ଭାଇଜାଗରୁ ଓଡିଶା ଆସିଛି ଡେଙ୍ଗୁ ଭୂତାଣୁ

ଭୁବନେଶ୍ବର, (ନିପ୍ର): ଚଳିତ ବର୍ଷ ଭାଇଜାଗରୁ ଡେଙ୍ଗୁ ଭୁତାଣୁ ଓଡିଶା ଆସିଛନ୍ତି । ତେବେ ସବୁଠାରୁ ଉଦବେଗଜନକ ସ୍ଥିତି ହେଉଛି, ରାଜ୍ୟରେ ଯେତିକି ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି, ତାହାର ୪୦ ପ୍ରତିଶତ ରହିଛନ୍ତି କେବଳ ରାଜଧାନୀ ଭୁବନେଶ୍ବରରେ। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଏବର୍ଷ ଆରମ୍ଭରୁ ଏବେ ସୁଦ୍ଧା ରାଜ୍ୟରେ ୫ହଜାର ୪୨୭ ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିଲା  । ସେ ମଧ୍ୟରୁ ୭୧୨ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେଥିରୁ ଖୋର୍ଧା ଜିଲ୍ଲାରେ ୨୯୨ ଜଣ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବରରେ ୨୭୫ଜଣଙ୍କୁ ଚିହ୍ନଟ କରାଯାଇଛି।

ଭୁବନେଶ୍ବର ମହାନଗର ନିଗମ ଅଂଚଳ ବାହାରେ ମାତ୍ର ୧୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳରୁ ସର୍ବାଧିକ ୧୯୧ଜଣ, ନୂଆପଲ୍ଲୀ ଓ ଆଇଆର୍‌ସି ଭିଲେଜ ଅଂଚଳରୁ ୬୦, ମଞ୍ଚେଶ୍ବରରୁ ୫ଜଣ ଡେଙ୍ଗୁ ଆକ୍ରାନ୍ତ ରହିଛନ୍ତି। ଆସନ୍ତା ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବ।  ତେବେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ମତରେ ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍‌ ସଂଖ୍ୟକ ଡେଙ୍ଗୁ ଆକ୍ରାନ୍ତ ଅଛନ୍ତି। ଗତବର୍ଷ ପଶ୍ଚିମବଙ୍ଗରୁ ଡେଙ୍ଗୁ ଭୂତାଣୁ ଆସିଥିବା ବେଳେ ଚଳିତବର୍ଷ ଡେଙ୍ଗୁ ଭୂତାଣୁ ଭାଇଜାଗ୍‌ରୁ ଆସିଛି। ରାଜ୍ୟର ଅନେକ ଲୋକ ଭାଇଜାଗ୍‌ରେ କାମ କରୁଛନ୍ତି। ତେଣୁ ଜ୍ବରରେ ଆକ୍ରାନ୍ତ ହେବା ପରେ ସେମାନେ ଓଡ଼ିଶା ଚାଲି ଆସୁଛନ୍ତି। ଫଳରେ ରାଜ୍ୟରେ ଡେଙ୍ଗୁ ବ୍ୟାପୁଛି।

Share

Leave a Reply

Your email address will not be published. Required fields are marked *

9 − eight =