ସମ୍ପୁର୍ଣ୍ଣ ମାଗଣାରେ ପଢିବେ କରୋନା ମୃତକଙ୍କ ପିଲା

ଭୁବନେଶ୍ୱର() କରୋନାରେ ଯେଉଁ ମାନେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ପିଲାଙ୍କୁ କିଟ ବିଶ୍ୱ ବିଦ୍ୟାଳୟ ମାଗଣାରେ ପାଠ ପଢାଇବ । ଯୋଗ୍ୟତା ଅନୁସାରେ ସେମାନଙ୍କୁ ଯେକୌଣସି ବୈଷୟିକ ଓ ବୃତିଗତ ପାଠ୍ୟକ୍ରମରେ ସମ୍ପୁର୍ଣ୍ଣ ମାଗଣାରେ ପଢିବାର ସୁଯୋଗ ଦିଆଯିବ ବୋଲି କିସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତା ୨ଟି ଶିକ୍ଷାବର୍ଷ ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ପାଇଁ ଏହା ଲାଗୁ ହେବ । ଡ. ଅଚ୍ୟୁତ ସାମନ୍ତ ଅନୁରୋଧ କ୍ରମେ କିଟ ,ହି ନିଷ୍ପତି ନେଇଛି ବୋଲି କିଟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ କୁହାଯାଇଛି । କରୋନା ମୃତକଙ୍କ ପିଲାଙ୍କୁ ସମ୍ପୁର୍ଣ୍ଣ ମାଗଣା ବୈଷୟିକ ଓ ବୃତିଗତ ଶିକ୍ଷା ପାଇଁ ସୁଯୋଗ ଦେବାରେ କିଟ ବିଶ୍ୱର ଏକମାତ୍ର ଅନୁଷ୍ଠାନ ହୋଇଛି । କରୋନା ମହାମରୀ ସମୟରେ କିଟର ଏଭଳି ନିଷ୍ପତି ଅସହାୟ ଓଡିଶାବାସୀଙ୍କୁ କିଛିଟା ଆସ୍ୱସ୍ତି ଦେବ ବୋଲି କିଟ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏମପି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + sixteen =