ଅନୁମତି ପାଇଥିଲେ ର୍ନିଦ୍ୱନ୍ଦ୍ୱରେ ଦୋକାନ ଖୋଲି ପାରିବେ

ଭୁବନେଶ୍ବର() ଆଜିଠାରୁ ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଗତକାଲି ଏନେଇ ବିଜ୍ଞପ୍ତି ଜାରି କରିବା ପରେ ଓଡିଶାରେ ଦୋକାନ ବଜାର ଖୋଲିବା ନେଇ ବର୍ତ୍ତମାନ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ଦେଶବ୍ୟାପୀ ତାଲାବନ୍ଦ କଟକଣା ଜାରି ରହିଥିବା ଏହାକୁ କିଛି ମାତ୍ରାରେ କୋହଳ କରିବା ସହ ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ହେଲେ ଏହି କୋହଳ ହଟସ୍ପଟ କିମ୍ବା କଂଟେନମେଂଟ ଅଂଚଳରେ ଲାଗୁ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି ମନ୍ତ୍ରାଳୟ ।

 ଯଦିଏହି ଦୃଷ୍ଟିରେ ଦେଖିବା ତେବେ କେନ୍ଦ୍ର ସରକାରଙ୍କ ହଟସ୍ପଟ ତାଲିକାରେ ମଧ୍ୟ ଓଡିଶାର କିଛି ଅଂଚଳ ରହିଛି । ତେଣୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ଓଡିଶାରେ ମଧ୍ୟ ଏହି କଟକଣା ଲାଗୁ ହେଉଛି । ଅନ୍ୟପଟେ, ଓଡିଶାରେ ତାଲାବନ୍ଦ କଟକଣା କୋହଳ ହେବ କି ନାହିଁ, ସମସ୍ତ ଦୋକାନ ଖୋଲିବ କି ନାହିଁ ତାହା ରାଜ୍ୟ ସରକାର ନିଷ୍ପତି ନେବେ । ମାତ୍ର ପୂର୍ବରୁ ଯେଉଁ ସବୁ ଦୋକାନ ଖୋଲା ରଖିବାକୁ ସରକାରଙ୍କ ତରଫରୁ ଅନୁମତି ଦିଆଯାଇଥିଲା ସେମାନେ ର୍ନିଦ୍ୱନ୍ଦ୍ୱରେ ଦୋକାନ ଖୋଲି ପାରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର । ତେବେ ସ୍ଥାନୀୟ ପରିସ୍ଥିତି ଏବଂ ଆବଶ୍ୟକତାକୁ ନଜରରେ ରଖି ନିଷ୍ପତି ନିଆଯିବା ସହ ରାଜ୍ୟ ସରକାରଙ୍କ ନିଷ୍ପତି ନ ଆସିବା ଯାଏ ଦୋକାନ ବନ୍ଦ ରହିବା ନେଇ ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

 

Share

Leave a Reply

Your email address will not be published. Required fields are marked *

12 − 5 =