୨୪ଘଣ୍ଟାରେ ୧୦ହଜାର ୯୭୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ() ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୫୪ହଜାର ୬୫ଜଣ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୧ହଜାର ୯୦୩କୁ ବୃଦ୍ଧି ପାଇଛି । ଗତ ୨୪ଘଣ୍ଟାରେ ସର୍ବାଧିକ ୨୦୦୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୦ହଜାର ୯୭୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଏବେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୫୫,୨୨୭ ଥିବା ବେଳେ ସୁସ୍ଥ ସଂଖ୍ୟା ୧,୮୬, ୯୩୪ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୫,୫୩୭, ଦିଲ୍ଲୀରେ ୧୮୩୭, ଗୁଜୁରାଟରେ ୧୫୩୩, ତାମିଲନାଡୁରେ ୫୨୮, ପଶ୍ଚିମବଙ୍ଗରେ ୪୯୫, ମଧ୍ୟପ୍ରଦେଶରେ ୪୭୬, ଉତ୍ତରପ୍ରଦେଶରେ ୪୧୭ ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

17 + 18 =