ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କୃଷ୍ଣ ବଳରାମ ବେଶ

ପୁରୀ: ସେ କାଳିଆ ସାଆନ୍ତ । ତାଙ୍କର ବାର ମାସରେ ତେର ପର୍ବ । ଆଉ ଶ୍ରୀମନ୍ଦିରରେ ବାର ମାସରେ ମହାପ୍ରଭୁଙ୍କ ଅନେକ ବେଶ ଅନୁଷ୍ଠିତ ହୋଇଥାଏ । ସେହିଅନୁଯାୟୀ ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଅସରରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ କୃଷ୍ଣ ବଳରାମ ବେଶ । ମଧ୍ୟାହ୍ନ ଧୂପ ବଢିବା ପରେ କୃଷ୍ଣ ବଳରାମ ବେଶରେ ସୁସଜ୍ଜିତ ହେବେ ମହାପ୍ରଭୁ ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ମହାପ୍ରଭୁଙ୍କର ଏହି ବେଶ କରାଯାଇଥାଏ । ଏହା ଦେଖିବାକୁ ଖୁବ୍ ସୁନ୍ଦର ଏବଂ ଆକର୍ଷଣୀୟ । ଏହି ବେଶରେ ବଡଠାକୁର ବଳଭଦ୍ରଙ୍କୁ ବଳଭଦ୍ର ବେଶ, ମହାପ୍ରଭୁ ଜଗନ୍ନାଥଙ୍କୁ କୃଷ୍ଣ ବେଶ ଏବଂ ଭଉଣୀ ସୁଭଦ୍ରାଙ୍କୁ ଯୋଗମାୟା ବେଶରେ ସୁସଜ୍ଜିତ କରାଯାଇଥାଏ । ଏହି ବେଶରେ ଖାସ୍ କରି କୃଷ୍ଣ ବଳରାମଙ୍କ ପିଲାଦିନର ମୁହୁର୍ତ୍ତକୁ ଦର୍ଶାଯାଇଥାଏ । ଏହି ବେଶରେ ମହାପ୍ରଭୁ ଜଗନ୍ନାଥ ଏବଂ ବଡଠାକୁର ବଳଭଦ୍ର କାଠରେ ନିର୍ମିତ ହୋଇଥିବା ମୂର୍ତ୍ତିରେ ଦୁଇ ଗୋଡ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି ।

ଏହାସହିତ ଏହି ବେଶରେ ଜଗନ୍ନାଥ ଗୋଟେ ହସ୍ତରେ ସୁବର୍ଣ୍ଣ ବଂଶୀ ଏବଂ ଅନ୍ୟ ହସ୍ତରେ ପଦ୍ମ ଫୁଲ ଧାରଣ କରିଥାନ୍ତି । ସେହିପରି ବଳଭଦ୍ର ଗୋଟେ ହସ୍ତରେ ଶିଂଘା ଏବଂ ଅନ୍ୟ ହସ୍ତରେ ପଦ୍ମ ଫୁଲ ଧାରଣ କରିଥାନ୍ତି । ଏହି ବେଶରେ ବଳଭଦ୍ର ଏବଂ ଜଗନ୍ନାଥ ଗୋଟେ ଗୋଟେ ପାଗ ପିନ୍ଧିଥାନ୍ତି । ସେହି ପାଗଦ୍ୱୟ କିରୀଟଯୁକ୍ତ ହୋଇଥାଏ । ମାତ୍ର ଭଉଣୀ ଶୁଭଦ୍ରା ଚର୍ତ୍ତୁଭୁଜ ଧାରଣ କରି ପଦ୍ମାସନରେ ଉପବେସନ କରିଥାନ୍ତି । ଏହାସହିତ ଶୁଭଦ୍ରାଙ୍କ ମଥାରେ ଏକ କିରୀଟ ମଧ୍ୟ ଶୋଭାପାଇଥାଏ । ଖାସ୍ କରି ଏଥିରେ ଶ୍ରୀଜିଉଙ୍କ ସମ୍ମୁଖରେ କାଠରେ ନିର୍ମିତ ହୋଇଥିବା ଚାରୋଟି ଗାଇ ଦଣ୍ଡାୟମାନ ହୋଇଥାନ୍ତି । ଏହି ବେଶ ସରିବା ପରେ ଶେଷରେ ମହାପ୍ରଭୁଙ୍କଠାରେ ଖିରି ଏବଂ ଅମାଲୁ ଭୋଗ ଲାଗି କରାଯାଇଥାଏ ।

Share

Leave a Reply

Your email address will not be published. Required fields are marked *

17 − 12 =