୀରେ ପଦ୍ମ ଫୁଟାଇଛନ୍ତି।

କେବଳ ସେ ନୁହେଁ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା , ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, କାମାକ୍ଷା ପ୍ରସାଦ ସିଂହଦେଓ ପ୍ରମୁଖ କେହି ବି ନିର୍ବାଚନୀ ମଇଦାନରେ ତିଷ୍ଠି ପାରିନାହାନ୍ତି। ବିରୋଧୀ ଦଳ ଉପନେତା ଚିରଞ୍ଜୀବୀ ବିଶ୍ବାଳ ପ୍ରମୁଖ ବିଧାନସଭା ଆସିବା ସ୍ବପ୍ନ ଧୂଳିସାତ୍ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ, ବିଜେଡିକୁ ବିଧାନସଭାରେ ପୂର୍ବାପେକ୍ଷା ଅଧିକ ସମର୍ଥନ ମିଳିଛି। ବିଜେଡ ୪୪.୭ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ପଞ୍ଚାୟତ ନିର୍ବାଚନର ସଫଳତାକୁ ଦୋହରାଇଛି । ଦଳ ସପକ୍ଷରେ ୩୨.୬% ଭୋଟର ମତ ଦେଇଛନ୍ତି । କଂଗ୍ରେସ ଭୋଟ ହାର ଭୟାନକ ଭାବେ କମି ୧୫.୯%ରେ ପହଞ୍ଚିଛି।

Share

Leave a Reply

Your email address will not be published. Required fields are marked *

5 + 19 =