କୋରାପୁଟରେ କଂଗ୍ରେସ ଦୁଇ ଫାଳ

କୋରାପୁଟ() ଜାତୀୟ ସ୍ତରରେ କଂଗ୍ରେସ ଦଳ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଓଡିଶା କଂଗ୍ରେସ ମଧ୍ୟ ଏଥିରୁ ବାଦ ପଡିନି । ରାଜ୍ୟ ସ୍ତରରୁ ଆମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସବୁଠାରେ କଂଗ୍ରେସ ଦଳ ଭାଗଭାଗ ହେବାରେ ଲାଗିଛି । କଂଗ୍ରେସର ଦୁର୍ଗ କୁହାଯାଉଥିବା କୋରାପୁଟ ଜିଲ୍ଲାରେ ମଧ୍ୟ କଂଗ୍ରେସ ଦିଫାଳ ହୋଇଯାଇଥିବା ଖବର ମିଳିଛି । ଆଜି କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନରେ ଜିଲ୍ଲା କଂଗ୍ରେସ ଗୋÂି କନ୍ଦଳ ପଦାରେ ପଡିଛି । ଏହି ପଦବୀ ପାଇଁ ଦଳୀୟ ଶ୍ରୃଙ୍ଖଳା ବିରୋଧରେ ଯାଇଁ ପାର୍ବତୀ ମସ୍ତି ବିଦ୍ରୋହୀ ପ୍ରାର୍ଥୀ ଭାବେ ପ୍ରତିଦୋନ୍ଦିତା କରିଥିଲେ । କିନ୍ତୁ ନିର୍ବାଚନରେ ଦଳୀୟ ପା୍ରର୍ଥୀ ନାର୍ସାଲୁ ମାମୁଡି ୧୬ଟି ଭୋଟ ପାଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ବିଦ୍ରେହୀ ପ୍ରାର୍ଥୀ ପାର୍ବତୀ ମସ୍ତି ୮ଟି ଭୋଟ ପାଇ ପରାଜିତ ହୋଇଥିଲେ । ପରେ ପାର୍ବତୀଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

7 + 13 =