21ରେ କ୍ୟାବିନେଟ ବୈଠକ

ଭୁବନେଶ୍ବର (ନିପ୍ର) ଆସନ୍ତା 21 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ  । ମିଳିଥିବା ସୂଚନା ଅନୁଯାୟୀ ବୈଠକରେ 5ଟି ପ୍ରସ୍ତାବକୁ ମିଳିବ ମଂଜୁରୀ  । ଅନ୍ୟାନ ପ୍ରସଙ୍ଗ ମଧ୍ୟରେ ରାଜ୍ୟ ସରକାର ଘୋଷଣା କରିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ କ୍ୟାବିନେଟ ମଂଜୁରୀ ମିଳିବ  । ଏଥିସହିତ ରାଜସ୍ବ, ଆଇନ, ପଂଚାୟତିରାଜ ଆଦି ବିଭାଗର ଚାରୋଟି ପ୍ରସ୍ତାବ ରହିଛି  । 21 ତାରିଖ ଅପରାହ୍ନ 5ଟା 45ରେ ସଚିବାଳୟରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି  ।

Share

Leave a Reply

Your email address will not be published. Required fields are marked *

four × 2 =