ପଠାନକୋଟ ସେନା ଶିବିର ଉପରେ ଗ୍ରେନେଡ୍ ଆକ୍ରମଣ

ପଠାନକୋଟ: ପଞ୍ଜାବର ପଠାନକୋଟ ସ୍ଥିତ ସେନା ଶିବିର ଉପରେ ଗ୍ରେନେଡ୍ ଆକ୍ରମଣ ହୋଇଛି। ରବିବାର ରାତିରେ ଆକ୍ରମଣକାରୀ ବାଇକରେ ଆସି ତ୍ରିବେଣୀ ଗେଟ୍ ଫାଟକ ନିକଟରେ ଗ୍ରେନେଡ୍ ଫିଙ୍ଗିଥିଲେ। ତେବେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ଘଟିନାହିଁ । ଏହି ଘଟଣା ପରେ ପଠାନକୋଟ ସମେତ ପଞ୍ଜାବର ପ୍ରମୁଖ ସହରରେ ହାଇ ଆଲର୍ଟ ଜାରି କରାଯାଇଛି। ଆକ୍ରମଣକାରୀଙ୍କ ଚିହ୍ନଟ ପାଇଁ ସିସିଟିଭି ଫୁଟେଜ ଯାଞ୍ଚ୍ କରାଯାଉଛି ।

ପଠାନକୋଟ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସେନା ଶିବିର | ଏଥିରେ ଏକ ବାୟୁସେନା ଘାଟି, ଏକ ଗୁଳିଗୋଳା ଡିପୋ ଏବଂ ଦୁଇଟି ସଶସ୍ତ୍ର ବ୍ରିଗେଡ୍ ଏବଂ ୟୁନିଟ୍ ରହିଛି | ଜାନୁଆରୀ ୨୦୧୬ରେ ପଠାନକୋଟ ବାୟୁସେନା ଘାଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। । ଉକ୍ତ ଆକ୍ରମଣରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ସେନାର ୮ ସୈନିକ ସହିଦ ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

17 − eleven =