ଏବର୍ଷ କମ ବୃଷ୍ଟିପାତ

ଭୁବନେଶ୍ବର, (ନିପ୍ର): ରାଜ୍ୟରେ ଚଳିତ ବର୍ଷ ସ୍ବାଭାବିକ ଠାରୁ କମ ବୃଷ୍ଟିପାତ ହୋଇଛି। ସାଧାରଣତଃ ଏହି ସମୟରେ ଓଡ଼ିଶାରେ ୫୫୧.୧ ମିମି ବର୍ଷା ହୋଇଥାଏ। ୪ ଟି ଜିଲ୍ଲାରେ ସ୍ବାଭାବିକ୍ ଠାରୁ କମ୍ ବର୍ଷା ହୋଇଥିବାବେଳେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ଗଜପତି ସମେତ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି  ଓ ରାୟଗଡ଼ା, ମାଲକାନାଗିରି, ଗଞ୍ଜାମ, ଖୋର୍ଦ୍ଧା, ବୌଦ୍ଧ, ସୁବର୍ଣ୍ଣପୁର, ଯାଜପୁର ଓ କେନ୍ଦ୍ରାପଡ଼ାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଥିବାବେଳେ ପୁରୀରେ ଅତ୍ୟଧିକ ବର୍ଷା ହୋଇଥିବା ଆଇଏମଡ଼ି ପକ୍ଷରୁ କୁହାଯାଇଛି  ।

ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗୀର ଓ ନୂଆପଡ଼ାରେ କମ୍ ବୃଷ୍ଟିପାତ ରେକର୍ଡ କରାଯାଇଛି । ଜୁନ୍ ୧ ତାରିଖରୁ ଅଗଷ୍ଟ ୧ ତାରିଖ ମଧ୍ୟରେ ଏହି ଆକଳନ କରାଯାଇଛି । ୧୭ଟି ବ୍ଲକ୍‌ରେ ବର୍ଷା ଅଭାବ ଜନିତ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ୩ ମାସ ମଧ୍ୟରେ ସମଗ୍ର ରାଜ୍ୟରେ ୭.୧ ପ୍ରତିଶତ କମ୍ ବର୍ଷା ହୋଇଥିବା ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଅନୁଗୁଳରେ ୨୯ ପ୍ରତିଶତ, ସୁନ୍ଦରଗଡରେ ୨୧.୨ ପ୍ରତିଶତ, ବଲାଙ୍ଗୀରରେ ୨୪.୨ ପ୍ରତିଶତ ଓ ନୂଆପଡାରେ ୨୯.୩ ପ୍ରତିଶତ କମ୍ ବର୍ଷା ହୋଇଛି । ନୂଆପଡ଼ା ଓ କୋରାପୁଟରେ ୨ଟି ଲେଖାଏଁ ବ୍ଲକ୍‌ରେ କମ୍ ବର୍ଷା ହୋଇଥିବା ବେଳେ ବଲାଙ୍ଗୀରର ୪ ଓ ସୁନ୍ଦରଗଡ଼ର ୫ଟି ବ୍ଲକ୍‌ରେ କମ୍‌ ବର୍ଷା ହୋଇଛି । ସେହିପରି ବଲାଙ୍ଗୀର ଜିଲ୍ଲା ମୁରୀବାହାଲରେ ସବୁଠାରୁ କମ୍‌ ବର୍ଷା ହୋଇଛି । ଏହି ଚାରୋଟି ଜିଲ୍ଲାରେ ମାତ୍ର ୧୯ରୁ ୩୯ ପ୍ରତିଶତ ବର୍ଷା ହୋଇଛି ।

୧୭ଟି ବ୍ଲକ୍‌ରେ ବର୍ଷା ଅଭାବ ଜନିତ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ଏଠାରେ ବିଯୁକ୍ତ ୩୯ ପ୍ରତିଶତରୁ ବିଯୁକ୍ତ ୫୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି । ୪୧ଟି ବ୍ଲକ୍‌ରେ ୧୯ପ୍ରତିଶତରୁ ୩୯ ପ୍ରତିଶତ ବର୍ଷା ହୋଇଛି । ୧୦୩ଟି ବ୍ଲକ୍‌ରେ ସ୍ବାଭାବିକ ଭାବେ ୧୯ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ୧୫୩ଟି ବ୍ଲକ୍‌ରେ ସ୍ବାଭାବିକ ବର୍ଷା ହୋଇଛି । ଗତକାଲି ସୁଦ୍ଧା ମାଲକାନଗିରିରେ ସର୍ବାଧିକ ୭୬୧.୬ ମିମି ଓ ନୂଆପଡ଼ାରେ ସର୍ବନିମ୍ନ ୨୭୭.୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଗଜପତି , ଜଗତସିଂହପୁର , ଗଂଜାମ , ବାଲେଶ୍ବର , କନ୍ଧମାଳ , ସୁବର୍ଣ୍ଣପୁର , ଭଦ୍ରକ ,ସମ୍ବଲପୁର , ଢେଙ୍କାନାଳ , କୋରାପୁଟ , ବରଗଡ , ଝାରସୁଗୁଡା , ବୌଦ୍ଧ , ନୟାଗଡ , କେନ୍ଦୁଝର , ମୟୁରଭଂଜ , ଦେବଗଡ ଓ ନବରଙ୍ଗପୁର ଆଦି ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି।

Share

Leave a Reply

Your email address will not be published. Required fields are marked *

four × one =