ଶଂକରାଚାର୍ଯ୍ୟଙ୍କ ପରାମର୍ଶ ଆଧାରରେ କାମ କରିବାକୁ ଧର୍ମେନ୍ଦ୍ର ଅନୁରୋଧ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ ନା ନାହିଁ, ତାକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଓ ମହାନ ପରମ୍ପରାକୁ ରକ୍ଷା କରିବା ସହ କରୋନା ମହାମାରୀର ସଠିକ ମୁକାବିଲା ପାଇଁ ଜଗତଗୁରୁ ଶଂକରାଚାର୍ଯ୍ୟଙ୍କ ପରାମର୍ଶ ଆଧାରରେ କାମ କରିବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।

ଏପରିକି ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ପରାମର୍ଶରେ ମହାପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ରକ୍ଷା କରିବାକୁ ସେ ଶ୍ରୀମନ୍ଦିର ପରିଚାଳନା କମିଟି, ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରେ ମାନବଜାତି କରୋନା ଯୁଦ୍ଧରେ ନିର୍ଣ୍ଣାୟକ ବିଜୟ ହାସଲ କରିବ ବୋଲି ସେ ଟ୍ୱିଟ କରି ଲେଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − three =