ଚୋରା କିରୋସିନ ଜବତ

ଜଟଣୀ: ପୁଣି ଧରାପଡିଲା ବିପୁଳ ପରିମାଣର ଚୋରା କିରୋସିନ । ଏଥର ଢାବାରୁ ଜବତ ହେଲା କିରୋସିନ । ଚୋରା କିରୋସିନର ହବ ପାଲଟିଥିବା ପିତାପଲ୍ଲୀ ଅଞ୍ଚଳରୁ ଜଟଣୀ ପୋଲିସ ଆଜି ପୁଣି ଥରେ ଜବତ କଲା ଶହ ଶହ ଲିଟର କିରୋସିନ। ପିତାପଲ୍ଲୀ ଜାତୀୟ ରାଜପଥ ନିକଟ ସୁକୁରୀ ଢ଼ାବାରୁ ଜବତ ହୋଇଛି ଏହି କିରୋସିନ । ମୋଟ ୧୫ଟି ୫୦ଲିଟର ବିଶିଷ୍ଟ ପ୍ଲାଷ୍ଟିକ ଡ୍ରମରେ ୬୦୦ଲିଟରରୁ ଉର୍ଦ୍ଧ କିରୋସିନ ଜବତ କଲା ପୋଲିସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଟଣୀ ଥାନା ଯାଆଁଳା ଫାଣ୍ଡି ଅଧୀନ ପିତାପଲ୍ଲୀ ଛକ ସୁକୁରୀ ଢାବାରେ ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ କିରୋସିନ ବେପାରୀ ଖସି ପଳାଇ ଥିବା ବେଳେ ସବୁ କିରୋସିନ ଡ୍ରମକୁ ଜଟଣୀ ପୋଲିସ ଜବତ କରିଛି ଜ୍ଝଏହି କିରୋସିନ ପିଡ଼ିଏସ ସାମଗ୍ରୀ ହୋଇଥିବା ସନ୍ଦେହ କରାଯାଉଛି ।

ଦୀର୍ଘ ଦିନ ହେଲାଣି ଏହି ଅଞ୍ଚଳରେ ଚୋରା କିରୋସିନ,ଡିଜେଲ ଇତ୍ୟାଦି କାରବାର ହେଉଥିଲା । ଜାତୀୟ ରାଜପଥରେ ପିତାପଲ୍ଲୀ ଛକରେ ଛିଡା ହେଉଥିବା ଟ୍ରକ ଗୁଡ଼ିକରୁ ଡିଜେଲ ଏବଂ ପିଡ଼ିଏସ କିରୋସିନ ନେଇ ଯାଉଥିବା ଟ୍ରକରୁ କିରୋସିନ ଚୋରି ହୋଇଥାଏ । ଏହି କିରୋସିନ ଚୋରି ଗ୍ୟାଙ୍ଗରେ ପିତାପଲ୍ଲୀ ଅଞ୍ଚଳର ବହୁ ଚୋରା ବେପାରୀ ସମ୍ପୃକ୍ତ ଅଛନ୍ତି । ସୂଚନା ଥାଉକି ଗତ ସପ୍ତାହରେ ପିତାପଲ୍ଲୀ ଗାଁ ଭିତରୁ ୭୦୦୦ଲିଟର ଚୋରା କିରୋସିନ ଜବତ ହୋଇଥିଲା । ଥାନାଧିକାରୀ ବିଶ୍ୱରଂଜନ ସାହୁ କହିଛନ୍ତି ପିତାପଲ୍ଲୀ ଅଞ୍ଚଳରୁ ସମସ୍ତ ପ୍ରକାର ବେଆଇନ କାରବାର ଉପରେ ରୋକ ଲଗାଯିବ । ଚୋରା ବେପାରୀ ମାନଙ୍କୁ କୌଣସି ବି ପରିସ୍ଥିତିରେ ପ୍ରଶୟ ଦିଆଯିବ ନାହିଁ । ଜଟଣୀ ପୋଲିସ ଏହାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଚୋରା ବେପାରୀ ମାନଙ୍କୁ ଗିରଫ କରିବାକୁ ଛାନଭିନ ଚଳାଇଛି ।

 

Share

Leave a Reply

Your email address will not be published. Required fields are marked *

nineteen − fifteen =