ପୋଲିସ ଚାକିରି ପାଇଁ ମଙ୍ଗଳସୂତ୍ର ଖୋଲିଲେ ମହିଳା

ନୂଆଦିଲ୍ଲୀ (): ଫିରୋଜାବାଦ ଜିଲ୍ଲାରେ ସୋମବାର ପୋଲିସରେ ଭର୍ତ୍ତି ହେବାର ପରୀକ୍ଷା ସମୟରେ ମହିଳା ପ୍ରାର୍ଥୀମାନଙ୍କୁ ଗହଣା ଖୋଲି ନେଇଯାଇଥିଲେ । କୁଣ୍ଡଳୀ କାନଫୁଲ, ଏପରିକି ମଙ୍ଗଳସୂତ୍ର ମଧ୍ୟ କାଢି ନିଆଯାଇଥିଲା । ଏହା ପରେ ସେମାନଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା ।

ଜିଲ୍ଲାର ସାତଟି କେନ୍ଦ୍ରରେ ପୋଲିସରେ ପ୍ରବେଶ ପାଇଁ ପରିକ୍ଷା କରାଯାଉଛି । ପରୀକ୍ଷାରେ ନକଲ ରୋକିବା ପାଇଁ ପ୍ରଶାସନ ତରଫରୁ ଏହି ଭଳି କରାଯାଇଥିଲା । ପରିକ୍ଷା ଗୃହରେ ପହଂଚିବା ପୂର୍ବରୁ ପରିକ୍ଷାର୍ଥୀମାନଙ୍କୁ କଠିନ ଚେକିଂ କରାଯାଇଥିଲା । ପରିକ୍ଷା କେନ୍ଦ୍ର ଏମଜି କଲେଜରେ ଜେକିଂ ସମୟରେ ମହିଳା ପ୍ରାର୍ଥୀମାନଙ୍କର ସବୁ ଗହଣା ଖୋଲି ନେଇଯାଇଥିଲେ । କିଛି ମହିଳା ପରୀକ୍ଷାର୍ଥୀ ଏହାକୁ ବିରୋଧ କରିଥିଲେ ଓ ମଙ୍ଗଳସୂତ୍ର ଖୋଲିବାକୁ ମନା କରିଥିଲେ କିନ୍ତୁ ସେମାନଙ୍କ କଥା ଶୁଣାଯାଇନଥିଲା  । କୁହାଯାଇଥିଲା କି ଗହଣା ନ ଖୋଲିଲେ ପରୀକ୍ଷା ଗୃହରେ ବସି ପାରିବେନାହିଁ  । ସବୁ ଗହଣା ଖୋଲିବା ପରେ  ହିଁ ମହିଳାମାନଙ୍କୁ ପରୀକ୍ଷାଗୃହରେ ବସିବାକୁ ଦିଆଯାଇଥିଲା । ପୋଲିସ ପରିକ୍ଷାରେ ନକଲି ପରୀକ୍ଷାର୍ଥି ଯେପରି ପ୍ରବେଶ ନ କରିବେ ସେଥିପାଇଁ ବାୟୋମେଟ୍ରିକ ମେସିନ ମାଧ୍ୟମରେ ପ୍ରବେଶ କରାଯିବ। ଏହା ସହିତ ପୂରା ଚେହେରାର ସ୍କାନିଙ୍ଗ କରାଯିବ ।

Share

Leave a Reply

Your email address will not be published. Required fields are marked *

twenty + 15 =